ମହିଳା ସରପଞ୍ଚଙ୍କୁ ଜେଇଙ୍କ ଦୁର୍ବ୍ୟବହାର, ଜିଲ୍ଲାପାଳଙ୍କୁ ଭେଟିଲେ ସରପଞ୍ଚ ଓ ସମିତି ସଭ୍ୟ

author img

By

Published : Sep 27, 2022, 11:37 AM IST

ମହିଳା ସରପଞ୍ଚଙ୍କୁ ଜେଇଙ୍କ ଦୁର୍ବ୍ୟବହାର, ଜିଲ୍ଲାପାଳଙ୍କୁ ଭେଟିଲେ ୬ ସରପଞ୍ଚ ଓ ୫ ସମିତି ସଭ୍ୟ

ସୁକିନ୍ଦା ବ୍ଲକ ପରିସରରେ ମହିଳା ସରପଞ୍ଚଙ୍କୁ ଜେଇଙ୍କ ଦୁର୍ବ୍ୟବହାର ଘଟଣା ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ । ତୁରନ୍ତ କାର୍ଯ୍ୟାନୁଷ୍ଠାନ ନହେଲେ ୬ ଜଣ ସରପଞ୍ଚ ଓ ୫ ଜଣ ସମିତି ସଭ୍ୟଙ୍କ ଇସ୍ତଫା ଚେତାବନୀ । ଅଧିକ ପଢ଼ନ୍ତୁ

ଯାଜପୁର: ସୁକିନ୍ଦା ବ୍ଲକ ପରିସରରେ ମହିଳା ସରପଞ୍ଚଙ୍କୁ ଜେଇଙ୍କ ଦୁର୍ବ୍ୟବହାର ଘଟଣା । କୋରେଇ ବ୍ଳକ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଜନ ଶୁଣାଣିରେ ଅଭିଯୋଗ କଲେ ଅନେକ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ । ରାସ୍ତା କାମ ନେଇ ଅଭିଯୋଗ କରିବାରୁ ହରିପୁର ସରପଞ୍ଚ ଶର୍ମିଷ୍ଠା ବରାଳଙ୍କୁ ବ୍ଲକର ବିଭାଗୀୟ ଜେଇ ବ୍ଲକ କାର୍ଯ୍ୟାଳୟରେ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା ।

ମହିଳା ସରପଞ୍ଚଙ୍କୁ ଜେଇଙ୍କ ଦୁର୍ବ୍ୟବହାର, ଜିଲ୍ଲାପାଳଙ୍କୁ ଭେଟିଲେ ୬ ସରପଞ୍ଚ ଓ ୫ ସମିତି ସଭ୍ୟ

ସୂଚନା ଅନୁଯାୟୀ ଗତ ୨୨ ତାରିଖରେ ସୁକିନ୍ଦା ବ୍ଲକ ହରିପୁରରେ ନିର୍ମାଣ ହୋଇଥିବା ଏକ କଂକ୍ରିଟ ରାସ୍ତା କାର୍ଯ୍ୟ ଅତି ନିମ୍ନମାନର ହେବା ସହିତ ବିନା ଫଳକରେ ହେଉଥିବା ନେଇ ସ୍ଥାନୀୟ ଲୋକମାନେ ସରପଞ୍ଚ ନିକଟରେ ଅଭିଯୋଗ କରିଥିଲେ । ସରପଞ୍ଚ ଶର୍ମିଷ୍ଠା ବରାଳ ବିଭାଗୀୟ ଜେଇ ଲିଙ୍ଗରାଜ ବେହେରାଙ୍କୁ ଏହି ଘଟଣା ସମ୍ପର୍କରେ ଜାଣିବା ପାଇଁ ଫୋନ କରିଥିଲେ । କିନ୍ତୁ ଜେଇ ଏହି ସମୟରେ ବ୍ଲକରେ ନାହାନ୍ତି ବୋଲି କହିଥିଲେ । ଏହାପରେ ସରପଞ୍ଚ ଯେତେବେଳେ ବ୍ଲକ ଆସିଥିଲେ ସେତେବେଳେ ଜେଇ ବ୍ଲକ ପରିସରରେ ମଦ ପିଉଥିବାର ଦେଖିଥିଲେ ଏବଂ ଉଭୟଙ୍କ ମଧ୍ୟରେ କଥାକଟାକଟି ହେଇଥିଲା ।

ଏନେଇ ସରପଞ୍ଚ ଶର୍ମିଷ୍ଠା ବରାଳ ଜେଇଙ୍କ ବିରୋଧରେ ସୁକିନ୍ଦା ଥାନାରେ ଅଭିଯୋଗ କରିଥିଲେ । ସେପଟେ ଜେଇ ମଧ୍ୟ ସରପଞ୍ଚଙ୍କ ନାମରେ ଏକ ପାଲଟା ଅଭିଯୋଗ କରିଥିଲେ । ମାତ୍ର ଉଭୟଙ୍କ ପକ୍ଷରୁ ଦୁଇଟି ଏତଲା ହୋଇଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ କରି କରିଛନ୍ତି ସରପଞ୍ଚ । ସେପଟେ ଆଜି ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ବିଶ୍ବଜିତ ରାଜଙ୍କ ନେତୃତ୍ବରେ ୬ ଜଣ ସରପଞ୍ଚ ଓ ୫ ଜଣ ସମିତି ସଭ୍ୟ କୋରେଇ ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କୁ ଭେଟି ନ୍ୟାୟ ପାଇଁ ଦାବି କରିଛନ୍ତି । ଏହା ସହିତ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନହେଲେ ସମୂହ ଇସ୍ତଫା ଦେବେ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି । ଏନେଇ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.