ଉଦଯାପିତ ହେଲା ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କ ରଥଯାତ୍ରା

author img

By

Published : Oct 13, 2021, 10:40 PM IST

Maa Biraja car festival ceremoney conclude  in jajpur on dasahara

ସରିଲା ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କ ଶାରଦୀୟ ଦୁର୍ଗାେତ୍ସବ ଅବସରରେ ନଵଦିନାତ୍ମକ ରଥଯାତ୍ରା । ଅଧିକ ପଢନ୍ତୁ...

ଯାଜପୁର: ଉଦଯାପିତ ହେଲା ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କ ରଥଯାତ୍ରା । ସରିଲା ମା' ବିରଜାଙ୍କ ଶାରଦୀୟ ଦୁର୍ଗୋତ୍ସବ ଅବସରରେ ନଵଦିନାତ୍ମକ ରଥଯାତ୍ରା। ପ୍ରତିପଦାରୁ ଆରମ୍ଭ ହୋଇଥିବା ଏହି ରଥଯାତ୍ରା ଆଜି ମହାନବମୀରେ ଉଦଯାପିତ ହୋଇଛି ।

ଉଦଯାପିତ ହେଲା ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ରଥଯାତ୍ରା

ଆଜି ସକାଳୁ ମାଙ୍କୁ ଦର୍ଶନ କରିବା ପାଇଁ ଶହ ଶହ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ମନ୍ଦିର ପ୍ରଶାସନ ପକ୍ଷରୁ ଶୃଙ୍ଖଳିତ ଦର୍ଶନ କରିବା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା। ଆଜି ରଥଯାତ୍ରା ଶେଷ ହେବା ପରେ ମାଙ୍କ ଚଳନ୍ତି ପ୍ରତିମାକୁ ରଥରୁ ଓହ୍ଲାଇ ନିଆଯାଇଥିଲା। ଏହା ପରେ ପୂଜାର୍ଚ୍ଚନା କରାଯିବା ପରେ ବିଳମ୍ବିତ ରାତିରେ ମା'ଙ୍କ ଚଳନ୍ତି ପ୍ରତିମା ଲାଖବିନ୍ଧା ପଡିଆକୁ ଯାଇ ଚାରି ଦିଗକୁ ସର ନିକ୍ଷେପ କରି ଦୃଷ୍ଟ ଶକ୍ତିକୁ ବଧ କରିବେ ।

ରଥଯାତ୍ରା ପରେ ମନ୍ଦିର ଚାରିପଟେ ଆସନ୍ତାକାଲି ସକାଳ 7ଟା ପର୍ଯ୍ୟନ୍ତ 144 ଧାରା ଜାରି କରାଯାଇଛି। ମା ଙ୍କ ନୀତି ଓ ପରମ୍ପରା ରକ୍ଷା ନିମନ୍ତେ ଉଭୟ ଜିଲା ଓ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.