ଶାଶୁ ଘରେ ଝିଅକୁ ଯୌତୁକ ନିର୍ଯାତନା ଅଭିଯୋଗ

author img

By

Published : Sep 23, 2021, 8:34 PM IST

ଶାଶୁ ଘରେ ଝିଅକୁ ଯୌତୁକ ନିର୍ଯାତନା ଅଭିଯୋଗ

ଜିଲ୍ଲାରେ ଝିଅକୁ ଶାଶୁ ଘରେ ଯୌତୁକ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ଆଣିଲେ ପରିବାର ଲୋକେ । ଯାଜପୁର ଥାନା ମାର୍କଣ୍ଡପୁର ଗାଁରୁ ଆସିଛି ଏଭଳି ଅଭିଯୋଗ । ଅଧିକ ପଢ଼ନ୍ତୁ...

ଯାଜପୁର: ଜିଲ୍ଲାରେ ଝିଅକୁ ଶାଶୁ ଘରେ ଯୌତୁକ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ଆଣିଲେ ପରିବାର ଲୋକେ । ଯାଜପୁର ଥାନା ମାର୍କଣ୍ଡପୁର ଗାଁରୁ ଆସିଛି ଏଭଳି ଅଭିଯୋଗ । ଗାଁର ଶେଖ୍‌ ଅସ୍‌ଗର୍‌ ଅଲ୍ଲୀ ଏବଂ ତାଙ୍କ ପରିବାର ଲୋକେ ବୋହୂ ଶାହିନା ପରୱିନ୍‌ଙ୍କୁ ଯୌତୁକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଶାହିନାଙ୍କ ପରିବାର ଲୋକେ ଆଜି(ଗୁରୁବାର) ଥାନାରେ ଅଭିଯୋଗ କରିଛନ୍ତି ।

ଶାଶୁ ଘରେ ଝିଅକୁ ଯୌତୁକ ନିର୍ଯାତନା ଅଭିଯୋଗ

ଶାହିନାଙ୍କ ସ୍ୱାମୀ, ଶାଶୁ ଏବଂ ଦେଢ଼ଶୁର ବିବାହ ପରଠାରୁ ଝିଅକୁ ଯୌତୁକ ନିର୍ଯାତନା ଦେଇ ଆସୁଛନ୍ତି । ଗତ ଦୁଇତିନି ଦିନ ହେଲା ଶାଶୁ ଘର ଲୋକେ ଶାହିନାଙ୍କୁ ଘରେ ଖାଇବାକୁ ପିଇବାକୁ ଦେଉ ନାହାଁନ୍ତି । ଖବର ପାଇ ଶାହିନାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି । ତୁରନ୍ତ ଝିଅର ଶାଶୁ ଘର ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ଶାହିନାଙ୍କ ପରିବାର । ତେବେ ବର୍ତ୍ତମାନ ସୁଦ୍ଧା ଶାହିନାଙ୍କ ଶାଶୁ ଘର ଲୋକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.