ହୀରାକୁଦରେ ୨୮ ଗେଟ ଖୋଲା, ଜଳସ୍ତର ବଢିବା ସହ ବଢୁଛି ନଦୀକୂଳିଆଙ୍କ ଭୟ

author img

By

Published : Sep 16, 2021, 10:57 PM IST

ହୀରାକୁଦରେ ୨୮ ଗେଟ ଖୋଲା, ଜଳାସ୍ତର ବଢିବା ସହ ବଢୁଛି ନଦୀକୂଳିଆଙ୍କ ଭୟ

ଉପରମୁଣ୍ଡରେ ଜଳସ୍ତର ବଢିବାରୁ ହୀରାକୁଦ ଜଳଭଣ୍ଡାରର ୨୮ଟି ଗେଟରେ ଏବେ ବନ୍ୟାଜଳ ନିଷ୍କାସିତ ହେଉଛି । ଏନେଇ ଝାରସୁଗୁଡାରେ ବନ୍ୟା ବିପଦ ଟଳିନାହିଁ । ଅଧିକ ପଢନ୍ତୁ...

ଝାରସୁଗୁଡ଼ା: ଉପରମୁଣ୍ଡରେ ଜଳସ୍ତର ବଢିବାରୁ ହୀରାକୁଦ ଜଳଭଣ୍ଡାରର ୨୮ଟି ଗେଟରେ ଏବେ ଜଳ ନିଷ୍କାସିତ ହେଉଛି । ଜଳ ନିଷ୍କାସନ ଯୋଗୁଁ ଏବେ ଅନେକ ନଦୀରେ ଜଳସ୍ତର ବଢିଛି । ଫଳରେ ଭୟ ଓ ଆତଙ୍କରେ ତଳମୁଣ୍ଡର ନଦୀକୂଳିଆ ଲୋକେ । କିନ୍ତୁ ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ବର୍ଷା ପରିମାଣ କମିଯାଇଥିଲେ ମଧ୍ୟ ଝାରସୁଗୁଡାରେ ବନ୍ୟା ବିପଦ ଟଳିନାହିଁ ।

ହୀରାକୁଦରେ ୨୮ ଗେଟ ଖୋଲା, ଜଳାସ୍ତର ବଢିବା ସହ ବଢୁଛି ନଦୀକୂଳିଆଙ୍କ ଭୟ

ଉପରମୁଣ୍ଡରେ ଅର୍ଥାତ ଛତିଶଗଡ଼ ରାଜ୍ୟରେ ବର୍ଷା ଲାଗି ରହିଥିବାରୁ ମହାନଦୀରେ ଏବେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ମହାନଦୀରେ ଆସିଥିବା ବନ୍ୟା ଜଳ ଏବେ ଜନବସତି ମୁହାଁ ହେଉଛି ଯାହାଫଳରେ ଲୋକେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି । ଏହାର ପ୍ରଭାବରେ ଲଖନପୁର ବ୍ଲକର ସୁଖାସୋଢା, ସେମଲିଆ, ମୁହୁଦି, ରେଙ୍କୁଲି, ଶରଧା ଆଦି ୫ଟି ଗ୍ରାମ ଏବେ ପାଣି ଘେରରେ ରହିଛି । ଏହା ସହିତ ୧୯ ଖଣ୍ଡ ମୌଜାରେ ବ୍ୟାପକ ଚାଷଜମି ଜଳମଗ୍ନ ହୋଇଛି । ବର୍ଷା ଥମି ଥିବାରୁ ଲୋକେ ନିଜର ଦୈନନ୍ଦିନ କାର୍ଯ୍ୟ କରି ପାରୁଥିବା ବେଳେ ନଦୀ କୂଳିଆ ଲୋକେ କିନ୍ତୁ ମହାନଦୀ ବଢିପାଣି ଯୋଗୁଁ ଭୟ ଓ ଆତଙ୍କରେ ରହିଛନ୍ତି ।

ଚାଷୀମାନେ ନିଜ ଚାଷ ଜମିକୁ ସୁରକ୍ଷା ଦେବା ପାଇଁ କେବେ ବଢିପାଣି କମିବ ସେହି ଆଶାରେ ରହିଛନ୍ତି । ତେବେ ଛୋଟ ଚାଷୀମାନଙ୍କ ପାଇଁ ବଢିପାଣି ଏବେ ଦୁଃଖ ସାଜିଛି । ଏହାକୁ ଦୃଷ୍ଟିରେ ରଖି ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ମଧ୍ୟ ବନ୍ୟାର ମୁକାବିଲା ପାଇଁ ପ୍ରସ୍ତୁତିରେ ଲାଗି ପଡିଛି । ଆଜି ଲଖନପୁର ତହସିଲଦାର ବିଶ୍ବକେସନ ପାଣ୍ଡେ, ବିଡିଓ ସଞ୍ଜିବ ପଟେଲ, ଏସଡିପିଓ ଦିଲୀପ ଦାସ, ରେଙ୍ଗାଲି ଥାନା ଅଧିକାରୀ ସାରଙ୍ଗଧର ପାଣିଗ୍ରାହୀ ପ୍ରମୁଖ ୧୯ ଖଣ୍ଡ ମୌଜା ଗସ୍ତ କରି ସ୍ଥିତି ପରଖୁଛନ୍ତି ।

ସେହିପରି ପରିସ୍ଥିତକୁ ଦୃଷ୍ଟିରେ ରଖୁ ସୁଖାସୋଢା, ସେମଲିଆ, ମୁହୁଦି, ଚିଖୀଲି, ଶରଧା ଗ୍ରାମରେ ଗୋଟିଏ ଲେଖାଏଁ ବନ୍ୟା ଆଶ୍ରୟସ୍ଥଳୀ କରାଯିବା ସହ ଚିଖୀଲି ଗ୍ରାମର ତିନୋଟି ପରିବାରକୁ ବନ୍ୟା ଅଶ୍ରୟସ୍ଥଳୀକୁ ନିଆଯାଇଛି । ଅନ୍ୟପକ୍ଷରେ ଜିଲାପାଳ କହିଛନ୍ତି ଜିଲ୍ଲାରେ ବନ୍ୟାର ସମ୍ଭାବନା ନାହିଁ କିନ୍ତୁ ସମସ୍ତ ବିଭାଗ ତରଫରୁ ବନ୍ୟା ପରିସ୍ଥିତି କୁ ଅନୁଧ୍ୟାନ କରି ବନ୍ୟା ରେ କାହାରିକୁ ଯେମିତି କିଛି କ୍ଷତି ନହୁଏ ପଦକ୍ଷେପ ନିଆଯାଇଛି ।

ଝାରସୁଗୁଡ଼ାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.