ବିଜୟ ଶଙ୍କର ପ୍ରେମିକାଙ୍କୁ ବିବାହ କରିବାକୁ ରାଜି ହେବାରୁ ଭୁଲ ଔଷଧ ଖାଇଦେଲେ ମାଆ !

author img

By

Published : May 19, 2022, 6:49 AM IST

ପ୍ରେମିକାଙ୍କୁ ବିବାହ କରିବାରୁ ରାଜି ହେବାରୁ ବିଷାକ୍ତ ମେଡିସିନ ଖାଇଲେ ବିଜୟ ଶଙ୍କରଙ୍କ ମାଆ !

ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କରଙ୍କ(Tirtol MLA Bijay sankar das) ମାଆ ଅସୁସ୍ଥ । ଭୁଲ ଔଷଧ ଖାଇଦେବାରୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ବିଜୟ ଶଙ୍କରଙ୍କ ମାଆ ସଂଯୁକ୍ତା ଦାସ । ଅଧିକ ପଢନ୍ତୁ

ଜଗତସିଂହପୁର: ବିବାହ କରିବେ ତିର୍ତ୍ତୋଲ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସ ( BJD MLA Bijay Sankar Das)। ଉଭୟ ବିଜୟ ଶଙ୍କର ଦାସ ଓ ତାଙ୍କ ପ୍ରେମିକା ସୋମାଲିକା ଦାଶ ସବରେଜିଷ୍ଟ୍ରାର ଅଫିସରେ ବିବାହ ପାଇଁ ଆବେଦନ କରିଛନ୍ତି । ତେବେ ଏପଟେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ବିଧାୟକ ବିଜୟ ଶଙ୍କରଙ୍କ ମାଆ ସଂଯୁକ୍ତା ଦାସ । ଭୁଲ ଔଷଧ ଖାଇଦେବାରୁ ବିଜୟ ଶଙ୍କରଙ୍କ ମାଆ ଗୁରୁତର ହୋଇଥିବା ସୂଚନା ମିଳିଛି ।

ପ୍ରେମିକାଙ୍କୁ ବିବାହ କରିବାରୁ ରାଜି ହେବାରୁ ବିଷାକ୍ତ ମେଡିସିନ ଖାଇଲେ ବିଜୟ ଶଙ୍କରଙ୍କ ମାଆ !
ପ୍ରେମିକାଙ୍କୁ ବିବାହ କରିବାରୁ ରାଜି ହେବାରୁ ବିଷାକ୍ତ ମେଡିସିନ ଖାଇଲେ ବିଜୟ ଶଙ୍କରଙ୍କ ମାଆ !

ତେବେ ଆଶ୍ବସ୍ତିକର କଥା ହେଉଛି ବିଜୟଙ୍କ ମାଆ, ସଞ୍ଜୁକ୍ତା ଦାସଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା ମିଳିଛି । ଏହାକୁ ନେଇ ବିଜୟଙ୍କ ପ୍ରତିକ୍ରିୟା ମିଳିପାରି ନଥିବାବେଳେ ତାଙ୍କ ଭାବି ପତ୍ନୀ ସୋମାଲିକା ସୋସିଆଲ ମିଡିଆରେ ଭାବି ଶାଶୁଙ୍କ ସହ ଫଟୋ ପୋଷ୍ଟ କରି ଆରୋଗ୍ୟ କାମନା କରିଛନ୍ତି । ବିଜୟ ଶଙ୍କର ଦୀର୍ଘଦିନ ଧରି ଜଗତସିଂହପୁର ଦେଉଳି ଗ୍ରାମେଶ୍ୱର ଗ୍ରାମର ସୋମାଲିକା ଦାଶଙ୍କୁ ପ୍ରେମ କରୁଥିଲେ ।

ନିକଟରେ ସୋମାଲିକାଙ୍କ ସହ ବିଧାୟକ ବିଜୟ ଶଙ୍କରଙ୍କ ଅନ୍ତରଙ୍ଗ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ବିବାହ କରିବାକୁ ବିଧାୟକ ରାଜି ନ ହେବାରୁ ପ୍ରେମିକା ଜଣକ ଅନ୍ତରଙ୍ଗ ଫଟୋ ଭାଇରାଲ କରିଥିବା ଚର୍ଚ୍ଚା ହୋଇଥିଲା । ତେବେ ବିବାହର ପ୍ରତିଶୃତି ମିଳିବା ପରେ ମାମଲା ଶାନ୍ତ ପଡିଥିଲା । ମାତ୍ର କିଛିଦିନ ପରେ ବିବାହ ନ କରିବାରୁ ବିଧାୟକଙ୍କ ପ୍ରେମିକା ଜଗତସିଂହପୁର ଏସପିଙ୍କୁ ଭେଟି ଲିଖିତ ଭାବେ ଜଣାଇଥିଲେ । ଚାପ ବଢିବାରୁ ବିଜୟ ଶଙ୍କର ଗତକାଲି ସବ ରେଜିଷ୍ଟରଙ୍କ ନିକଟରେ ବିବାହ ପାଇଁ ଆବେଦନ କରିଥିଲେ ।

ବିବାହ ପାଇଁ ଉଭୟଙ୍କ ସମ୍ମତି ଥିବା ଲିଖିତ ଭାବେ ଜଣାଇଛନ୍ତି । ବିବାହ ପାଇଁ ଆବେଦନ କରିବା ବେଳେ ସବ ରେଜିଷ୍ଟର ଅଫିସରେ ଉଭୟ ପକ୍ଷଙ୍କ ଓକିଲ ଉପସ୍ଥିତ ରହିଥିଲେ । ଏହି ଘଟଣା ଜାଣିବା ପରେ ବିଜୟ ଶଙ୍କରଙ୍କ ମାଆ, ଭୁଲ ଔଷଧ ଖାଇ ଦେଇଥିବା ଚର୍ଚ୍ଚା ହେଉଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.