ଶାରଦୀୟ ଦୁର୍ଗାପୂଜା; ଉଠୁଛି ପଡୁଛି ବିରଜା କ୍ଷେତ୍ର, କଟକଣାରେ ମା’ଙ୍କ ଦର୍ଶନ

author img

By

Published : Oct 12, 2021, 8:07 PM IST

jajpur maa biraja temple on dussehra

ଶାରଦୀୟ ଦୁର୍ଗାପୂଜା ପାଇଁ ଗାଁ ଠୁ ସହର ପୁରା ଚଳଚଞ୍ଚଳ । ଵିଶେଷ କରି ଯାଜପୁର ବିରଜା କ୍ଷେତ୍ରରେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ । କୋରୋନା କଟକଣାରେ ଭକ୍ତ ମା ଙ୍କୁ ଦର୍ଶନ କରୁଛନ୍ତି । ଅଧିକ ପଢନ୍ତୁ...

ଯାଜପୁର: ଶାରଦୀୟ ଦୁର୍ଗାପୂଜା ପାଇଁ ଗାଁ ଠୁ ସହର ପୁରା ଚଳଚଞ୍ଚଳ। ଵିଶେଷ କରି ଯାଜପୁର ବିରଜା କ୍ଷେତ୍ରରେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ । ଆଜି ମାଙ୍କ ପୀଠରେ କୋଭିଡ କଟକଣା ଭିତରେ ଯଥା ରିତିନୀତିରେ ମହାଷ୍ଟମୀ ପୂଜା ଅନୁଷ୍ଠିତ ହେଉଛି। ଏଥିପାଇଁ ବଡି ଭୋରୁ ମାଙ୍କୁ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି। ଶୃଙ୍ଖଳିତ ଦର୍ଶନ କରିବା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ମାଙ୍କୁ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଛି।

ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠରେ ଶାନ୍ତିପୂର୍ଣ୍ଣ ଏବଂ ଶୃଙ୍ଖଳିତ ଢଙ୍ଗରେ ଚାଲିଛି ମହାଷ୍ଟମୀ ପୂଜା। ନାହିଁ ସେଭଳି କୋଳାହଳ ଓ ଗୋହଳି। କୋଭିଡ ଯୋଗୁଁ କଟକଣାରେ ଚାଲିଛି ମାଙ୍କ ପୂଜା। ଏହି ଅବସରରେ ହୋମଯଜ୍ଞ ଓ ପୂଜାର୍ଚ୍ଚନା ଚାଲିଛି। ସେପଟେ ପ୍ରତିଦିନ ଅପରାହ୍ନରେ ମଧ୍ଯ ମନ୍ଦିର ବେଢା ଚତୁର୍ପାର୍ଶ୍ବରେ ମାଙ୍କ ରଥଯାତ୍ରା ଜାରି ରହିଛି। ବିଶ୍ଵାସ ରହିଛି ସପ୍ତମୀ, ଅଷ୍ଟମୀ ଏବଂ ନବମୀ ଦିନ ମାଙ୍କ ମୁଖ ଦର୍ଶନ କଲେ କୋଟି ଜନ୍ମର ପାପକ୍ଷୟ ହୋଇଥାଏ । ଏଥିପାଇଁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଛି।

ଶାରଦୀୟ ଦୁର୍ଗାପୂଜା; ଯାଜପୁର ବିରଜା କ୍ଷେତ୍ରରେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ
ମା ବିରଜାଙ୍କ ପୀଠରେ ମହାଳୟା ଠାରୁ ହିଁ ଆରମ୍ଭ ହୋଇଛି ଚଳିତ ବର୍ଷର ଶାରଦୀୟ ଦୁର୍ଗୋତ୍ସବ। ମହାଳୟାରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିଥିଲେ ସହସ୍ରାଧିକ ଭକ୍ତ। ସେପଟେ ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠରେ ଶାରଦୀୟ ଦୁର୍ଗାପୂଜା ପାଇଁ ମନ୍ଦିର ପରିସର ହୋଇ ଉଠିଛି ଚଳଚଂଚଳ। ପ୍ରତିପଦା ଠାରୁ ପ୍ରତିଦିନ ସନ୍ଧ୍ୟାରେ ମାଙ୍କ ଚଳନ୍ତି ପ୍ରତିମା ରଥାରୂଢ଼ ହୋଇ ମନ୍ଦିର ବେଢା ପରିକ୍ରମା କରୁଛନ୍ତି। ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ କୋଭିଡ କଟକଣା ସହିତ ପରମ୍ପରାକୁ ପାଳନ କରିବାକୁ ବ୍ୟବସ୍ଥା କରାଯାଇଛି ।

ଜିଲ୍ଳା ଓ ରାଜ୍ୟ ବାହାରୁ ଛୁଟୁଛି ଶ୍ରଦ୍ଧାଳୁଙ୍କ ସୁଅ। ସେପଟେ ଶାରଦୀୟ ଦୁର୍ଗାପୂଜା ପାଇଁ ମା ଙ୍କ ମନ୍ଦିରରେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ। ମାଙ୍କ ଦର୍ଶନ ରଥଯାତ୍ରା ପାଇଁ ଭକ୍ତଙ୍କ ଭିଡକୁ ଲକ୍ଷ୍ୟ ରଖି ମନ୍ଦୀର ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.