ଏସି କମ୍ପ୍ରେସର ୟୁନିଟରେ ଫସିଥିଲା ନାଗ, ଉଦ୍ଧାର କଲା ସ୍ନେକ ହେଲ୍ପଲାଇନ

author img

By

Published : Sep 16, 2021, 10:59 PM IST

ଏସି କମ୍ପ୍ରେସର ୟୁନିଟରେ ଫସିଥିଲା ନାଗ, ଉଦ୍ଧାର କଲା ସ୍ନେକ ହଲ୍ପଲାଇନ

ଯାଜପୁର ଜିଲ୍ଲାର କୁଆଖିଆ ଅଞ୍ଚଳ ଏକ କାର୍ଯ୍ୟାଳୟରେ ଲାଗିଥିବା ଏସି କମ୍ପ୍ରେସରରେ ଫସିଥିଲା ନାଗ ସାପ । ସୁରକ୍ଷିତ ଉଦ୍ଧାର କଲା ସ୍ନେକ ହେଲ୍ପ ଲାଇନ । ଅଧିକ ପଢନ୍ତୁ...

ଭୁବନେଶ୍ବର: ଯାଜପୁର ଜିଲ୍ଲାର କୁଆଖିଆ ଅଞ୍ଚଳରୁ ଉଦ୍ଧାର ହୋଇଛି ଏକ ନାଗ ସାପ । ଏସି କମ୍ପ୍ରେସର ୟୁନିଟରେ ଫସିଥିବା ସାପକୁ ବହୁ ପରିଶ୍ରମ ପରେ କୌଶଳକ୍ରମେ ଅକ୍ଷତ ଅବସ୍ଥାରେ ଉଦ୍ଧାର କରାଯାଇଛି । ଉଦ୍ଧାର ପରେ ସାପକୁ ସହର ଠାରୁ ଦୂରରେ ପ୍ରାକୃତିକ ବାସସ୍ଥଳୀରେ ଛାଡିଛନ୍ତି ସ୍ନେକ ହେଲ୍ପଲାଇନ ସଦସ୍ୟ ।

ଏସି କମ୍ପ୍ରେସର ୟୁନିଟରେ ଫସିଥିଲା ନାଗ, ଉଦ୍ଧାର କଲା ସ୍ନେକ ହେଲ୍ପଲାଇନ

ମିଳିଥିବା ସୂଚନା ଅନୁସାରେ, କୁଆଖିଆ ଗ୍ରାମ୍ୟ ଉନ୍ନୟନ ବିଭାଗର ଜୁନିୟର ଇଞ୍ଜିନିୟର ଭୀମସେନ ମହାରଣାଙ୍କ ଏସି କମ୍ପ୍ରେସର ୟୁନିଟରେ ଏକ ସାପଟି ଫସି ରହିଥିବା ଦେଖିବାକୁ ମିଳିଥିଲା । ଭୟଭୀତ ହୋଇ ସାହାଯ୍ୟ ପାଇଁ ସ୍ନେକ ହେଲ୍ପଲାଇନକୁ ଖବର ଦେଇଥିଲେ ଭୀମସେନ । ଜାରକାରୁ ସ୍ନେକ ହେଲ୍ପ ଲାଇନ ସଦସ୍ୟ ତପନ କୁମାର ପୃଷ୍ଟି ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ପ୍ରକ୍ରିୟା ଆରମ୍ଭ କରିଥିଲେ । କିନ୍ତୁ ସାପଟି ଯେଉଁ ସ୍ଥାନରେ ଫସିଥିଲା, ତାହା ଉଦ୍ଧାର ହେବା ଆହ୍ବାନପୂର୍ଣ୍ଣ ଥିବାବେଳେ ଏକାଧିକ ବ୍ୟକ୍ତିଙ୍କ ସହାୟତା ମଧ୍ୟ ଆବଶ୍ୟକତା ଥିଲା ।

ତେବେ ଦୀର୍ଘ ସମୟର ପରିଶ୍ରମ ପରେ କୌଶଳକ୍ରମେ ସାପଟିକୁ ପିଭିସି ପାଇପ ସାହାଯ୍ୟରେ ଉଦ୍ଧାର କରିବାରେ ସଫଳ ହୋଇଥିଲେ ସ୍ନେକ ହେଲ୍ପ ଲାଇନ କର୍ମଚାରୀ ତପନ । ସାପଟିର ଲମ୍ବ 3 ଫୁଟ ହୋଇଥିବାବେଳେ ଜନବସତି ଠାରୁ ଦୂରରେ ଏକ ସୁରକ୍ଷିତ ସ୍ଥାନରେ ସାପଟିକୁ ଛାଡି ଦିଆଯାଇଛି । ଏପରି ସ୍ଥାନରୁ ବିଷଧର ସାପକୁ ସୁରକ୍ଷିତ ଉଦ୍ଧାର ତପନଙ୍କ ପାଇଁ ଖୁବ ଆହ୍ବାନପୂର୍ଣ୍ଣ ଥିଲା ବୋଲି କହିଛନ୍ତି ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.