ସରକାରୀ ଧାନ ବିହନ ନେଇ ଠକାମୀରେ ପଡିଲେ ଚାଷୀ !

author img

By

Published : Sep 18, 2021, 9:47 PM IST

Updated : Sep 18, 2021, 9:57 PM IST

ସରକାରୀ ଧାନ ବିହନ ନେଇ ଠକାମୀର ଶିକାର ହେଲେ ଚାଷୀ

ଯାଜପୁର କୋରେଇ ବ୍ଲକ ପକ୍ଷରୁ ଦିଆଯାଇଥିବା ଧାନ ବିହନ ନେଇ ଚାଷ କରିଥିବା ଚାଷୀ ଏବେ ଚିନ୍ତାରେ । ଧାନ ରୋଇବା ସରୁ ସରୁ ଗଛରେ କେଣ୍ଡା ବାହାରିଲାଣି, ପିଲ ଦେବାତ ଦୂରର କଥା । ଅଧିକ ପଢନ୍ତୁ...

ଯାଜପୁର: ଧୋକା ଦେଲା ସରକାରୀ ବିହନ । ବ୍ଲକରୁ ଧାନ ବିହନ ନେଇ ଠକିଗଲେ ଚାଷୀ । ସରକାରୀ ମାଗଣା ଧାନ ବିହନ ନେଇ ଠକାମୀର ଶିକାର ହେଲେ ଶହଶହ ଚାଷୀ । ଯାଜପୁର କୋରେଇ ବ୍ଲକ ପକ୍ଷରୁ ଦିଆଯାଇଥିବା ଧାନ ବିହନ ନେଇ ଚାଷ କରିଥିବା ଚାଷୀ ଏବେ ଚିନ୍ତାରେ । ଧାନ ରୋଇବା ସରୁ ସରୁ ଗଛରେ କେଣ୍ଡା ବାହାରିଲାଣି, ପିଲ ଦେବାତ ଦୂରର କଥା । ତେବେ ବ୍ଲକରୁ ବିହନ ଆଣି ଠକାମୀର ଶିକାର ହୋଇଥିବା ଅଭିଯୋଗ ହୋଇଛି। 4 ମାସରେ ଭଲ ଧାନ ଅମଳ ହେବା କଥା ମାତ୍ର ଦୁଇ ମାସରେ ଧାନ କେଣ୍ଡା ବାହାରିଲାଣି । ଯାହାକୁ ନେଇ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି । ସେପଟେ ଚାଷୀଙ୍କ ସମସ୍ୟା ନେଇ ଅଭିଯୋଗ ପାଇବା ପରେ ଅନୁଧ୍ୟାନ କରାଯାଉଛି ବୋଲି ବ୍ଲକ କୃଷି ଅଧିକାରୀ କହିଛନ୍ତି ।

ସରକାରୀ ଧାନ ବିହନ ନେଇ ଠକାମୀର ଶିକାର ହେଲେ ଚାଷୀ

ଚାଷୀଙ୍କୁ ପ୍ରୋତ୍ସାହନ ନାଁରେ ପ୍ରତାରଣା କଲେ ସରକାର ବୋଲି ଅଭିଯୋଗ ହେଉଛି । କୋରେଇ ବ୍ଲକ ପ୍ରଶାସନ ପକ୍ଷରୁ କେତେକ ଚାଷୀଙ୍କୁ ଉନ୍ନତ ମାନର ସେଂଟେଡ଼ ବସୁମତୀ ଧାନ ବିହନ ବିନା ମୂଲ୍ୟରେ ଯୋଗେଇ ଦେଇଥିଲେ । ମାତ୍ର 120 ଦିନରେ ଭଲ ଧାନ ଅମଳ ହେବାର ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ, ଏବେ ଦେଖନ୍ତୁ ଧାନ ଗଛର ଅବସ୍ଥା । ଧାନ ରୋଇବାର ମାତ୍ର ଦୁଇ ମାସରେ ଥୋଡ଼ ବାହାରିଲାଣି ପିଲ ଦେବା ଦୂରର କଥା ।

ପ୍ରତି ଗଛରେ ମାତ୍ର ହାତ ଗଣତି କେତୋଟି ଧାନ ବାହାରିଛି । ଯେତିକି ଗଛ ପୋତା ହୋଇଥିଲା ସେତିକି, ଗୋଟେବି ଅଧିକ ପିଲ ଦେଉନି । ଗଛର ଉଚ୍ଚତା ମାତ୍ର 8ରୁ 10 ଇଞ୍ଚ ସେଥିରେ ଥୋଡ଼ ଆସିଛି । ଧାନ ଦେଲା ବେଳେ ବ୍ଲକରେ କହିଥିଲେ ଏକର ପିଛା 25 କ୍ୱିଣ୍ଟାଲ ଧାନ ଅମଳ ହେବ, ହେଲେ ବର୍ତ୍ତମାନ ଏକର ପିଛା ଗୋଟେ କ୍ୱିଣ୍ଟାଲ ଫଳିବା କଷ୍ଟକର । ତେବେ ସରକାର ଆମକୁ ମିଛ କହି ଠକିଲେ ବୋଲି ଅଭିଯୋଗ କରିଛନ୍ତି ଚାଷୀ ।


ଚଳିତ ବର୍ଷ ପ୍ରତିକୂଳ ପାଗ ସତ୍ତ୍ବେ ଚାଷୀ ଚାଷ କାର୍ଯ୍ୟ ଆରମ୍ଭ କରିଥିଲା । ଭାବିଥିଲା ସମ୍ପୂର୍ଣ୍ଣ ନାହେଲେବି କିଛି ଧାନ ଅମଳ କରିବ l ହେଲେ ସରକାରୀ ବିହନ ଆଣି ଠକାମୀର ଶିକାର ହେଲେ ଚାଷୀ । ଚାଷୀଙ୍କୁ ବିନା ମୂଲ୍ୟରେ ଉନ୍ନତ ମାନର ଧାନ ବିହନ ଦେବାର ପ୍ରଚାର କରି ବାହାବା ନେଲେ ସରକାର । ଏହି ଧାନ ଚାଷ ପାଇଁ କମ ପାଣି ଓ କମ ସାର ଲାଗିବ ବୋଲି କୁହାଯାଇଥିଲା ।

ହେଲେ ସେହି ବିହନ ଚାଷ ହୋଇଥିବା ଜହ୍ନା, ନରପଦା, ଜହ୍ନକୋଣା, ପଥରପଦା, ଓଚିନ୍ଦା ଅଞ୍ଚଳର ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଧାର କରଜ କରି ଧାନ ଚାଷ କରିଥିବା ଚାଷୀ ଟଙ୍କା କେମିତି ଭରଣା କରିବ ତାକୁ ନେଇ ଚିନ୍ତାରେ । ସେଥିପାଇଁ କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାର ତୁରନ୍ତ ଅନୁଧ୍ୟାନ କରି କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ଚାଷୀ ।

ସେପଟେ ଚାଷୀଙ୍କ ଠାରୁ ଏଭଳି ଅଭିଯୋଗ ଆସିଛି ଓ ଏନେଇ ଅନୁଧ୍ୟାନ କରାଯାଉଛି ବୋଲି ଜିଲ୍ଲା କୃଷି ଅଧିକାରୀ କହିଛନ୍ତି। ପ୍ରକୃତରେ ଉନ୍ନତ ମାନର ବିହନ ଯୋଗାଇବା ନାଁରେ ଚାଷୀଙ୍କୁ ଠକିଛନ୍ତି ସରକାର । ତେଣୁ, ଏହି ଘଟଣାର ତଦନ୍ତ କରାଯାଇ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦେବା ଆବଶ୍ୟକ ହୋଇ ପଡିଛି l

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Last Updated :Sep 18, 2021, 9:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.