ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

author img

By

Published : Sep 28, 2021, 8:26 PM IST

ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

ଡେରିରେ ହେଉପଛେ ନାବାଳିକା ପୀଡିତାଙ୍କ ପରିବାରକୁ ମିଳିଲା ନ୍ୟାୟ । ଦୁର୍ଷ୍କମ ଓ ହତ୍ୟା ମାମଲାରେ କାରାଦଣ୍ଡାଦେଶ ଶୁଣାଇଲେ ଝାରସୁଗୁଡା ଦୌରାଜଜ୍ । ଅଧିକ ପଢନ୍ତୁ...

ଝାରସୁଗୁଡା: ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ଶୁଣାଇଲେ ଜିଲ୍ଲା ଦୌରାଜଜ । ସୂଚନାନୁସାରେ ଝାରସୁଗୁଡା ଜିଲ୍ଲା ଲଇକେରା ଅଞ୍ଚଳର ସୁଶାନ୍ତ କୁମାର ବୁଦୁଲାଙ୍କୁ ୨୦୧୪ର ଏକ ନାବାଳିକାର ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅତିରିକ୍ତ ଦୌରାଜଜ କୋର୍ଟ ଆଜି (ମଙ୍ଗଳବାର) ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ଜଷ୍ଟିସ ମଦନ ଲାଲ କେଡ଼ିଆ ।

ତେବେ ଏହି ମାମଲାରେ ୩୬ଟି ସାକ୍ଷୀର ସାକ୍ଷ୍ୟ ପ୍ରମାଣକୁ ଗ୍ରହଣ କରିବା ପରେ ସୁଶାନ୍ତ କୁମାର ବୁଦୁଲାକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାବାସର ସଜ୍ଜା ଶୁଣାଇବା ସହ ୧୦ହଜାର ଟଙ୍କାର ଜରିମାନା ଆଦାୟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.