ବିଜୟା ଦଶମୀରେ ପାଇକ ଆଖଡ଼ା ଖେଳ ପ୍ରଦର୍ଶନ

author img

By

Published : Oct 15, 2021, 11:01 PM IST

ବିଜୟା ଦଶମୀରେ ପରମ୍ପରା ବଞ୍ଚାଇ ରଖିବାକୁ ପାଇକ ଆଖଡ଼ା ଖେଳ ପ୍ରଦର୍ଶନ କରୁଛନ୍ତି କଣ୍ଟାଝରିଗଡ ବାସିନ୍ଦା

ପବିତ୍ର ବିଜୟା ଦଶମୀ ଅବସରରେ ପାରମ୍ପରାକୁ ବଞ୍ଚାଇ ରଖିବାକୁ ଗ୍ରାମର ଉଭୟ ପୁରୁଷ ମହିଳା ଓ ଯୁବତୀ ମାନେ ହାତରେ ଖଣ୍ଡା ଓ ବାଡି ଧରି ପାଇକ ଆଖଡ଼ା ପ୍ରଦର୍ଶନ କରୁଛନ୍ତି । ଅଧିକ ପଢନ୍ତୁ...

ଯାଜପୁର: ପବିତ୍ର ବିଜୟା ଦଶମୀ ଅବସରରେ ଯାଜପୁର ଜିଲ୍ଲା ଅଧିନ କଣ୍ଟାଝରିଗଡ ଅଞ୍ଚଳରେ ପାରମ୍ପରିକ ପାଇକ ଆଖଡ଼ା ଅନୁଷ୍ଠିତ ହୋଇଯାଇଛି । ଆଉ ଏହି ଅବସରରେ ପରମ୍ପରାକୁ ବଞ୍ଚାଇ ରଖିବାକୁ ସ୍ଥାନୀୟ ଗ୍ରାମର ଉଭୟ ପୁରୁଷ ମହିଳା ଓ ଯୁବତୀ ମାନେ ଖଣ୍ଡା ଓ ବାଡ଼ି ଧରି ଖେଳ ପ୍ରଦର୍ଶନ କରୁଛନ୍ତି ।

ବିଜୟା ଦଶମୀରେ ପରମ୍ପରା ବଞ୍ଚାଇ ରଖିବାକୁ ପାଇକ ଆଖଡ଼ା ଖେଳ ପ୍ରଦର୍ଶନ କରୁଛନ୍ତି କଣ୍ଟାଝରିଗଡ ବାସିନ୍ଦା

ସୂଚନାନୁଯାୟୀ ଦଶହରାର କିଛିଦିନ ପୂର୍ବରୁ ଗ୍ରାମର କିଛି ମହିଳା ଓ ପୁରୁଷ ପାଇକ ଆଖଡ଼ା ପାଇଁ ତାଲିମ ନେଇଥାନ୍ତି ଏବଂ ଦଶହରା ଦିନ ସମସ୍ତେ ଏକତ୍ରିତ ହୋଇ ଗାଁ ଦାଣ୍ଡରେ ପାଇକ ଆଖଡ଼ା ଖେଳ ପ୍ରଦର୍ଶନ କରିଥାନ୍ତି । ତେବେ ଏହି ଖେଳ ଖଣ୍ଡା ଓ ବାଡ଼ି ଆଦି ବିଭିନ୍ନ ଖେଳ ସହ ନୃତ୍ୟ ଗୀତରେ ସମଗ୍ର ପରିବେଶ ପ୍ରକମ୍ପିତ ହୋଇ ଉଠୁଛି ।

ତେବେ ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଏଠାରେ ବେଶ୍ ଧୁମଧାମରେ ଏହି ପାଇକ ଆଖଡ଼ା ଅନୁଷ୍ଠିତ ହୋଇଯାଇଛି । ଯାହାକୁ ନେଇ ଗ୍ରାମବାସୀ ବେଶ୍ ଉତ୍ସାହିତ ଅଛନ୍ତି । ସେପଟେ ଜିଲ୍ଲାର ଅନ୍ୟ କୌଣସି ସ୍ଥାନରେ ଏହା ଦେଖିବାକୁ ମିଳୁ ନଥିବା ବେଳେ କଣ୍ଟାଝରିଗଡ ଅଞ୍ଚଳରେ ଏହି ପରମ୍ପରାକୁ ଉଜ୍ଜୀବିତ ରଖିଛନ୍ତି ଗ୍ରାମବାସୀ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.