ବ୍ୟାସନଗରରେ ମା'ଙ୍କ ସନ୍ଧିପୂଜା ଓ ନବମୀ ପୂଜା

author img

By

Published : Oct 14, 2021, 5:18 PM IST

ବ୍ୟାସନଗରରେ ଶେଷ ହେଲା ସନ୍ଧିପୂଜା ଓ ନବମୀ ପୂଜା

ବ୍ୟାସନଗର ସହରର ପ୍ରତ୍ୟେକ ପୂଜାମଣ୍ଡପରେ କୋଭିଡ ଗାଇଡଲାଇନ ଅନୁଯାୟୀ ଶେଷ ହେଲା ସନ୍ଧିପୂଜା ଓ ନବମୀ ପୂଜା । ଗତକାଲି ବିଳମ୍ବିତ ରାତିରେ ମା' ଦୁର୍ଗାଙ୍କ ସନ୍ଧିପୂଜା ଶେଷ ହୋଇଥିଲା । ଅଧିକ ପଢ଼ନ୍ତୁ...

ଯାଜପୁର: ବ୍ୟାସନଗର ସହରର ପ୍ରତ୍ୟେକ ପୂଜାମଣ୍ଡପରେ କୋଭିଡ ଗାଇଡଲାଇନ ଅନୁଯାୟୀ ଶେଷ ହେଲା ସନ୍ଧିପୂଜା ଓ ନବମୀ ପୂଜା । ଗତକାଲି(ବୁଧବାର) ବିଳମ୍ବିତ ରାତିରେ ମା' ଦୁର୍ଗାଙ୍କ ସନ୍ଧିପୂଜା ଶେଷ ହୋଇଥିଲା । ଆଜି(ଗୁରୁବାର) ସକାଳୁ ମହାନବମୀ ପୂଜା ଶେଷ ହୋଇଛି । ସନ୍ଧିପୂଜା ଅବସରରେ ବିଳମ୍ବିତ ରାତିରେ ଅନେକ ମହିଳା ୧ ହଜାର ୮ ଦୀପଦାନ କରିଛନ୍ତି ।

ବ୍ୟାସନଗରରେ ଶେଷ ହେଲା ସନ୍ଧିପୂଜା ଓ ନବମୀ ପୂଜା

ଯାଜପୁର ଜିଲ୍ଲାର ଅନେକ ମଣ୍ଡପରେ ପଶୁବଳି ଅନୁମତି ନଥିବାରୁ କଖାରୁ ବଳି ଦିଆଯାଇଛି । ପ୍ରତ୍ୟେକ ବର୍ଷ ଜିଲ୍ଲାରେ ସନ୍ଧିପୂଜା ଆଉ ନବମୀ ପୂଜା ଦେଖିବାକୁ ଭକ୍ତଙ୍କ ଭିଡ଼ ଜମିଥାଏ । ଏଥର କୋଭିଡ କଟକଣା ଯୋଗୁୁଁ କୌଣସି ମଣ୍ଡପରେ ଭକ୍ତଙ୍କୁ ଦେଖିବାକୁ ମିଳିନଥିଲା । ତେବେ ଯାଜପୁର ଜିଲ୍ଲାର ଯାଜପୁର, ବିଞ୍ଝାରପୁର, ବରି, ବଡ଼ଚଣା, ଧର୍ମଶାଳା, କୋରେଇ ଓ ସୁକିନ୍ଦା ଅଞ୍ଚଳରେ ଆଜି(ଗୁରୁବାର) ନବମୀ ପୂଜା ଜାରି ରହିଥିବା ଦେଖିବାକୁ ମିଳିଛି ।

କୋଭିଡ କଟକଣାକୁ ମାନି ସମସ୍ତ ପୂଜା କମିଟିମାନେ ଦେବୀ ମା'ଙ୍କ ରୀତିନୀତି କରୁଛନ୍ତି । ଆସନ୍ତାକାଲି ଦଶମୀ ଅବସରରେ ମା'ଙ୍କ ନୀତି ପାଇଁ ସମସ୍ତ ପ୍ରସ୍ତୁତି କରାଯାଉଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.