IOCL ବିରୋଧରେ ଶ୍ରମିକ ସଂଗଠନର ସମ୍ମିଳନୀ

author img

By

Published : Dec 4, 2022, 10:41 AM IST

Updated : Dec 4, 2022, 10:47 AM IST

ଆଇଓସିଏଲ ବିରୋଧରେ ଶ୍ରମିକ ସଂଗଠନର ସମ୍ମିଳନୀ

ଆଇଓସିଏଲ୍ ପାରାଦ୍ବୀପ ତୈଳ ବିଶୋଧନାଗାର ମୁଖ୍ୟ ଫାଟକ ନିକଟରେ କାର୍ଯ୍ୟ ବନ୍ଦ ଆନ୍ଦୋଳନ ସହ ଧାରଣା ଦେବ ପାରାଦ୍ବୀପ ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘ । ଏନେଇ ସଂଘ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂଘ ପକ୍ଷରୁ କୁହାଯାଇଛି । ଅଧିକ ପଢ଼ନ୍ତୁ

ପାରାଦ୍ବୀପ: IOCL ପାରାଦ୍ବୀପ ତୈଳ ବିଶୋଧନାଗାର ମୁଖ୍ୟ ଫାଟକ ନିକଟରେ କାର୍ଯ୍ୟ ବନ୍ଦ ଆନ୍ଦୋଳନ ସହ ଧାରଣା ଦେବ ପାରାଦ୍ବୀପ ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘ । ଏନେଇ ସଂଘ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂଘ ପକ୍ଷରୁ କୁହାଯାଇଛି । ଶ୍ରମିକଙ୍କ ଉଦ୍ଦେଶ୍ୟରେ ୧୭ ଦଫା ଦାବି ନେଇ ଆଇଓସିଏଲ୍ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଦାବିପତ୍ର ଦେବାର ୯ ମାସ ବିତି ଯାଇଥିଲେ ମଧ୍ୟ କମ୍ପାନୀ ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ଦାବି ପୂରଣ କରାଯାଇନାହିଁ । ମୁଖ୍ୟତଃ ଗତ ଫେବୃଆରୀ ମାସରୁ ଚୁକ୍ତି ସରିଯାଇଥିବା ବେଳେ ଏଯାଏଁ ନୂତନ ଚୁକ୍ତିନାମା ଲାଗି କମ୍ପାନୀ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ ।

ଏପରିକି ଦରମା ବୃଦ୍ଧି, ମେଡ଼ିକାଲ ସୁବିଧା, କ୍ୟାଣ୍ଟିନ୍ ଓ ପୁରୁଣା ଶ୍ରମିକଙ୍କୁ ଛଟେଇ ପ୍ରତିବାଦ ଭଳି ୧୭ଦଫା ଦାବି ନେଇ ଅନର୍ଦ୍ଦିଷ୍ଟ କାଳ ପାଇଁ ଧାରଣାକୁ ଓହ୍ଲାଇବ ପାରାଦ୍ବୀପ ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘ । ତେଣୁ ଶ୍ରମିକଙ୍କ ମାରଣା ନୀତିକୁ ଆଉ ସଂଘ ବରଦାସ୍ତ କରିବ ନାହିଁ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଏ ସମ୍ପର୍କରେ ଶ୍ରମିକ ସଂଘ ସଂଗଠନ ସଂପାଦକ ସୁରେଶ ସାହୁ କହିଛନ୍ତି ''ଆସନ୍ତା ୬ ତାରିଖରେ ଯେଉଁ କାର୍ଯ୍ୟ ବନ୍ଦ ଆନ୍ଦୋଳନର ଡାକରା ଦିଆଯାଇଛି ଶ୍ରମିକ ସଂଘ ପକ୍ଷରୁ ତାହା କାର୍ଯ୍ୟରତ ଶ୍ରମିକଙ୍କ ପେଟ ପାଟଣା ପାଇଁ । କିନ୍ତୁ ଯେଉଁ ଚୁକ୍ତି ହୋଇଥିଲା ଯେ ୩ ବର୍ଷକୁ ଥରେ ଚୁକ୍ତିନାମା ସ୍ବାକ୍ଷର କରିବ ଏହାସହ ଶ୍ରମିକଙ୍କ ପାଇଁ କିଛି ଦରମା ବଢ଼ାଯିବ । ଫଳରେ ଯେଭଳି କୌଣସି ଶ୍ରମିକଙ୍କ ପିଲା ପାଠପଢ଼ାରେ ଅସୁବିଧା ନଭୋଗିବେ । କିନ୍ତୁ ଆମର ଯେଉଁ ଚୁକ୍ତିନାମା ସ୍ବାକ୍ଷର ହୋଇଥିଲା । ହେଲେ ଏବେ ତାହା ଫେଲ ମାରିଛି । ମିଛ ହୋଇଛି ଆଇଓସିଏଲ୍ ପାରାଦୀପ କର୍ତ୍ତୃପକ୍ଷଙ୍କ କଥା ।'

ଇଟିଭି ଭାରତ, ଜଗତସିଂହପୁର

Last Updated :Dec 4, 2022, 10:47 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.