କଇଁ ଫୁଲ ତୋଳିବାକୁ ଯାଇ ପୋଖରୀରେ ବୁଡି ଯୁବକ ମୃତ

author img

By

Published : Oct 16, 2021, 10:13 PM IST

A young man drowned in a pond while picking flowers at jajpur district

କୋରେଇ ଥାନା ଅନ୍ତର୍ଗତ ଚାରଦା ଗାଁରେ କଇଁ ଫୁଲ ତୋଳିବାକୁ ଯାଇ ପୋଖରୀରେ ବୁଡି ଜଣେ ଯୁବକ ମୃତ । ଅଧିକ ପଢନ୍ତୁ...

ଯାଜପୁର: କଇଁ ଫୁଲ ତୋଳିବାକୁ ଯାଇ ପୋଖରୀରେ ବୁଡି ଯୁବକ ମୃତ । ସ୍ଥାନୀୟ କୋରେଇ ଥାନା ଅନ୍ତର୍ଗତ ଚାରଦା ଗାଁରେ ଏହି ଅଭାବନୀୟ ଘଟଣା ଘଟିଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ଆଜି(ଶନିବାର) ଅପରାହ୍ନରେ କୋରେଇ ଥାନା ଚାରଦା ଗାଁର ନାରାୟଣ ଜେନାଙ୍କ ପୁଅ ଚନ୍ଦ୍ରମଣି ଜେନା ଗାଁ ପୋଖରୀକୁ କଇଁ ଫୁଲ ତୋଳିବାକୁ ଯାଇଥିଲେ । ହଠାତ ଫୁଲ ତୋଳୁ ତୋଳୁ ଗୋଡ଼ ଖସିଯିବାରୁ ପୋଖରୀରେ ବୁଡି ଯାଇଥିଲେ ।

ସେପଟେ ଅନେକ ସମୟ ଧରି ଚନ୍ଦ୍ରମଣି ଘରକୁ ନଫେରିବାରୁ ଘର ଲୋକେ ବ୍ୟସ୍ତ ହୋଇପଡିଥିଲେ । ବହୁ ଖୋଜାଖୋଜି ପରେ ମଧ୍ୟ ନିରାଶ ହୋଇଥିଲେ । ତେବେ ପୋଖରୀରେ ଚନ୍ଦ୍ରମଣି ବୁଡିଯାଇଥିବା ଜଣେ ଗ୍ରାମବାସୀ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ ।

ଗ୍ରାମବାସୀଙ୍କ ସହଯୋଗରେ ପରିବାର ଲୋକେ ଚନ୍ଦ୍ରମଣିଙ୍କୁ ଉଦ୍ଧାର କରିଥିଲେ ଓ ଚିକିତ୍ସା ପାଇଁ କୋରେଇ ସ୍ଵାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଯୁବକ ଜଣକ ବୁଡି ଯାଇଥିବା ଖବର ପାଇ କୋରେଇ ପୋଲିସ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.