ଶୁଣ ସରକାର: ଘର ପାଇଁ ଗୀତ ଗାଇ ଜିଲ୍ଲାପାଳଙ୍କୁ ଗୁହାରୀ

author img

By

Published : Sep 23, 2022, 1:43 PM IST

blind man musical appeal to jajpur collector for house

ସରକାରୀ ସହାୟତା ପାଇଁ ଭିନ୍ନକ୍ଷମଙ୍କ ଆକୁଳ ନିବେଦନ । ଘର ଖଣ୍ଡିଏ ଯୋଗାଇ ଦେବାପାଇଁ ଜିଲ୍ଲାପାଳଙ୍କୁ ଗୀତ ମାଧ୍ୟମରେ ଦୁଃଖ ଜଣାଇଛନ୍ତି ଯାଜପୁର ଜିଲ୍ଲା ରଗଡି ଗ୍ରାମର ପ୍ରଫୁଲ୍ଲ ଦାସ । ଅଧିକ ପଢ଼ନ୍ତୁ

ଯାଜପୁର: "କଲେକ୍ଟର ବାବୁ, ମୋର ଗୁହାରି ଶୁଣ । ବୁଲିବୁଲି ଭିକ ମାଗୁଛି, ଶୁଣ ସରକାର କିଛି ବ୍ୟବସ୍ଥା କର ।" ବିଧାନସଭା ଠାରୁ ମୁଖ୍ୟମନ୍ତ୍ରୀ ପ୍ରକୋଷ୍ଠ ସବୁଠି ବୁଲି ବୁଲି ନିଜ ଦୁଃଖ ଜଣାଉଥିବା ପ୍ରଫୁଲ୍ଲ ଦାସ ଯାଜପୁର ଜିଲ୍ଲାପାଳଙ୍କୁ ନିଜ ଦୁଃଖ ଜଣାଇବା ପାଇଁ ଆସିଛନ୍ତି । ଯାଜପୁର ଜିଲ୍ଲା ରଗଡି ଗାଁରେ ରହୁଥିବା ପ୍ରଫୁଲ୍ଲ ଦାସ ବାରମ୍ବାର ସରକାରଙ୍କୁ ଘର ଖଣ୍ଡେ ପାଇଁ ଗୁହାରି କରୁଥିବାବେଳେ, ଏଯାଏ କେହି ତାଙ୍କ ଦୁଃଖ ଶୁଣିନାହାନ୍ତି । ତେଣୁ ଗୀତ ମାଧ୍ୟମରେ ନିଜ ଦୁଃଖ ଜଣାଇ ଜିଲ୍ଲାପାଳଙ୍କୁ ସହାୟତା ଲୋଡିଛନ୍ତି ।

ଗୀତ ମାଧ୍ୟମରେ ଜିଲ୍ଲାପାଳଙ୍କୁ ଦୁଃଖ ଜଣାଇଲେ ଭିନ୍ନକ୍ଷମ

ପ୍ରଫୁଲ୍ଲ ଦାସ ବୁଲିବୁଲି ସଙ୍ଗୀତ ପରିବେଷଣ କରିଥାନ୍ତି । ଦିବ୍ୟାଙ୍ଗ ହୋଇଥିଲେ ସୁଦ୍ଧା ଘର ଖଣ୍ଡେ ପାଇଁ ଏଠି ସେଠି ଦୌଡ଼ି ଦୌଡ଼ି ନୟାନ୍ତ ହୋଇଛନ୍ତି । ଶେଷରେ ସେ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋଡ଼ଙ୍କୁ ନିଜ ଦୁଃଖ ଜଣାଇବାକୁ ଯାଇ ପ୍ରଫୁଲ୍ଲ ନିଜ ହାରମୋନିୟମ ମାଧ୍ୟମରେ ଗୀତ ଗାଇ ମୀନତୀ ଜଣାଇଥିଲେ । ଯାହା ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି। ଏନେଇ ପ୍ରଫୁଲ୍ଲ କହିଛନ୍ତି, "ରହିବା ପାଇଁ ଘର ଖଣ୍ଡିଏ ନାହିଁ । ତେଣୁ ଜିଲ୍ଲାପାଳଙ୍କୁ ଗୁହାରି କରିବାକୁ ଯାଇଥିଲେ । ସରକାର ଯଦି ଘର ଖଣ୍ଡିଏ ଯୋଗାଇ ଦିଅନ୍ତେ । ବାକି ଜୀବନ ଖୁସିରେ ବିତାଇ ପାରନ୍ତି । ଜମି ଯୋଗାଇଦେବା ନେଇ ତହସିଲଙ୍କଠାରୁ ଆରମ୍ଭ କରି ଆରଆଇଙ୍କ ପର୍ଯ୍ୟନ୍ତ ଦୌଡ଼ିଛି । କିନ୍ତୁ ଆଜି ଯାଏ କୌଣସି ସୁଫଳ ମିଳିନାହିଁ ।" ସେପଟେ ଯାଜପୁର ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ କୁମାର ମଲ୍ଲିକ ଏ ସମ୍ପର୍କରେ ଅବଗତ ହେବା ପରେ ତାଙ୍କୁ ଖୁବଶୀଘ୍ର ଘର ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଥିବା ସୂଚନା ମିଳିଛି ।

ଏହା ମଧ୍ୟ ପଢ଼ନ୍ତୁ: ଧର୍ମଶାଳା ବିଜେଡି ପକ୍ଷରୁ ପ୍ରଶିକ୍ଷଣ ଶିବିର ଉଦଘାଟିତ, ଯୋଗଦେଲେ ବିଜେଡିର ହେବିୱେଟ

ତେବେ ପ୍ରଫୁଲ୍ଲ ଦାସ ଜଣେ ଦୃଷ୍ଟିହୀନ ବ୍ୟକ୍ତି । ଗ୍ରାମର ଜଣେ ହୃଦୟବାନ ମହିଳା ତାଙ୍କୁ ଭାଇ କରି ରଖିଛନ୍ତି । ଉକ୍ତ ମହିଳା ଏବଂ ତାଙ୍କ ଭଉଣୀ ମଧ୍ୟ ଭିନ୍ନକ୍ଷମ ଅଟନ୍ତି । ପ୍ରଫୁଲ୍ଲ ଯାହା ମାଗିଯାଚି ଆଣନ୍ତି ସେଥିରେ ତିନି ଭାଇ ଭଉଣୀ ଚଳନ୍ତି । ମହିଳାଙ୍କ ଭିନ୍ନକ୍ଷମ ଭଉଣୀଙ୍କୁ ସରକାରଙ୍କ ପକ୍ଷରୁ ଭତ୍ତା ମିଳୁଥିଲେ ମଧ୍ୟ ତିନି ପ୍ରାଣୀକୁ ନିଅଣ୍ଟ । ସରକାର ଭିନ୍ନକ୍ଷମ ତଥା ଭୂମିହୀନଙ୍କ ପାଇଁ ଅନେକ ବ୍ୟବସ୍ଥା କରିଥିଲେ ମଧ୍ୟ ଏମାନଙ୍କ ପାଖରେ ପହଞ୍ଚି ପାରିନାହିଁ । ତେଣୁ ପ୍ରଶାସନ ପକ୍ଷରୁ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେଇ ପ୍ରଫୁଲ୍ଲଙ୍କୁ ଜମି ଖଣ୍ଡିଏ ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.