ଆପ୍ରୋଚ ରୋଡ ପାଇଁ ଜମିହରାଙ୍କୁ ମିଳୁନି କ୍ଷତିପୂରଣ, ପ୍ରତିବାଦରେ ରାସ୍ତାରୋକ

author img

By

Published : Sep 20, 2021, 7:19 PM IST

ଆପ୍ରୋଚ ରୋଡ ପାଇଁ ଜମି ହରାଙ୍କୁ ମିଳୁନି କ୍ଷତିପୂରଣ, ପ୍ରତିବାଦରେ ରାସ୍ତା ରୋକ

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକରେ ସେତୁ ସଂଯୋଗୀକରଣ ରାସ୍ତା ପାଇଁ ଜମି ହରାଇଥିବା ପରିବାର ପାଇନାହାନ୍ତି କ୍ଷତିପୂରଣ । ଅଧିକ ପଢନ୍ତୁ....

ବୌଦ୍ଧ: କଣ୍ଟାମାଳ ବ୍ଲକ ସଦର ମହକୁମା ଠାରୁ ତରଭାକୁ ସଂଯୋଗ ପାଇଁ ତେଲନଦୀ ଉପରେ ଦୀର୍ଘ ତିନି ବର୍ଷ ହେଲା ନିର୍ମାଣ ସରିଛି ସେତୁ । କିନ୍ତୁ ସେତୁର ଦୁଇ ପାର୍ଶ୍ବରେ ଆପ୍ରୋଚ ରାସ୍ତା ପାଇଁ ଜମି ହରାଇଥିବା ପରିବାରକୁ ସହାୟତା ମିଳି ନଥିବା ଅଭିଯୋଗ ହୋଇଛି । ତେଣୁ ସୋମବାର ଉକ୍ତ କଣ୍ଟାମାଳ ସେତୁକୁ ଜମି ହରାଇଥିବା ଗ୍ରାମବାସୀ ଦୀର୍ଘ ସମୟ ଧରି ରାସ୍ତା ଅବରୋଧ କରି ରଖିଥିଲେ । ବାରମ୍ବାର ଏଭଳି ଅଭିଯୋଗ ହୋଇ ଆସୁଥିଲେ ସୁଦ୍ଧା ବିଭାଗୀୟ ଉଦାସୀନତା ଯୋଗୁଁ ଏହି ସମସ୍ୟାର ସମାଧାନ ହେଉନାହିଁ । ଯାହାର ତ୍ବରିତ ସମାଧାନ ଦାବି କରିଛନ୍ତି ଜମି ହରାଇଥିବା ଗ୍ରାମବାସୀ ।

ଆପ୍ରୋଚ ରୋଡ ପାଇଁ ଜମିହରାଙ୍କୁ ମିଳୁନି କ୍ଷତିପୂରଣ, ପ୍ରତିବାଦରେ ରାସ୍ତାରୋକ

ସେହିପରି ଅନ୍ୟ ଏକ ଅଭିଯୋଗ ଅନୁସାରେ, ଜିଲ୍ଲାର ବିଭିନ୍ନ ସ୍ଥାନରେ ନିର୍ମାଣଧୀନ ରାସ୍ତା ଅତ୍ୟନ୍ତ ନିମ୍ନମାନର ହେଉଥିବା ମଧ୍ୟ ଅଭିଯୋଗ ହୋଇଛି । ଅଧିକାଂଶ ସମୟରେ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପୂର୍ବରୁ ମଧ୍ୟ ରାସ୍ତାର ଅବସ୍ଥା ଶୌଚନୀୟ ହୋଇପଡୁଛି । ଏଥିପାଇଁ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ହିଁ ପ୍ରମୁଖ କାରଣ ବୋଲି ଅଭିଯୋଗ କରିଛନ୍ତି ଜିଲ୍ଲାବାସୀ । ଜିଲ୍ଲା ସଦର ମହକୁମା ଏନଏସି ଛକ ଠାରୁ ଜାମୁଛକ ରାସ୍ତା ହେଉ କିମ୍ବା ଗୁଦୁଗୁଦା ନିକଟସ୍ଥ ରାସ୍ତା ହେଉ ଏଭଳି ଅନେକ ସ୍ଥାନରେ ନବ ନିର୍ମିତ ରାସ୍ତା ଦବିଯିବା ସହ ଫାଟି ଆଁ କଲାଣି । ସେପଟେ ନିମ୍ନମାନର କାମ ଅଭିଯୋଗ ନେଇ ତଦନ୍ତ କରାଯାଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.