ସମିତି ସଭ୍ୟଙ୍କୁ ନୋଟିସ ଦେଲା ଜିଲ୍ଲା ପ୍ରଶାସନ, ବିରୋଧ କଲେ ଗ୍ରାମବାସୀ

author img

By

Published : Oct 10, 2021, 5:25 PM IST

ସମିତି ସଭ୍ୟଙ୍କୁ ଜିଲ୍ଲା ପ୍ରଶାସନର ନୋଟିସକୁ ଗ୍ରାମବାସୀଙ୍କ ବିରୋଧ

ଜଗତସିଂହପୁର ଜିଲ୍ଲା ଢ଼ିଙ୍କିଆ ପଞ୍ଚାୟତର ସମିତି ସଭ୍ୟଙ୍କୁ ପ୍ରଶାସନର ନୋଟିସ । ନୋଟିସକୁ ବିରୋଧ କରି ସମିତି ସଭ୍ୟଙ୍କ ସପକ୍ଷରେ ବାହାରି ଗ୍ରାମବାସୀଙ୍କ ସାମ୍ବାଦିକ ସମ୍ମିଳନୀ। ଅଧିକ ପଢନ୍ତୁ...

ପାରାଦ୍ଵୀପ: ଢ଼ିଙ୍କିଆ ପଞ୍ଚାୟତ ସମିତି ସଭ୍ୟଙ୍କୁ ଜିଲ୍ଲା ପ୍ରଶାସନର ନୋଟିସକୁ ବିରୋଧ କରିଛନ୍ତି ଢ଼ିଙ୍କିଆବାସୀ । ଗତମାସ ୨୯ ତାରିଖରେ ପଞ୍ଚାୟତରାଜ ଓ ଜଳସମ୍ପଦ ବିଭାଗ ପକ୍ଷରୁ ବ୍ଲକ୍ ପ୍ରଶାସନ ମାଧ୍ୟମରେ ସମିତି ସଭ୍ୟ ଦେବେନ୍ଦ୍ର ସ୍ବାଇଁ ପ୍ରଶାସନିକ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଓ କ୍ଷମତାର ଅପବ୍ୟବହାର କରୁଥିବା ଅଭିଯୋଗରେ ନୋଟିସ ଜାରି କରିବା ସହ ୩୦ ଦିନ ମଧ୍ୟରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ସମିତି ସଭ୍ୟଙ୍କୁ ଜିଲ୍ଲା ପ୍ରଶାସନର ନୋଟିସକୁ ଗ୍ରାମବାସୀଙ୍କ ବିରୋଧ

ଏ ସମ୍ପର୍କରେ ଗତ ୪ ତାରିଖରେ ଗ୍ରାମବାସୀଙ୍କ ପକ୍ଷରୁ ପଞ୍ଚାୟତିରାଜ ବିଭାଗ ସଚିବଙ୍କୁ ଚିଠି ଲେଖାଯାଇ ଥିବାବେଳେ ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଶାସନର ନୋଟିସକୁ ବିରୋଧ କରାଯାଇଛି। ଏଠାରେ କମ୍ପାନୀ କରିବା ଉଦ୍ଦେଶ୍ୟରେ ପ୍ରଶାସନ ସମିତି ସଭ୍ୟଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଆଣି ନୋଟିସ ଜାରି କରିଥିବା ନେଇ ଅଭିଯୋଗ କରିଛନ୍ତି ସ୍ଥାନୀୟ ଗ୍ରାମବାସୀ ଓ ପୂର୍ବତନ ପଞ୍ଚାୟତ ଜନ ପ୍ରତିନିଧି ।

ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ୨୦୧୭ ମସିହା ପରଠାରୁ ସମିତି ସଭ୍ୟ ଦେବେନ୍ଦ୍ର ସ୍ବାଇଁ ଭାବେ ଢ଼ିଙ୍କିଆ ଅଞ୍ଚଳରେ ବହୁ ଉନ୍ନତିମୂଳକ କାର୍ଯ୍ୟ କରିଛନ୍ତି । ସେ ଜଣେ ସଚ୍ଚୋଟ ଓ ପରୋପକାରୀ ବ୍ୟକ୍ତି କିନ୍ତୁ ପ୍ରଶାସନ ତାଙ୍କୁ ଜଣେ ଅପରାଧୀ ପରି ଦର୍ଶାଇ ନୋଟିସ ଜାରି କରିଛି । ସେହିପରି ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗର ମଧ୍ୟ ନିରପେକ୍ଷ ତଦନ୍ତ କରାଯାଉ ବୋଲି ସେମାନେ ଦାବି କରିଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.