ସୁକିନ୍ଦାରେ IRB ଯବାନଙ୍କ ମୃତ୍ୟୁ, ଅସୁସ୍ଥ ହୋଇ ହସ୍ପିଟାଲରେ ହୋଇଥିଲେ ଭର୍ତ୍ତି

author img

By

Published : Oct 18, 2021, 8:05 PM IST

ସୁକିନ୍ଦାରେ IRB ଯବାନଙ୍କ ମୃତ୍ୟୁ,ଅସୁସ୍ଥ ହୋଇ ହସ୍ପିଟାଲରେ ହୋଇଥିଲେ ଭର୍ତ୍ତି

ଯାଜପୁର ଜିଲ୍ଲା ସୁକିନ୍ଦାସ୍ଥିତ 3rd IRB ପରିସରରେ କାର୍ଯ୍ୟରତ ଜଣେ ଯବାନଙ୍କ ମୃତ୍ୟୁ । ଅସୁସ୍ଥତା ପରେ ସୁକିନ୍ଦା ହସ୍ପିଟାଲରେ କରାଯାଇଥିଲା ଭର୍ତ୍ତି । ମୃତ ଘୋଷଣା କଲେ ଡାକ୍ତର । ଅଧିକ ପଢନ୍ତୁ...

ଯାଜପୁର: ସୁକିନ୍ଦାସ୍ଥିତ 3rd IRB ପରିସରରେ ଜଣେ ଯବାନଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ ଯବାନଜଣଙ୍କ 30ବର୍ଷୀୟ ଗୋପୀନାଥ ଜେରାଇ । ତେବେ ତାଙ୍କର ମୃତ୍ୟୁ ନେଇ ସଠିକ କାରଣ ଜଣାପଡି ନଥିବାବେଳେ କିଛି ଅସୁସ୍ଥତା କାରଣରୁୁ ତାଙ୍କୁ ସ୍ଥାନୀୟ ସୁକିନ୍ଦା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ବର୍ତ୍ତମାନ ସ୍ଥାନୀୟ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ସୁକିନ୍ଦାରେ IRB ଯବାନଙ୍କ ମୃତ୍ୟୁ,ଅସୁସ୍ଥ ହୋଇ ହସ୍ପିଟାଲରେ ହୋଇଥିଲେ ଭର୍ତ୍ତି

ସୂଚନା ମୁତାବକ, ସୋମବାର ସକାଳେ ଗୋପୀନାଥ ସ୍ବାସ୍ଥ୍ୟଗତ ସମସ୍ୟା ଅନୁଭବ କରିବାରୁ ତାଙ୍କ ସହଯୋଗୀ ଯବାନମାନେ ତୁରନ୍ତ ତାଙ୍କୁ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ଦାୟିତ୍ବରେ ଥିବା ଡାକ୍ତର ଗୋପୀନାଥଙ୍କୁ ମୃତ ଘୋଷଣା କରିଥିଲେ । ତେବେ ତାଙ୍କ ମୃତ୍ୟୁର କାରଣ ନେଇ ସଠିକ ସୂଚନା ମିଳିପାରିନାହିଁ । ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ସୁକିନ୍ଦା ଥାନାର ଭାରପ୍ରାପ୍ତ ଅଧିକାରୀ ଶିବ ଚରଣ ବେହେରା ସୂଚନା ଦେଇଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.