ପ୍ରେମ ପାଇଁ ହତ୍ୟା : ଯୁବତୀର ଭାଇ ମୃତ, ବାପା ଗୁରୁତର

author img

By

Published : Dec 1, 2022, 9:04 AM IST

Updated : Dec 1, 2022, 3:32 PM IST

କାଳିଆପାଣି ଅଞ୍ଚଳରେ ପ୍ରେମଜନିତ ଘଟଣାକୁ ନେଇ ହତ୍ୟାକାଣ୍ଡ, ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା

ପ୍ରେମଜନିତ ଘଟଣାକୁ ନେଇ ହତ୍ୟାକାଣ୍ଡ । ପ୍ରେମକୁ ବିରୋଧ କରିବାରୁ ଯୁବତୀର ବାପା ଭାଇକୁ ଗୋଡେଇ ଗୋଡେଇ ହାଣିଲା ଅଭିଯୁକ୍ତ । ଏହି ଘଟଣାରେ ଯୁବତୀର ଭାଇ ମୃତ୍ୟୁ ହୋଇଥିବା ବେଳେ ବାପା ଗୁରୁତର ହୋଇଛନ୍ତି । ଉତ୍ୟକ୍ତ ଲୋକେ ଅଭିଯୁକ୍ତର ଟ୍ରକ ପୋଡି ଦେଇଛନ୍ତି । ଅଧିକ ପଢ଼ନ୍ତୁ

ଯାଜପୁର: ପ୍ରେମଜନିତ ଘଟଣାକୁ ନେଇ ଖଣି ଅଞ୍ଚଳରେ ହତ୍ୟାକାଣ୍ଡ । ପ୍ରେମକୁ ବିରୋଧ କରିବାରୁ ଯୁବତୀର ଭାଇକୁ ହତ୍ୟା କଲା ଦୁର୍ବୃତ୍ତ । ହତ୍ୟାକାଣ୍ଡକୁ ନେଇ ଉତ୍ତେଜନା । ହତ୍ୟାକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ରାସ୍ତାରୋକ । ଅଭିଯୁକ୍ତର ଦୋକାନ ଘର ଓ ଗାଡିରେ ନିଆଁ ଲଗାଇ ଦେଲେ ସ୍ଥାନୀୟ ଲୋକ । ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା କାଳିଆପାଣି ଥାନା ତାରିଣୀ ଛକରେ ।

ଯୁବକଙ୍କୁ ହତ୍ୟା ନେଇ କାଳିଆପାଣିରେ ଉତ୍ତେଜନା


ବୁଧବାର ସକାଳୁ କାଳିଆପାଣି ଖଣିଅଞ୍ଚଳର ତାରିଣୀ ଛକରେ ପୋଡାଜଳା ସହ ଶତାଧିକ ଲୋକ ରାସ୍ତା ଅବରୋଧ କରିଥିଲେ । ଖବରପାଇ ଘଟଣାସ୍ଥଳରେ ବ୍ୟାପକ ପୋଲିସ୍ ମୁତୟନ କରାଯାଇଥିଲା । ସୂଚନା ମୁତାବକ ଜଣେ ବିବାହିତ ବ୍ୟକ୍ତିଙ୍କ ପ୍ରେମ ବ୍ୟାପାରକୁ ନେଇ ଖଣି ଅଞ୍ଚଳରେ ଘଟିଛି ଏକ ବୀଭତ୍ସ ହତ୍ୟାକାଣ୍ଡ ।

ଗତ ମଙ୍ଗଳବାର ରାତିରେ ଅଭିଯୁକ୍ତ ଜଣକ ଏହି ଘଟଣାକୁ ନେଇ ଯୁବତୀଙ୍କ ପରିବାର ସହ ଗଣ୍ଡଗୋଳ ଓ ମାରପିଟ୍ କରିଥିଲେ । ପରେ ଏହା ଉଗ୍ରରୂପ ଧାରଣ କରିଥିଲା । ଅଭିଯୁକ୍ତ ବାପ ପୁଅଙ୍କୁ ମାରଣାସ୍ତ୍ରରେ ଗୋଡେଇ ଗୋଡେଇ ହାଣିଥିଲା । ଏହି ଘଟଣାରେ ବାପା ଗୁରୁତର ହୋଇଥିବା ବେଳେ ପୁଅର ମୃତ୍ୟୁ ହୋଇଛି ।

ବାପାଙ୍କ ନାମ ସନ୍ତୋଷ ମହାପାତ୍ର ହୋଇଥିବା ବେଳେ ମୃତ ପୁଅ ହେଲେ ଜିତେନ୍ଦ୍ର ମହାପାତ୍ର । ଏମାନେ ବାମ୍ବିଲୋ ଅଞ୍ଚଳର । ଘଟଣାକୁନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପରିସ୍ଥିତି । ଉତ୍ତେଜିତ ଲୋକେ ଅଭିଯୁକ୍ତଙ୍କ ଟ୍ରକ୍ ଜାଳିଦେବା ସହ ତାରିଣୀ ଛକରେ ମୁଖ୍ୟରାସ୍ତା ଅବରୋଧ କରିଥିଲେ । ଫଳରେ ଖଣିଅଞ୍ଚଳର ଗମନାଗମନ ଓ ପରିବହନ ଠପ୍ ହୋଇଯାଇଥିଲା । ଅଭିଯୁକ୍ତଙ୍କୁ ଗିରଫ୍ କରିବାସହ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ।

ଅଭିଯୁକ୍ତ ଯୁବକ ରାଁସୋଳ ଅଞ୍ଚଳର ଜଣେ ଟ୍ରକ୍ ମାଲିକ । ଅଭିଯୁକ୍ତଙ୍କ ନାମ ଶାନ୍ତନୁ ସାମଲ । ଶାନ୍ତନୁ ଅର୍ଥବଳ ଓ ନେତାବଳ ଯୋଗୁଁ ଏ ଅଞ୍ଚଳରେ ବାରମ୍ବାର ଏଭଳି ଅସାମାଜିକ କାର୍ଯ୍ୟରେ ଲିପ୍ତ ରହୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଅଭିଯୁକ୍ତ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକଙ୍କ ପାଖ ଲୋକ ହୋଇଥିବାରୁ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ ହୋଇଥିବା ପରିବାର ଲୋକେ ଅଭିଯୋଗ କଲେ ।

ମୃତକଙ୍କ ପରିବାରକୁ କ୍ଷତିପୂରଣ ଓ ଅଭିଯୁକ୍ତକୁ ଫାଶୀଦଣ୍ଡ ଦେବାକୁ ପୋଲିସ୍ ପ୍ରଶାସନ ନିକଟରେ ଦାବି କରିଛନ୍ତି ପରିବାର ଓ ଗ୍ରାମବାସୀ । ସେପଟେ ପୋଲିସ୍ ଅଭିଯୁକ୍ତକୁ ଗିରଫ୍ କରି ଘଟଣାର ତଦନ୍ତ ଜାରି ରଖିଥିବା ନେଇ ଗଣମାଧ୍ୟମକୁ କହିଛନ୍ତି ଯାଜପୁର ଏସପି ରାହୁଲ ପିଆର୍ । ମୃତଦେହକୁ ଦାନଗଦି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବ୍ୟବଚ୍ଛେଦ କରାଯାଇଛି । ଗୁରୁତର ଆହତ ଥିବା ମୃତକଙ୍କ ବାପା ସନ୍ତୋଷ ମହାପାତ୍ରଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଇଟିଭି ଭାରତ, ଯାଜପୁର

Last Updated :Dec 1, 2022, 3:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.