ଯାଜପୁରରୁ ନିଖୋଜ, ଛତିଶଗଡରେ ମିଳିଲା ମା’ ପୁଅଙ୍କ ପତ୍ତା

author img

By

Published : Oct 16, 2021, 5:48 PM IST

ମା’ ପୁଅଙ୍କୁ ନିଖୋଜ ଘଟଣା: ଅଚେତ ଅବସ୍ଥାରେ ଦୁହିଙ୍କୁ ଛତିଶଗଡ଼ରୁ ଉଦ୍ଧାର

ଯାଜପୁର ବାଲିଚନ୍ଦ୍ରପୁରରୁ ନିଖୋଜ ମା’ ପୁଅଙ୍କୁ ଛତିଶଗଡରୁ ଉଦ୍ଧାର କରାଯାଇଛି । ଅଧିକ ପଢନ୍ତୁ...

ଯାଜପୁର: ବାଲିଚନ୍ଦ୍ରପୁରରୁ ନିଖୋଜ ମା’ ପୁଅ ଛତିଶଗଡରୁ ଉଦ୍ଧାର । ଝିଅ ଓ ନାତି ନିଖୋଜ ନେଇ ବାଲିଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ ପରେ ଛତିଶଗଡ଼ରୁ ମା-ପୁଅ ଉଦ୍ଧାର ହୋଇଛନ୍ତି । ଛତିଶଗଡ଼ ପୋଲିସ ରାସ୍ତା କଡ଼ରୁ ମା-ପୁଅଙ୍କୁ ଉଦ୍ଧାର କରିଥିଲା । ମା ଓ ପୁଅକୁ ଲଣ୍ଡା କରାଯାଇଥିବା ବେଳେ ମୁହଁରେ କଳା ବୋଳା ଯାଇଥିବା ଦେଖିବାକୁ ମିଳିଛି ।

ବାଲିଚନ୍ଦ୍ରପୁର ପୋଲିସର ଏକ ଟିମ ମହିଳାଙ୍କ ଭାଇଙ୍କୁ ନେଇ ଛତିଶଗଡ଼ରେ ପହଞ୍ଚିଥିଲେ । ସେଠାରୁ ମହିଳା ଓ ତାଙ୍କ ପୁଅକୁ ଆଣି ବାଲିଚନ୍ଦ୍ରପୁର ଥାନାରେ ପହଞ୍ଚିଛନ୍ତି । ମହିଳା ଜଣକ ମଙ୍ଗରାଜପୁର ଗ୍ରାମରେ ବିବାହ କରିଥିବା ବେଳେ ୨୦୧୩ ମସିହାରେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ସେ ବାପ ଘରେ ରହି ଆସୁଥିଲେ ।

କେମିତି, କିଏ ଓ କାହିଁକି ତାଙ୍କୁ ଅପହରଣ କରି ନେଲେ ତାହା ଏବେ ତଦନ୍ତ ପରିସରରେ ଥିବାବେଳେ ମହିଳା ଜଣଙ୍କ ଡାକ୍ତରୀ ପରୀକ୍ଷା ପରେ ପୋଲିସ ବୟାନ ରେକର୍ଡ କରିବ । ମହିଳାଙ୍କୁ ବଜାରରୁ ନିଶା ଦେଇ ଅପହରଣ କରାଯାଇଥିବା ମହିଳାଙ୍କ ଭାଇ ଅଭିଯୋଗ କରିଛନ୍ତି ।

ଗତ ୧୨ ତାରିଖ ରାତିରେ ଅଣକା ପଞ୍ଚାୟତର ମହିଳା ଓ ତାଙ୍କ ପୁଅ ଆସିଥିବା ବେଳେ ବିଳମ୍ବିତ ରାତି ପର୍ଯ୍ୟନ୍ତ ନଫେରିବାରୁ ପରିବାର ଲୋକ ତାଙ୍କୁ ଖୋଜାଖୋଜି କରିଥିଲେ । ଏହି ସମୟରେ ଏକ ଗ୍ୟାରେଜରେ ତାଙ୍କ ସ୍କୁଟି ଦେଖିବାକୁ ମିଳିଥିଲା ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.