ନିଆଁ ଆଁରେ ଧନେଶ୍ଵର କବାଡ଼ିଆ ଗୋଦାମ

author img

By

Published : Nov 24, 2022, 12:02 PM IST

ଧନେଶ୍ଵର ଛକ କବାଡ଼ିଆ ଗୋଦାମରେ ଅଗ୍ନିକାଣ୍ଡ

ଯାଜପୁର ଜିଲ୍ଲା କୋରାଇ ଥାନାସ୍ଥିତ ଧନେଶ୍ଵର ଛକ କବାଡିଆ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ। ବିଦ୍ୟୁତ୍ ସଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ଅଧିକ ପଢ଼ନ୍ତୁ

ଯାଜପୁର: କୋରେଇ ଥାନା ସ୍ଥିତ ଧନେଶ୍ଵର ଛକ କବାଡିଆ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ । ବିଦ୍ୟୁତ୍ ସଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ଏହି ଘଟଣାରେ ଧୂଆଁର ଧାର ଆକାଶ ଯାଏଁ ଲମ୍ବି ରହିଥିଲା । ଘଟଣାରେ 30 ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ପ୍ଲାଷ୍ଟିକ, ଜରି ଓ ଅନ୍ୟାନ୍ୟ ସାମଗ୍ରୀ ଜଳିପୋଡି ନଷ୍ଟ ହୋଇଯାଇଛି । ସେପଟେ ନିଆଁଲିଭା କାର୍ଯ୍ୟରେ ନିୟୋଜିତ ଥିବା ଜଣେ ଅଗ୍ନିଶମ କର୍ମଚାରୀ ମଧ୍ୟ ଆହତ ହୋଇ ଯାଜପୁର ରୋଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି ।

ଧନେଶ୍ଵର ଛକ କବାଡ଼ିଆ ଗୋଦାମରେ ଅଗ୍ନିକାଣ୍ଡ

ସେପଟେ ଘଟଣାସ୍ଥଳରେ ଯାଜପୁର ଏସପି ଓ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳଙ୍କ ସମେତ ପୋଲିସ ପ୍ରଶାସନର ବରିଷ୍ଠ ଅଧିକାରୀ ଓ ଅଗ୍ନିଶମବାହିନୀର ଅଧିକାରୀମାନେ ଉପସ୍ଥିତ ରହି ନିଆଁ ଲାଗିବାର କାରଣ ସମ୍ପର୍କରେ ତଦନ୍ତ ଆରମ୍ଭ କରିଥିଲେ । ଘଟଣାସ୍ଥଳରେ କଟକ ଡେପୁଟି ଅଗ୍ନିଶମ ବିଭାଗ ଅଧିକାରୀ ସନାତନ ମହାପାତ୍ର ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଛନ୍ତି । ସେପଟେ ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରିବା ପାଇଁ ଜିଲ୍ଲାର 5ଟି ଦମକଳ କେନ୍ଦ୍ରର କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିଲା ।

ସୂଚନାନୁସାରେ, ସମୟ ପ୍ରାୟ ଦିନ 11ଟା । ଚାରିଆଡେ ଶୁଭାଗଲା ଏକ ପ୍ରଚଣ୍ଡ ଶବ୍ଦ । ଶବ୍ଦ ଏତେ ପ୍ରଚଣ୍ଡ ଥିଲା ଯେ ମାଟି ବି ଥରିଉଠିଲା । ଠିକ୍ ଏତିକି ବେଳେ ଯାଜପୁରର କୋରାଇ ଥାନା ଅନ୍ତର୍ଗତ ପାଣିକୋଇଲି-ରାଜାମୁଣ୍ଡା 215ନଂ ଜାତୀୟ ରାଜପଥ କଡରେ ଦେଖିବାକୁ ମିଳିଥିଲା ଏକ ଭୟଙ୍କର ଅଗ୍ନିକାଣ୍ଡ । ଭୀଷଣ କଳାଧୂଆଁ ଚାରିଆଡେ ଆଚ୍ଛାଦିତ ହୋଇଯାଇଥିଲା । ଧୂଆଁର ଧାର ଆକାଶ ଯାଏଁ ଲମ୍ବି ରହିଥିଲା । ଧନେଶ୍ଵର ଛକ ନିକଟରେ କବାଡିଆ ଗୋଦାମରେ ଘଟିଥିଲା ଭୟଙ୍କର ଅଗ୍ନିକାଣ୍ଡ ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.