ଓଳାଶୁଣୀ ପାହାଡ ନିକଟ ଗୁଳିକାଣ୍ଡ ଘଟଣା, ଗିରଫ ହେଲେ 4 ଅଭିଯୁକ୍ତ

author img

By

Published : Oct 14, 2021, 10:58 PM IST

ଓଳାଶୁଣି ପାହଡ ନିକଟ ଗୁଳିକାଣ୍ଡ ଘଟଣା, ଗିରଫ ହେଲେ 4 ଅଭିଯୁକ୍ତ

ଓଳାଶୁଣୀ ପାହାଡ଼ ନିକଟ ଗୁଳିକାଣ୍ଡ ଘଟଣାରେ 4 ଗିରଫ । 3 ତାରିଖରେ ଯୁବକଙ୍କୁ ଗୁଳିମାଡ଼ କରି ହୋଇଥିଲେ ଫେରାର । ଅଧିକ ପଢନ୍ତୁ...

ଯାଜପୁର: ଓଳାଶୁଣୀ ପାହାଡ଼ ନିକଟରେ ଗତ 3 ତାରିଖରେ ଯୁବକଙ୍କୁ ଗୁଳିମାଡ଼ ଘଟଣାରେ ବାଲିଚନ୍ଦ୍ରପୁର ପୋଲିସ 4 ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ମାନସ ରଞ୍ଜନ ବେହେରା, ଚିତ୍ତ ରଞ୍ଜନ ମଲିକ, ଜିତେନ୍ଦ୍ର ଜେନା, ବେଣୁଧର ମଲିକ। ସମସ୍ତ ଅଭିଯୁକ୍ତଙ୍କ ଠାରୁ ଗୋଟିଏ ବନ୍ଧୁକ ସହ ଗୁଳି ମଧ୍ୟ ଜବତ ହୋଇଛି। ଅଭିଯୁକ୍ତଙ୍କ ଘର କେନ୍ଦ୍ରାପଡ଼ା ଓ କଟକ ଜିଲ୍ଲାର ବୋଲି ସ୍ପଷ୍ଟ କରିଛି ପୋଲିସ ।

ଓଳାଶୁଣି ପାହଡ ନିକଟ ଗୁଳିକାଣ୍ଡ ଘଟଣା, ଗିରଫ ହେଲେ 4 ଅଭିଯୁକ୍ତ

ସୂଚନା ଅନୁସାରେ, ଓଳାଶୁଣୀ ପାହାଡ଼ ନିକଟରେ ବନ୍ଦରେଶ୍ବର ଅଞ୍ଚଳର ସିଦ୍ଧାନ୍ତ ସାମଲଙ୍କୁ କାରରେ କିଛି ଯୁବକ ଆସି ଗୁଳି କରି ଫେରାର ହୋଇ ଯାଇଥିଲେ । ଗୁରୁତର ଅବସ୍ଥାରେ ସିଦ୍ଧାନ୍ତଙ୍କୁ କଟକ ମେଡିକାଲରେ ଭର୍ତି କରାଯାଇଥିଲା । ତେବେ ଆଜି ଫେରାର 4 ଅଭିଯୁକ୍ତଙ୍କୁ ଧରିବା ସହ ସେମାନଙ୍କ ଠାରୁ ବନ୍ଧୁକ ଓ ବାଇକ ଜବତ କରିଛି ବାଲିଚନ୍ଦ୍ରପୁର ପୋଲିସ। ପ୍ରାଥମିକ ତଦନ୍ତରୁ ମିଳିଥିବା ସୂଚନା ଅନୁସାରେ, ରାସ୍ତାରେ ମାଛ ସୁଖାଇବାକୁ କେନ୍ଦ୍ରକରି କାରରେ ଆସିଥିବା ଯୁବକ ଓ ସିଦ୍ଧାନ୍ତଙ୍କ ସହ କଥା କଟାକଟି ହୋଇଥିଲା । ଯେଉଁଥିରେ ଉତକ୍ଷିପ୍ତ ହୋଇ ସିଦ୍ଧାନ୍ତଙ୍କୁ ଗୁଳି ଚଳାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଘଟଣାର ଅଧିକ ତଦନ୍ତ ଚାଲୁ ରହିଥିବା ଯାଜପୁର ଏସଡିପିଓ ଚିନ୍ମୟ ନାୟକ ପ୍ରେସ ମିଟ ରେ ସୂଚନା ଦେଇଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.