ସରପଞ୍ଚଙ୍କ ବିରୋଧରେ ଏତଲା, କାର୍ଯ୍ୟାନୁଷ୍ଠାନ ଦାବିରେ SPଙ୍କୁ ଭେଟିଲେ ଅଭିଯୋଗକାରୀ

author img

By

Published : Sep 18, 2021, 8:47 PM IST

ସରପଞ୍ଚଙ୍କ ବିରୋଧରେ ଏତଲା, କାର୍ଯ୍ୟାନୁଷ୍ଠାନ ଦାବିରେ SPଙ୍କୁ ଭେଟିଲେ ଅଭିଯୋଗକାରୀ

ଯାଜପୁର ରାଜେନ୍ଦ୍ରପୁର ସରପଞ୍ଚଙ୍କ ବିରୋଧରେ ଏତଲା । କାର୍ଯ୍ୟାନୁଷ୍ଠାନ ଦାବି କରି ପାଣିକୋଇଲି SPଙ୍କୁ ଭେଟିଲେ ଅଭିଯୋଗକାରୀ । ଅଧିକ ପଢନ୍ତୁ...

ଯାଜପୁର: ରାଜନୈତିକ ପ୍ରତିଦ୍ବନ୍ଦିତା ଯୋଗୁଁ ଯାଜପୁର କୁଆଖିଆ ଥାନା ରାଜେନ୍ଦ୍ରପୁରରେ ଗଣ୍ଡଗୋଳ। ପଞ୍ଚାୟତ ସରପଞ୍ଚ ଏବଂ ଅନ୍ୟ ୨ ସହଯୋଗୀଙ୍କ ବିରୋଧରେ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ଏଯାଏଁ ନିଆଯାଇନି କୌଣସି କାର୍ଯ୍ୟାନୁଷ୍ଠାନ । ଏଥିଲାଗି ଅଭିଯୋଗକାରୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରି SPଙ୍କୁ ଭେଟିଛନ୍ତି ।

ସରପଞ୍ଚଙ୍କ ବିରୋଧରେ ଏତଲା, କାର୍ଯ୍ୟାନୁଷ୍ଠାନ ଦାବିରେ SPଙ୍କୁ ଭେଟିଲେ ଅଭିଯୋଗକାରୀ

ଏତଲା ପରେ କାର୍ଯ୍ୟାନୁଷ୍ଠାନ ଦାବି ନହେବା ପରେ ଏହାର ପ୍ରତିବାଦ କରି ଯାଜପୁର ଏସପିଙ୍କ ନିକଟରେ ଫେରାଦ ହୋଇଛନ୍ତି ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତି । ଅଭିଯୋଗ ମୁତାବକ ହାଟସାହି ଗାଁର ଶରତ ପଥାଳଙ୍କୁ ରାଜେନ୍ଦ୍ରପୁର ପଞ୍ଚାୟତ ସରପଞ୍ଚ ସୁଶାନ୍ତ ବେହେରା ଏବଂ ତାଙ୍କର ଅନ୍ୟ ୨ ଜଣ ସହଯୋଗୀ ମରଣାନ୍ତକ ଆକ୍ରମଣ କରି ଟଙ୍କା ଓ ସୁନା ଚେନ ଲୁଟ କରି ନେଇଥିଲେ।

ଏନେଇ ସେ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ଅଦ୍ୟାବଧି ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ଏହାର ପ୍ରତିବାଦ କରି ଅଭିଯୋଗକାରୀ ଶରତ ପାଣିକୋଇଲି ଏସପି କାର୍ଯ୍ୟାଳୟରେ ଭେଟି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ସେପଟେ ଅଭିଯୋଗ ନେଇ ଅନୁଧ୍ୟାନ କରାଯିବ ବୋଲି ଏସପି କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.