ବ୍ୟାସନଗର ପୌରପରିଷଦର ବିଭିନ୍ନ ମଣ୍ଡପରେ ଚାଲିଛିି ମା'ଙ୍କ ସପ୍ତମୀ ପୂଜା

author img

By

Published : Oct 12, 2021, 7:05 PM IST

Updated : Oct 12, 2021, 7:31 PM IST

saptami puja in Byasanagar different puja mandap

ବ୍ୟାସନଗର ପୌରପରିଷଦରେ କୋଭିଡ ନିୟମ ଅନୁଯାୟୀ ଆରମ୍ଭ ହେଲା ବିଭିନ୍ନ ମଣ୍ଡପରେ ମା ଦୁର୍ଗାଙ୍କ ସପ୍ତମୀ ପୂଜା। ଅଧିକ ପଢନ୍ତୁ...

ଯାଜପୁର : ମା' ଦୁର୍ଗାଙ୍କ ଆଗମନରେ ଚାରିଆଡ ଚଳଚଞ୍ଚଳ । ଯାଜପୁର ଜିଲ୍ଲା ବ୍ୟାସନଗର ପୌରପରିଷଦରେ କୋଭିଡ ନିୟମ ଅନୁଯାୟୀ ଆରମ୍ଭ ହୋଇଛି ବିଭିନ୍ନ ମଣ୍ଡପରେ ମା ଦୁର୍ଗାଙ୍କ ସପ୍ତମୀ ପୂଜା । କୋରାନା କଟକଣା ଯୋଗୁଁ ଚାରିଆଡେ ଖାଁ ଖାଁ ପୂଜା ମଣ୍ଡପ ।

ବ୍ୟାସନଗର ପୌରପରିଷଦର ବିଭିନ୍ନ ମଣ୍ଡପରେ ଚାଲିଛିି ମା'ଙ୍କ ସପ୍ତମୀ ପୂଜା

ଚାଲିଛି ପାର୍ବଣ ଋତୁ। ମା'ଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠିଛି ପୂଜା ମଣ୍ଡପ । ବ୍ୟାସନଗର ପୌରାଞ୍ଚଳରେ ଆଜି ୬ଟି ସ୍ଥାନରେ କୋଭିଡ କଟକଣା ଭିତରେ ଚାଲିଛି ମା ଦୁର୍ଗାଙ୍କ ସପ୍ତମୀ ପୂଜା । ବ୍ୟାସନଗର ପୌରାଞ୍ଚଳରେ ପ୍ରତେକ ବର୍ଷ ଧୁମଧାମରେ ପାଳିତ ହୁଏ ମା ଦୁର୍ଗାଙ୍କ ପୂଜାର୍ଚ୍ଚନା । ମାତ୍ର ଚଳିତ ଥର କୋଭିଡ କଟକଣା ଯୋଗୁଁ ବ୍ୟାସନଗରର ମୁଣ୍ଡାମାଳ,ଚୋରଦା,ରାଇସିମିଲ,ବସଷ୍ଟାଣ୍ଡ ଓ ଧବଳଗିରି ଅଞ୍ଚଳରେ ଅତି ନିରାଡ଼ମ୍ବରରେ ପାଳିତ ହେଉଛି ମାଆଙ୍କ ପୂଜାର୍ଚ୍ଚନା ।

ସେପଟେ କୋଭିଡ ନିୟମକୁ ନଜର କରି ଯାଜପୁର ରୋଡ଼ ପୋଲିସ ପକ୍ଷରୁ ବ୍ୟାପକ ପୋଲିସ ବନ୍ଦୋବସ୍ତ କରାଯାଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Last Updated :Oct 12, 2021, 7:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.