ଜୀବନ ନେଲା ବିଫଳ ପ୍ରେମିକ: ଯୁବତୀଙ୍କ ଭାଇକୁ ହତ୍ୟା, ଯାଜପୁରରେ ଉତ୍ତେଜନା

author img

By

Published : Nov 30, 2022, 9:52 AM IST

Updated : Nov 30, 2022, 10:21 AM IST

ତାରେଣି ଛକରେ ବିଭତ୍ସ ହତ୍ୟା

ପ୍ରେମ ବ୍ୟାପାରକୁ ନେଇ ଯାଜପୁର ଜିଲ୍ଲା ତାରେଣି ଛକରେ ବୀଭତ୍ସ ହତ୍ୟା । ମୃତ ଯୁବକ ହେଲେ ବମ୍ବିଲୋ ଗ୍ରାମର ଜିତେନ୍ଦ୍ର ମହାପାତ୍ର । ଘଟଣା ପରେ ଆକ୍ରମଣକାରୀର ଟ୍ରକ୍ ପୋଡ଼ିଦେଲେ ଉତ୍ତ୍ୟକ୍ତ ଲୋକେ । ଅଧିକ ପଢନ୍ତୁ

ଯାଜପୁର: ପ୍ରେମ ବ୍ୟାପାରକୁ ନେଇ ବୀଭତ୍ସ ହତ୍ୟା । ଧାରୁଆ ଅସ୍ତ୍ରରେ ହାଣି ଯୁବକଙ୍କୁ ହତ୍ୟା କରିଲା ଅନ୍ୟ ଜଣେ ଯୁବକ । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା କାଳିଆପାଣି ଥାନା ଅନ୍ତର୍ଗତ ତାରେଣି ଛକରେ । ମୃତ ଯୁବକ ହେଲେ ବମ୍ବିଲୋ ଗ୍ରାମର ଜିତେନ୍ଦ୍ର ମହାପାତ୍ର ।

ସୂଚନାଅନୁସାରେ, ମୃତ ଜିତେନ୍ଦ୍ର ଏବଂ ହତ୍ୟାକାରୀଙ୍କ ମଧ୍ୟରେ ପୂର୍ବରୁ ଶତ୍ରୁତା ରହିଥିଲା । ତେବେ ଗତକାଲି(ମଙ୍ଗଳବାର) ରାତିରେ କୌଣସି ଏକ କାରଣକୁ ନେଇ ଜଣେ ସ୍ଥାନୀୟ ଯୁବକ ଜିତେନ୍ଦ୍ର ମହାପାତ୍ରଙ୍କୁ ଆକ୍ରମଣ କରିଥିଲା । ପୁଅକୁ ରକ୍ଷା କରିବାକୁ ଯାଇ ବାପା ସନ୍ତୋଷ ମହାପାତ୍ର ମଧ୍ୟ ଆହତ ହୋଇଥିଲେ । ତେବେ ଗୁରୁତର ଅବସ୍ଥାରେ ଜିତେନ୍ଦ୍ରଙ୍କୁ ଉଦ୍ଧାର କରାଯାଇ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ହତ୍ୟାକାଣ୍ଡର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିବା ବେଳେ ପ୍ରେମ ପାଇଁ ଶତ୍ରୁତା ରହିଥିବା ନେଇ ଚର୍ଚ୍ଚା ହେଉଛି । ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

ପ୍ରେମକୁ ନେଇ ଗଡିଲା ମୁଣ୍ଡ

ଏହା ମଧ୍ୟ ପଢନ୍ତୁ: ଫର୍ଣ୍ଣିଚର ଗୋଦାମରେ ନିଆଁ ଲାଗି ୬ ମୃତ, ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ମୃତକଙ୍କ ବାପାଙ୍କ କହିବା ଅନୁସାରେ, "କାଳିଆପାଣି ତାରିଣୀ ମାର୍କେଟରେ ଆମର ଏକ ଦୋକାନ ରହିଛି । ପୁଅ କାଲି ମାଲ ଦବାକୁ ଯାଇଥିବା ବେଳେ ଅଭିଯୁକ୍ତ ଶାନ୍ତନୁ ଆସି ମୋ ପୁଅର ୨ ଗୋଡ଼କୁ ହାଣି ପକାଇଥିଲା । ଏକ ପ୍ରେମ ବ୍ୟାପାରକୁ କେନ୍ଦ୍ରକରି ଏହି ସବୁ ହୋଇଛି । ଅଭିଯୁକ୍ତ ଶାନ୍ତନୁ ମୋ ପୁଅକୁ ହାଣିବା ବୋଲି ଆଗରୁ ଧମକ ଦେଇଥିଲା ।"

ଏହି ଘଟଣାକୁ ନେଇ ଖଣି ଅଞ୍ଚଳରେ ସ୍ଥାନୀୟ ଲୋକେ ଓ ମହିଳାମାନେ ଉତ୍ୟକ୍ତ ହୋଇ ଧାରଣା ଦେଇଛନ୍ତି । ଅଭିଯୁକ୍ତ ସାନ୍ତୁନ ସାମଲଙ୍କ ଗାଡ଼ିରେ ନିଆଁ ଲଗାଇବା ସହିତ ଘର ଭାଙ୍ଗି ଦେଇଥିବା ସୂଚନା ମିଳିଛି । ବର୍ତ୍ତମାନ ସେଠାକାର ସ୍ଥିତି ଉତେଜନା ପୂର୍ଣ୍ଣ ରହିଥିବା ବେଳେ ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛି । ଏହାସହ କାଳିଆପାଣି ପୋଲିସ ମଧ୍ୟ ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରୁଛି ।

ଇଟିଭି ଭାରତ, ଯାଜପୁର

Last Updated :Nov 30, 2022, 10:21 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.