ବ୍ୟାସନଗରର ୬ଟି ମଣ୍ଡପରେ ଚାଲିଛି ମା'ଙ୍କ ଷଷ୍ଠୀପୂଜା

author img

By

Published : Oct 11, 2021, 10:19 PM IST

maa durga sasthi puja in byasanagars six puja mandap

ବ୍ୟାସନଗର ପୌରପରିଷଦରେ ୬ଟି ସ୍ଥାନରେ କୋଭିଡ କଟକଣା ଭିତରେ ଆରମ୍ଭ ହେଇଛି ମା ଦୁର୍ଗାଙ୍କ ଷଷ୍ଠୀପୂଜା । ଅଧିକ ପଢନ୍ତୁ...

ଯାଜପୁର : ଚାଲିଛି ପାର୍ବଣ ଋତୁ । ମା'ଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠିଛି ପୂଜା ପେଣ୍ଡାଲ । ବ୍ୟାସନଗର ପୌରପରିଷଦରେ ଆଜି ଠାରୁ ୬ଟି ସ୍ଥାନରେ କୋଭିଡ କଟକଣା ଭିତରେ ଆରମ୍ଭ ହେଇଛି ମା ଦୁର୍ଗାଙ୍କ ଷଷ୍ଠୀପୂଜା ।

ବ୍ୟାସନଗରର ୬ ଟି ମଣ୍ଡପରେ ଚାଲିଛି ମା ଙ୍କ ଷଷ୍ଠୀପୂଜା

ବ୍ୟାସନଗର ପୌରପରିଷଦରେ ପ୍ରତ୍ୟେକ ବର୍ଷ ଅତି ଧୂମଧାମରେ ପାଳିତ ହୁଏ ମା ଦୁର୍ଗାଙ୍କ ପୂଜାର୍ଚ୍ଚନା । ମାତ୍ର ଏଥର କୋଭିଡ କଟକଣା ଯୋଗୁଁ ବ୍ୟାସନଗରର ମୁଣ୍ଡମାଳ, ଚୋରଦା, ରାଇସମିଲ,ବସଷ୍ଟାଣ୍ଡ ଓ ଧବଳଗିରି ଅଞ୍ଚଳରେ ଅତି ନିରାଶରେ ପାଳିତ ହେଉଛି ମା'ଙ୍କର ପୂଜା। ଆଜି ପ୍ରତ୍ୟେକ ମଣ୍ଡପରେ ଷଷ୍ଠୀ ପୂଜା ହୋଇଥିବାବେଳେ ଆସନ୍ତା କାଲିଠାରୁ ସପ୍ତମୀ ପୂଜା ହେବ ବୋଲି ଅନୁଷ୍ଠାନରୁ ସୂଚନା ମିଳିଛି ।

ସେପଟେ କୋଭିଡ ନିୟମକୁ ନଜର କରି ଯାଜପୁର ରୋଡ ପୋଲିସ ପକ୍ଷରୁ ବ୍ୟାପକ ପୋଲିସର ବନ୍ଦୋବସ୍ତ କରାଯାଇଥିବା ଥାନା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ ସୂଚନା ଦେଇଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.