୩ ଜିଲ୍ଲାରେ ଶୁଭିଲା ଭୟଙ୍କର ଶବ୍ଦ, କାରଣ ଅସ୍ପଷ୍ଟ

author img

By

Published : Nov 23, 2022, 12:24 PM IST

୩ ଜିଲ୍ଲାରେ ଶୁଭିଲା ଭୟଙ୍କର ଶବ୍ଦ

୩ ଜିଲ୍ଲାରେ ଶୁଭିଲା ଭୟଙ୍କର ଶବ୍ଦ । ଭଦ୍ରକ, ଯାଜପୁର ଓ କେନ୍ଦୁଝରରେ ବୋମା ପଡିବା ଭଳ ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳିଛି । ଅଧିକ ପଢନ୍ତୁ

ଯାଜପୁର: ଭୟଙ୍କର ଶବ୍ଦରେ ଥରିଲା ଓଡିଶାର ୩ ଜିଲ୍ଲା । ଭଦ୍ରକ, ଯାଜପୁର ଓ କେନ୍ଦୁଝରର ଆନନ୍ଦପୁରରେ ଆଜି ବୋମା ପଡିବା ଭଳି ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳିଛି । ଶବ୍ଦ ଏତେ ଜୋରରେ ଶୁଣାଗଲା ଯେ ସମଗ୍ର ଅଞ୍ଚଳ ଥରି ଉଠିଛି । ଏହି ଭୟଙ୍କର ଶବ୍ଦ ଶୁଣି ଲୋକମାନେ ଭୟରେ ଘରୁ ଦୌଡି ପଳାଇ ଆସିଥିଲେ । ତେବେ କେଉଁ କାରଣରୁ ଏହି ଶବ୍ଦ ଶୁଣାଗଲା ତାହା ଏ ଯାଏଁ ସ୍ପଷ୍ଟ ହୋଇନି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.