ଦୁର୍ନୀତି ବିରୋଧରେ ଅନଶନ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

author img

By

Published : Oct 11, 2021, 9:27 PM IST

ଦୁର୍ନିତୀ ବିରୋଧରେ ଅନଶନ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ବିଞ୍ଝାରପୁର ବ୍ଲକ ବାଙ୍ଗରା ଓ ପଂତେପୁର ପଞ୍ଚାୟତରେ ଦୁର୍ନୀତିର ତଦନ୍ତ ଦାବିରେ ଗ୍ରାମବାସୀଙ୍କ ଅନଶନ ଜାରି ରହିଛି । ତେବେ କିଛି ଅନଶନକାରୀ ଆଜି ଗୁରୁତର ହୋଇ ପଡ଼ିବାରୁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅଧିକ ପଢ଼ନ୍ତୁ...

ଯାଜପୁର: ଜିଲ୍ଲା ବିଞ୍ଝାରପୁର ବ୍ଲକ ବାଙ୍ଗରା ଓ ପଂତେପୁର ପଞ୍ଚାୟତରେ ଦୁର୍ନୀତିର ତଦନ୍ତ ଦାବିରେ ଗ୍ରାମବାସୀଙ୍କ ଅନଶନ ଜାରି ରହିଛି । ତେବେ କିଛି ଅନଶନକାରୀ ଆଜି(ସୋମବାର) ଗୁରୁତର ହୋଇ ପଡ଼ିବାରୁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ରାସ୍ତାଘାଟ ହେଉ କି ଡାକ୍ତରଖାନା ସମସ୍ତ ସ୍ଥାନରେ ଜିଲ୍ଲା ପ୍ରଶାସନିକ ଅଧିକାରୀମାନେ ଦୁର୍ନୀତିଗ୍ରସ୍ତ ହୋଇ ରହିଥିବା ଅଭିଯୋଗ ହୋଇଛି ।

ଦୁର୍ନିତୀ ବିରୋଧରେ ଅନଶନ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଦୁର୍ନୀତିର ତଦନ୍ତ ଦାବ କରି ଅନଶନରେ ବସିଛନ୍ତି ଗ୍ରାମବାସୀ । ସେପଟେ ଏହି ଆମରଣ ଅନଶନ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି ଯାଜପୁର ଜିଲ୍ଲା ବିଜେପି । ବାଙ୍ଗରାରେ ଚାଲିଥିବା ଅନଶନରେ ସାମିଲ ଥିବା ଯୁବକ ଜ୍ଞାନରଞ୍ଜନ ଜେନା ଆଜି ଅଚାନକ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ବିଞ୍ଝାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ଜିଲ୍ଲା ପ୍ରଶାସନର ଦୁର୍ନୀତିର ତଦନ୍ତ ଓ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ନିଆଗଲା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ଅନଶନରେ ବସିଥିବା ଗ୍ରାମବାସୀ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.