ଦରମା ବୃଦ୍ଧି ଦାବି ନେଇ ମିଟର ରିଡର କର୍ମଚାରୀଙ୍କ ଧାରଣା

author img

By

Published : Oct 18, 2021, 7:05 PM IST

ମିଟର ରିଡର ମାନଙ୍କ ଦରମା ବୃଦ୍ଧି ଦାବିରେ କର୍ମଚାରୀଙ୍କ ଧାରଣା

ବ୍ୟାସନଗର ଧବଳଗିରି ସ୍ଥିତ ବିଦ୍ୟୁତ ବିଭାଗର ଠିକା ମିଟର ରିଡର ମାନଙ୍କ ଦରମା ବୃଦ୍ଧି ଦାବିରେ କର୍ମଚାରୀ ମାନେ ଧାରଣା ଦେଇଥିବା ଦେଖିବାକୁ ମିଳିଛି। ଅଧିକ ପଢନ୍ତୁ...

ଯାଜପୁର: ବ୍ୟାସନଗର ଧବଳଗିରି ସ୍ଥିତ ବିଦ୍ୟୁତ ବିଭାଗର ଠିକା ମିଟର ରିଡରମାନଙ୍କ ଦରମା ବୃଦ୍ଧି ଦାବିରେ କର୍ମଚାରୀ ମାନେ ବିଦ୍ୟୁତ ବିଲ ଆଦାୟ ପାଇଁ ଟେଣ୍ଡର ନେଇଥିବା ଠିକାଦାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିବା ଦେଖିବାକୁ ମିଳିଛି। ଆଜି(ସୋମବାର) ଠିକା ମିଟର ରିଡର କର୍ମଚାରୀ ସଙ୍ଘର ବରିଷ୍ଠ କର୍ମଚାରୀ ମନୋରଞ୍ଜନ ପଣ୍ଡାଙ୍କ ନେତୃତ୍ବରେ ଯାଜପୁର ରୋଡ ବିଦ୍ୟୁତ ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା ୮୦ ଜଣ କର୍ମଚାରୀ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି ।

ମିଟର ରିଡର ମାନଙ୍କ ଦରମା ବୃଦ୍ଧି ଦାବିରେ କର୍ମଚାରୀଙ୍କ ଧାରଣା

ଦାବି ମୁତାବକ କର୍ମଚାରୀଙ୍କୁ ସମାନ ଡିୟୁଟି ପାଇଁ ସମାନ ଦରମା, ପ୍ରତେକ କର୍ମଚାରୀଙ୍କୁ ୧୨ ହଜାର ୫ ଶହ ଟଙ୍କାକୁ ଦରମା ବୃଦ୍ଧି ଆଦି ଦାବିରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ। ସେପଟେ ବିଦ୍ୟୁତ ବିଲ ଆଦାୟ ପାଇଁ ଟେଣ୍ଡର ନେଇଥିବା ବିରଜା କନଷ୍ଟ୍ରକ୍ସନର ଅଧିକାରୀଙ୍କ କହିବା କଥା କର୍ମଚାରୀଙ୍କ ଦେଇଥିବା ଦାବି କର୍ମଚାରୀଙ୍କ ଦାବି ପ୍ରତି ଆଲୋଚନା ଚାଲିଛି ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.