ହୁତୁହୁତୁ ଜଳିଲା କବାଡି ଗୋଦାମ

author img

By

Published : Nov 23, 2022, 12:43 PM IST

Updated : Nov 23, 2022, 2:34 PM IST

କବାଡି ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ

ଯାଜପୁର ରୋଡ୍ ଧନେଶ୍ୱର ଛକରେ ଥିବା କବାଡି ଗୋଦାମରେ ନିଆଁ । କୌଣସି କାରଣରୁ ନିଆଁ ଲାଗି ହୁତୁହୁତୁ ଜଳିଲା କବାଡ଼ି ଗୋଦାମ । ଅଧିକ ପଢନ୍ତୁ

ଯାଜପୁର: କବାଡି ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ । ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ ହୋଇଯାଇଥିବା ସୂଚନା । ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନଥିବା ବେଳେ ତଦନ୍ତ ଆରମ୍ଭ କରିଛି ପୋଲିସ । ବଡ ଧରଣର ଅଗ୍ନିକାଣ୍ଡ ଯୋଗୁଁ ପରିବେଶ ପୁରା ଧୂଆଁମୟ ହୋଇଯାଇଥିବା ଦେଖାଦେଇଛି ।

ଏହା ମଧ୍ୟ ପଢନ୍ତୁ: ଦ୍ବିତୀୟ ଥର ପାଇଁ EDରେ ଅକ୍ଷୟ ପରିଜା, ଚାଲିଛି ଶ୍ରଦ୍ଧାଞ୍ଜଳି ସହ ମୁହାଁମୁହିଁ ଜେରା

ସୂଚନାଅନୁସାରେ, କୋରାଇ ବ୍ଲକ ଧନେଶ୍ୱର ଛକ ନିକଟରେ କବାଡିଆ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ସକାଳ ୧୧ଟା ସମୟରେ ଅଗ୍ନିକାଣ୍ଡ ହୋଇଥିବା ସୂଚନା । ଅଗ୍ନିକାଣ୍ଡ ସମୟରେ ପ୍ରଚଣ୍ଡ ଶବ୍ଦ ଶୁଭାଯାଇଥିବା ବେଳେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ତେବେ ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ ହୋଇଯାଇଥିବା ସୂଚନା ମିଳିଛି । ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନଥିବା ବେଳେ ସର୍ଟସର୍କିଟରୁ ନିଆଁ ଲାଗିଯାଇଥିବା ଅନୁମାନ କରାଯାଉଛି । ଏନେଇ ତଦନ୍ତ ଆରମ୍ଭ କରିଛି ପୋଲିସ । ଅନ୍ୟପଟେ ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା ଚଳାଇଛନ୍ତି ୫ଦମକଳ ବିଭାଗ ।

ହୁତୁହୁତୁ ଜଳିଲା କବାଡି ଗୋଦାମ

ଘଟଣା ତେବେ ଘଟଣା ସ୍ଥଳରେ ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର, ଏସପି ରାହୁଲ ପିଆର, ତହସିଲଦାର ଅଶୋକ କୁମାର ମାଝୀ, ଅତିରିକ୍ତ ତହସିଲଦାର ବିକ୍ରମ କୁମାର ମଲ୍ଲିକ କୋରେଇ, ଯାଜପୁର ରୋଡ ଓ ପାଣିକୋଇଲି ଥାନାର ଅଧିକାରୀ ମାନେ ଉପସ୍ଥିତ ରହି ନିଆଁକୁ ଆୟତ୍ତ କରିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି । ତେବେ ଏବେ ଏହି କାବାଡିଆ ଗୋଦାମରେ କିଭଳି ଏତେ ଭୟଙ୍କର ଅଗ୍ନିକାଣ୍ଡ ଘଟଣା ଘଟିଲା ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଇଛି l ସେପଟେ ଅଗ୍ନିକାଣ୍ଡକୁ ଆୟତ୍ତକୁ ଆଣିଲା ପରେ ଘଟଣାର ତଦନ୍ତ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି l

ସୂଚନାଯୋଗ୍ୟ ଯେ, ଭଦ୍ରକ, ଯାଜପୁର ଓ କେନ୍ଦୁଝରର ଆନନ୍ଦପୁରରେ ଆଜି ବୋମା ପଡିବା ଭଳି ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳିଛି । ଶବ୍ଦ ଏତେ ଜୋରରେ ଶୁଣାଗଲା ଯେ ସମଗ୍ର ଅଞ୍ଚଳ ଥରି ଉଠିଛି । ଏହି ଭୟଙ୍କର ଶବ୍ଦ ଶୁଣି ଲୋକମାନେ ଭୟରେ ଘରୁ ଦୌଡି ପଳାଇ ଆସିଥିଲେ । ତେବେ କେଉଁ କାରଣରୁ ଏହି ଶବ୍ଦ ଶୁଣାଗଲା ତାହା ଏ ଯାଏଁ ସ୍ପଷ୍ଟ ହୋଇନି ।

ଇଟିଭି ଭାରତ, ଯାଜପୁର

Last Updated :Nov 23, 2022, 2:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.