ଦାନଗଦି ବ୍ଲକରେ ନକଲି ଶିକ୍ଷାନୁଷ୍ଠାନ ଠାବ, ୩ ଅଟକ

author img

By

Published : Sep 21, 2021, 9:41 PM IST

ଦାନଗଦି ବ୍ଲକରେ ନକଲି ଶିକ୍ଷାନୁଷ୍ଠାନ ଠାବ, ଥାନାରେ ୩ ଅଟକ

ଯାଜପୁର ଦାନଗଦିରେ ଏକ ନକଲି ଶିକ୍ଷାନୁଷ୍ଠାନ ଠାବ କରାଯାଇଛି । ଦାନଗଦି ସହ ଅନ୍ୟ ଦୁଇଟି ଜିଲ୍ଲାରେ ମଧ୍ୟ ଏହି ନକଲି ଶିକ୍ଷାନୁଷ୍ଠାନର ଶାଖାରେ ଛାତ୍ରଛାତ୍ରୀ ନାମ ଲେଖାଇ ଠକାମିର ଶିକାର ହୋଇଛନ୍ତି । ଅଧିକ ପଢ଼ନ୍ତୁ...

ଯାଜପୁର: ଜିଲ୍ଲା ଦାନଗଦିରେ ଏକ ନକଲି ଶିକ୍ଷାନୁଷ୍ଠାନ ଠାବ କରାଯାଇଛି । ଦାନଗଦି ସହ ଅନ୍ୟ ଦୁଇଟି ଜିଲ୍ଲାରେ ମଧ୍ୟ ଏହି ନକଲି ଶିକ୍ଷାନୁଷ୍ଠାନର ଶାଖାରେ ଛାତ୍ରଛାତ୍ରୀ ନାମ ଲେଖାଇ ଠକାମିର ଶିକାର ହୋଇଛନ୍ତି । ଆନ୍ଧ୍ରପ୍ରଦେଶରେ ଏକ ଶିକ୍ଷାନୁଷ୍ଠାନରେ ବି.ଏଡ କରାଇବା ନାଁରେ ଛାତ୍ରଛାତ୍ରୀଙ୍କ ଟଙ୍କା ହଡ଼ପ କରିଛି ଏହି ଶିକ୍ଷାନୁଷ୍ଠାନ । ଏହି ମାମଲାରେ ୩ଜଣଙ୍କୁ ଅଟକ ରଖିଛି ପୋଲିସ ।

ଦାନଗଦି ବ୍ଲକରେ ନକଲି ଶିକ୍ଷାନୁଷ୍ଠାନ ଠାବ, ଥାନାରେ ୩ ଅଟକ

ଯାଜପୁର, ଭଦ୍ରକ ଓ ଖୋର୍ଦ୍ଧା ଅଞ୍ଚଳର 40ରୁ ଅଧିକ ଛାତ୍ରଛାତ୍ରୀ ନକଲି ଶିକ୍ଷାନୁଷ୍ଠାନରେ ନାମ ଲେଖାଇ ହରଡ଼ଘଣାରେ ପଡ଼ିଛନ୍ତି । ଏହାକୁ ନେଇ ଅଭିଯୋଗ ହେବାପରେ ପୋଲିସ ଚଢ଼ାଉ ଆରମ୍ଭ କରିଥିଲା । ଛାତ୍ରଛାତ୍ରୀଙ୍କୁ ନକଲି ଆଡମିଟକାର୍ଡ ଦେଇ ଆନ୍ଧ୍ରର ଆଚାର୍ଯ୍ଯ ନାଗାର୍ଜୁନ ବିଶ୍ବବିଦ୍ୟାଳୟରେ ବିଏଡ୍ କରାଇ ଦେବାକୁ କହିଥିଲା ଏହି ଶିକ୍ଷାନୁଷ୍ଠାନ । ହେଲେ ଆନ୍ଧ୍ରପ୍ରଦେଶର ଆଚାର୍ଯ୍ଯ ନାଗାର୍ଜୁନ ବିଶ୍ବବିଦ୍ୟାଳୟକୁ ଯାଇ ଛାତ୍ରଛାତ୍ରୀଙ୍କୁ ନିରାଶ ହେବାକୁ ପଡ଼ିଥିଲା ।

ସେଠାରେ ଛାତ୍ରଛାତ୍ରୀଙ୍କ ନାମ ଲେଖାଯାଇନଥିବା ସେମାନେ ଜାଣିବାକୁ ପାଇଥିଲେ । ଫେରିବା ପରେ ବାଟରେ ଯାଜପୁର ପୋଲିସର ସହାୟତା ଲୋଡିଥିଲେ ଛାତ୍ରଛାତ୍ରୀ। ଏହି ମାମଲାରେ ପୋଲିସ ଏକ ବସ୍‌ ଜବତ କରିଛି । ଏହାସହ ଶିକ୍ଷାନୁ୍ଷ୍ଠାନ ମାଲିକ ସହ ଦୁଇଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ପୋଲିସ ।


ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.