ଲଖିମପୁର ହିଂସା: କେନ୍ଦମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଧାରଣା ଦେଲେ INTUC, CITU

author img

By

Published : Oct 18, 2021, 4:40 PM IST

ଲଖୀମପୁର ହିଂସା: କେନ୍ଦମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଧାରଣା ଦେଲେ INTUC, CITU

ଲଖିମପୁର ହିଂସା ମାମଲାରେ କେନ୍ଦ୍ର ଗୃହରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରାଙ୍କ ଗିରଫ ଦାବିରେ ଜିଲ୍ଲାର ବିଭିନ୍ନ ସଙ୍ଗଠନ ପକ୍ଷରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏହି ଘଟଣାରେ ଯାଜପୁର ରେଲୱେ ଷ୍ଟେସନରେ ରେଳରୋକ କରିଛନ୍ତି ଆନ୍ଦୋଳନକାରୀ । ଅଧିକ ପଢନ୍ତୁ...

ଯାଜପୁର: କେନ୍ଦ୍ରମନ୍ତ୍ରୀଙ୍କ ବହିଷ୍କାର ଦାବିରେ ଆଜି (ସୋମବାର) ଯାଜପୁର ଜିଲ୍ଲାର ବିଭିନ୍ନ ସଙ୍ଗଠନ ପକ୍ଷରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏଥିରେ ଆଇଏନଟିୟୁସିର ସଭାପତି ବିଦ୍ୟାଧର ମହାନ୍ତି, ଜିଲ୍ଲା ସିଆଇଟିୟୁର ସଭାପତି ପ୍ରଫୁଲ୍ଲ ନାୟକ, ଅଣସଙ୍ଗଠିତ ଶ୍ରମିକ ସଙ୍ଘ, ବିଭିନ୍ନ ଶ୍ରମିକ ସଙ୍ଘର ବରିଷ୍ଠ ନେତାମାନେ ଯାଜପୁର ରୋଡ ରେଳ ଷ୍ଟେସନ ସମ୍ମୁଖରେ ବିକ୍ଷୋଭ କରିଛନ୍ତି ।

ଲଖୀମପୁର ହିଂସା: କେନ୍ଦମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଧାରଣା ଦେଲେ INTUC, CITU

ଏଥିସହିତ ଭୁବନେଶ୍ବର-ନୂଆ ଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ଟ୍ରେନକୁ ଦୀର୍ଘ ସମୟ ଧରି ଅଟକାଇବା ସହ ଟ୍ରେନ ଆଗରେ ଆନ୍ଦୋଳନ କରିଛନ୍ତି ବିଭିନ୍ନ ସଙ୍ଗଠନର ନେତାମାନେ । ସୂଚନାନୁସାରେ ଉତ୍ତରପ୍ରଦେଶର ଲଖିମପୁରରେ କୃଷକଙ୍କର ଆନ୍ଦୋଳନ ଚାଲିଥିବାବେଳେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଗାଡି ଚଢ଼େଇ ଦେଇଥିବା ନେଇ ହୋଇଥିଲା ଅଭିଯୋଗ । ଯାହାଫଳରେ ଅନେକ କୃଷକ ମୃତ୍ୟୁବରଣ କରିଥିଲେ ।

ତେବେ ଏହି ଘଟଣାରେ ମନ୍ତ୍ରୀଙ୍କ ପୁଅ ସମେତ ଅନେକ ଲୋକ ପୋଲିସ ଦ୍ଵାରା ଗିରଫ ହେଇଛନ୍ତି । ତେବେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ପୁଅ ଏହି କେଶରେ ଜଡିତ ଥିବାରୁ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ସାରା ଭାରତ ବର୍ଷରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ରେଳରୋକ ଆନ୍ଦୋଳନ ଜାରି ରହିଛି । ସେପଟେ ଷ୍ଟେସନରେ ସୁରକ୍ଷା ଦୃଷ୍ଟିରୁ ଯାଜପୁର ରୋଡ ଥାନା ପୋଲିସ, ଆରପିଏଫ ଓ ଜିଆରପି ପୋଲିସ ପକ୍ଷରୁ ବ୍ୟାପକ ପୋଲିସ ମୁତୟନ ହେଇଥିବା ଦେଖିବାକୁ ମିଳିଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.