ଝାରସୁଗୁଡା ଜିଲ୍ଲାରେ ସ୍ବାସ୍ଥ୍ୟସେବାକୁ ନେଇ ପୁଣି ପ୍ରଶ୍ନ, ଅବହେଳାରୁ ଯାଉଛି ଅନେକ ଜୀବନ

author img

By

Published : Sep 22, 2021, 1:25 PM IST

ଝାରସୁଗୁଡା ଜିଲ୍ଲାରେ ସ୍ବାସ୍ଥ୍ୟସେବାକୁ ନେଇ ପୁଣି ଉଠିଲା ପ୍ରଶ୍ନ

ରାଜ୍ୟରେ ମେଡିକାଲଗୁଡ଼ିକରେ ଚିକିତ୍ସାରେ ଅବହେଳା ନେଇ ବାରମ୍ବାର ଆସୁଛି ଅଭିଯୋଗ । ଆଉ ଏହି ଅବହେଳା କାରଣରୁ ରୋଗୀଙ୍କ ମୃତ୍ୟୁ ହେଉଥିବା ଘଟଣା ମଧ୍ୟ ସାମ୍ନାକୁ ଆସିଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ । ଅଧିକ ପଢନ୍ତୁ...

ଝାରସୁଗୁଡ଼ା: ରାଜ୍ୟରେ ମେଡିକାଲଗୁଡ଼ିକରେ ଚିକିତ୍ସାରେ ଅବହେଳା ନେଇ ବାରମ୍ବାର ଆସୁଛି ଅଭିଯୋଗ । ଆଉ ଏହି ଅବହେଳା କାରଣରୁ ରୋଗୀଙ୍କ ମୃତ୍ୟୁ ହେଉଥିବା ଘଟଣା ମଧ୍ୟ ସାମ୍ନାକୁ ଆସିଛି । ଫଳରେ ସଂପର୍କୀୟଙ୍କ ମଧ୍ୟରେ ଅସନ୍ତୋଷ ଓ ପରେ ଉତ୍ତେଜନା ଦେଖିବାକୁ ମିଳୁଛି। ପୁଣି ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ । ଝାରସୁଗୁଡ଼ା କିର୍ମୀରା ବ୍ଲକ ନକ୍ସା ପାଲି ଗାଁର ସୁନୀତା ବେହେରାଙ୍କ ଚିକିତ୍ସା ଅବହେଳା ଯୋଗୁଁ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ତାଙ୍କ ପରିବାର ଲୋକେ ।

ଝାରସୁଗୁଡା ଜିଲ୍ଲାରେ ସ୍ବାସ୍ଥ୍ୟସେବାକୁ ନେଇ ପୁଣି ଉଠିଲା ପ୍ରଶ୍ନ

ସୂଚନାମୁତାବକ, ସୋମବାର ପ୍ରସବ ବେଦନା ଯୋଗୁଁ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ ସୁନିତା । ହେଲେ ଡାକ୍ତରଖାନାର କାର୍ଯ୍ୟରତ ନର୍ସ ଓ ଡାକ୍ତରଙ୍କ ଅବହେଳା ଯୋଗୁଁ ମୃତ୍ୟୁ ଅଭିଯୋଗ କରିଛନ୍ତି ପରିବାର ବର୍ଗ । ଚିକିତ୍ସାଳୟରେ ପହଞ୍ଚିବା ପରେ ସୁନୀତା ଚେତା ଶୂନ୍ୟ ହୋଇଯାଇଥିଲେ। ଏପଟେ କିନ୍ତୁ ଡାକ୍ତରଙ୍କ ଦେଖା ଦର୍ଶନ ନଥିଲା । ଯଦି ସଠିକ ସମୟରେ ଡାକ୍ତର ଆସି ଚିକିତ୍ସା କରିଥାନ୍ତେ, ତେବେ ସୁନୀତା ବଞ୍ଚି ଯାଇଥାନ୍ତା ବୋଲି କହିଛନ୍ତି ମୃତା ସୁନୀତାଙ୍କ ଶାଶୁ । ଏପଟେ ତାଙ୍କ ଗର୍ଭରୁ ମୃତ ଶିଶୁ ଜନ୍ମ ନେଇଥିବାବେଳେ ଘରେ ଚାରି ବର୍ଷର ପୁଅ ଅଛି।

ଡାକ୍ତରଖାନାରେ ଆଶା ଦିଦି ରୋଗୀକୁ ଛାଡ଼ି ଚାଲିଯାଉଛନ୍ତି, ଆଉ ଡାକ୍ତର ବି ହସ୍ପିଟାଲରେ ରହୁନାହାନ୍ତି । ଏଭଳି ସ୍ଥିତିରେ ସରକାରୀ ଡାକ୍ତରଖାନାକୁ ନେଇ ଲାଭ କଣ ବୋଲି ପ୍ରଶ୍ନ କରିଛନ୍ତି ଗ୍ରାମବାସୀ । ଝାରସୁଗୁଡା ଜିଲ୍ଲାର ବିଭିନ୍ନ ଚିକିତ୍ସାଳୟରେ ଅନେକ ସମୟରେ ଡାକ୍ତରୀ ଅବହେଳା ଅଭିଯୋଗ ଆସିଥାଏ । ଏଥର କିନ୍ତୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀ ଅଞ୍ଚଳର ରୋଗୀଙ୍କ ସହ ଡାକ୍ତର କରିଥିବା ଅବହେଳା ଅଭିଯୋଗ। ଯଦି ଖୋଦ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଏମିତି ସ୍ବାସ୍ଥ୍ୟସେବା, ତେବେ ଦୂର ଦୂରାନ୍ତ ଜିଲ୍ଲାମାନଙ୍କରେ ଅବସ୍ଥା କଣ ଥିବ, ତାହା କଳ୍ପନା ବାହାରେ । ଏପଟେ ଝାରସୁଗୁଡା ଇନଚାର୍ଜ ସିଡିଏମଙ୍କୁ ଯୋଗାଯୋଗ କରିବାରୁ ଅଭିଯୋଗ ଆସିଲେ ତଦନ୍ତ କରାଯିବା ବୋଲି ସେ କହିଛନ୍ତି ।

ଝାରସୁଗୁଡ଼ାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.