ଯାଜପୁର ବନ୍ୟାରେ ଫସଲ ନଷ୍ଟ, ଆକଳନ ପରେ ମିଳିବ ସହାୟତା

author img

By

Published : Sep 23, 2021, 7:51 PM IST

ଯାଜପୁରରେ ବନ୍ୟାରେ ଫସଲ ନଷ୍ଟ, ଆକଳନ ପରେ ମିଳିବ ସହୟତା

କୋରେଇ ବ୍ଲକରେ ବନ୍ୟାପାଣି ପଶି ୪ଟି ପଞ୍ଚାୟତରେ କ୍ଷୟକ୍ଷତି ହୋଇଥିବା ଫସଲର ଆକଳନ କରାଯିବ । ଏଥିପାଇଁ ତହସିଲଦାର, ସମ୍ପୃକ୍ତ ଅଞ୍ଚଳର ବ୍ଲକ କୃଷି ଅଧିକାରୀ ଓ RIଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା କୃଷି ଅଧିକାରୀ । ଅଧିକ ପଢ଼ନ୍ତୁ...

ଯାଜପୁର: କୋରେଇ ବ୍ଲକରେ ବନ୍ୟାପାଣି ପଶି ୪ଟି ପଞ୍ଚାୟତରେ ବ୍ୟାପକ ଫସଲ ନଷ୍ଟ ହୋଇଛି । ଗତ କିଛି ଦିନ ହେଲା ଯାଜପୁର ଜିଲ୍ଲାରେ ତୁହାକୁ ତୁହା ଲଘୁଚାପଜନିତ ବର୍ଷା ଲାଗି ରହିଥିଲା । ଯାହାଫଳରେ ତଣ୍ଡରା, ଗୋଳେଇପୁର, ବଡ଼ବିରୁଆଁ ଓ ମିର୍ଜାପୁର ପଞ୍ଚାୟତରେ ବ୍ୟାପକ ଫସଲ ନଷ୍ଟ ହୋଇଥିବା ଅଭିଯୋଗ କରିଥିଲେ ଚାଷୀ । ଏହି ପଞ୍ଚାୟତରେ ଚାଷୀମାନେ ବିଭିନ୍ନ ପନିପରିବା ସହ ଧାନଚାଷ କରିଥିଲେ ।

ଯାଜପୁରରେ ବନ୍ୟାରେ ଫସଲ ନଷ୍ଟ, ଆକଳନ ପରେ ମିଳିବ ସହୟତା

ତେବେ ବନ୍ୟାପାଣି ପଶି ୪ଟି ପଞ୍ଚାୟତରେ କ୍ଷୟକ୍ଷତି ହୋଇଥିବା ଫସଲର ଆକଳନ କରାଯିବ । ଏଥିପାଇଁ ତହସିଲଦାର, ସମ୍ପୃକ୍ତ ଅଞ୍ଚଳର ବ୍ଲକ କୃଷି ଅଧିକାରୀ ଓ RIଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା କୃଷି ଅଧିକାରୀ । ଏହାକୁ ନେଇ ଏକ ରିପୋର୍ଟ ପ୍ରସ୍ତୁତ କରିବେ ଯାଜପୁର ଜିଲ୍ଲା କୃଷି ଅଧିକାରୀ । ଏହି ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯିବ । ଏହାପରେ ଚାଷୀଙ୍କୁ କ୍ଷତି ପୂରଣ ଯୋଗାଇ ଦିଆଯିବ । ଏନେଇ ସୂଚନା ଦେଇଛନ୍ତି ଯାଜପୁର ଜିଲ୍ଲା କୃଷି ଅଧିକାରୀ ଶ୍ବେତଞ୍ଜୟ ଦାସ ।

ତଣ୍ଡରା, ଗୋଳେଇପୁର, ବଡ଼ବିରୁଆଁ ଓ ମିର୍ଜାପୁର ପଞ୍ଚାୟତରେ ବନ୍ୟାଜଳ ଜମି ଚାଷଜମିରେ ସମସ୍ତ ଫସଲ ପଚିସଢ଼ି ଯାଇଥିବା ଅଭିଯୋଗ କରିଥିଲେ ଚାଷୀ । ଚାଷୀଙ୍କ ଅଭିଯୋଗ ଆଧାରରେ ଜିଲ୍ଲା କୃଷି ଅଧିକାରୀ କ୍ଷୟକ୍ଷତି ଆକଳନ କରିବାକୁ ତହସିଲଦାର, ବ୍ଳକ କୃଷି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.