ପାରିବାରିକ କଳହର କରୁଣ ପରିଣତି, ବୋହୂକୁ ପଥରରେ ଛେଚି ହତ୍ୟାକଲା ଶାଶୁ

author img

By

Published : Oct 17, 2021, 5:18 PM IST

ପାରିବାରିକ କଳହର କରୁଣ ପରିଣତି, ବୋହୂକୁ ପଥରରେ ଛେଚି ହତ୍ୟାକଲା ଶାଶୁ

ପାରିବାରିକ କଳହକୁ କେନ୍ଦ୍ର କରି ବୋହୂକୁ ପଥରରେ ଛେଚି ହତ୍ୟାକଲା ଶାଶୁ । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଧୀନ ଶ୍ରୀରାମପୁର ଗ୍ରାମରେ । ଅଧିକ ପଢନ୍ତୁ...

ଯାଜପୁର: ପାରିବାରିକ କଳହର କରୁଣ ପରିଣତି, ବୋହୂକୁ ପଥରରେ ଛେଚି ହତ୍ୟାକଲା ଶାଶୁ । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଧୀନ ଶ୍ରୀରାମପୁର ଗ୍ରାମରେ । ଗ୍ରାମର ପୀତବାସ ପରିଡାଙ୍କ ଭଉଣୀ ଶାନ୍ତିଲତା ୧୦ ବର୍ଷ ହେବ ବଡ଼ଚଣା ଥାନା ଅଧୀନ ହରିଚନ୍ଦନପୁର ଗ୍ରାମର ତରୁ ଦାସଙ୍କୁ ବିବାହ କରିଥିଲେ । ଦୀର୍ଘ ଦିନ ଧରି ଶାଶୁ ଓ ବୋହୂଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହିଥିଲା ।

ପାରିବାରିକ କଳହର କରୁଣ ପରିଣତି, ବୋହୂକୁ ପଥରରେ ଛେଚି ହତ୍ୟାକଲା ଶାଶୁ
ପାରିବାରିକ କଳହର କରୁଣ ପରିଣତି, ବୋହୂକୁ ପଥରରେ ଛେଚି ହତ୍ୟାକଲା ଶାଶୁ

ଗତକାଲି(ଶନିବାର) ଶାଶୁ ଓ ବୋହୂଙ୍କ ମଧ୍ୟରେ କଳହ ଉଗ୍ରରୂପ ନେଇଥିଲା । ଫଳରେ ଶାଶୁ, ବୋହୂ ଶାନ୍ତିଲତାଙ୍କୁ ପଥରରେ ଛେଚି ଦେଇଥିଲେ । ଘଟଣାସ୍ଥଳରେ ଶାନ୍ତିଲତାଙ୍କୁ ଗୁରୁତର ଅବସ୍ଥାରେ ବଡ଼ଚଣା ମେଡିକାଲ ଓ ପରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବାବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଏନେଇ ବୋହୂ ଶାନ୍ତିଲତାଙ୍କ ବାପଘର ପକ୍ଷରୁ ବଡ଼ଚଣା ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ବଡ଼ଚଣା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.