କୋରେଇ ଟ୍ରେନ ଦୁର୍ଘଟଣା: ରେଳ ଅଧିକାରୀଙ୍କ ନାଁରେ ଏତଲା

author img

By

Published : Nov 22, 2022, 10:19 AM IST

Updated : Nov 22, 2022, 11:07 AM IST

jajpur train mishap filed complaint against railway officer

କୋରେଇ ରେଳ ଷ୍ଟେସନରେ ଟ୍ରେନ ଧକ୍କାରେ ଯାତ୍ରୀ ମୃତାହତ ଘଟଣା । ଯାଜପୁର ରୋଡ ଜିଆରପିଇରେ ରେଳ କର୍ମଚାରୀଙ୍କ ନାଁରେ ଏତଲା । ଅଧିକ ପଢ଼ନ୍ତୁ

ଯାଜପୁର: କୋରେଇ ରେଳ ଷ୍ଟେସନରେ ଟ୍ରେନ ଚଢିଯିବା ଘଟଣା । ଯାଜପୁର ରୋଡ ଜିଆରପିଇରେ ରେଳ କର୍ମଚାରୀଙ୍କ ନାଁରେ ଏତଲା । ରେଳ ବିଭାଗର ଅବହେଳା ଯୋଗୁଁ ଅଘଟଣ ଘଟିଥିବା ଅଭିଯୋଗ । ସୂଚନା ମୁତାବକ, ସୋମବାର କୌଣସି କାରଣରୁ କୋରେଇ ରେଳ ଷ୍ଟେସନରେ ଏକ ମାଲବାହୀ ଟ୍ରେନ ଷ୍ଟେସନ ଉପରେ ଚଢି ଯିବା ଫଳରେ ଘଟଣା ସ୍ଥଳରେ 3 ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ଆହତ ହୋଇଛନ୍ତି । ତେବେ ଘଟଣାରେ ରେଳ ବିଭାଗର ଅବହେଳା ଯୋଗୁଁ ଏଭଳି ଘଟିଥିବା ଦର୍ଶାଇ ରେଳ ଅଧିକାରୀ ଓ କର୍ତ୍ତୃପକ୍ଷଙ୍କ ନାଁରେ ଅଭିଯୋଗ ହୋଇଛି ।

କୋରେଇ ଟ୍ରେନ ଦୁର୍ଘଟଣା: ରେଳ ଅଧିକାରୀଙ୍କ ନାଁରେ ଏତଲା

302 ଦଫା ଲଗାଇବା ସହିତ କାର୍ଯ୍ୟାନୁଷ୍ଠାନ ଦାବିରେ ଯାଜପୁର ରୋଡ ରେଳ ବିଭାଗର ଜିଆରପିଇରେ ଏତଲା ଦେଇଥିବା ସୂଚନା ମିଳିଛି । ଏନେଇ ଆମ୍ୱେଦକର ଦଳିତ ମୋର୍ଚ୍ଚାର ଆବାହକ ମନୋରଞ୍ଜନ ଜେନା କହିଛନ୍ତି, " ରେଳ ବିଭାଗର ଅବହେଳା ଯୋଗୁଁ ତିନି ନିରୀହ ଜୀବନ ଚାଲିଯାଇଛି । ମାଲବାହୀ ଟ୍ରେନର ବଗି ଗୁଡ଼ିକୁ ଲକ କରାନଯାଇ ଜିଆଇରେ ବନ୍ଧା ଯାଇଥିଲା । ଏଥିପାଇଁ ସମସ୍ତ ରେଳ କର୍ତ୍ତୃପକ୍ଷ ଦାୟୀ ।" ପ୍ରତ୍ୟେକ ମୃତ ପରିବାରକୁ 50 ଲକ୍ଷ ଟଙ୍କା ଓ ମୃତକଙ୍କ ପରିବାର ଏବଂ ଆହତଙ୍କୁ ଚାକିରି ଦେବାକୁ ଦାବି କରିଛନ୍ତି ଆମ୍ୱେଦକର ଦଳିତ ମୋର୍ଚ୍ଚାର ଆବାହକ ମନୋରଞ୍ଜନ ଜେନା ।

ଇଟିଭି ଭାରତ, ଯାଜପୁର

Last Updated :Nov 22, 2022, 11:07 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.