୪ ଦିନ ହେଲା ପାଣି ଘେରରେ ମୂଷାଢ଼ିହି ଗ୍ରାମର ଗ୍ରାମବାସୀ, ଦେଖାନାହିଁ ପ୍ରଶାସନ

author img

By

Published : Sep 14, 2021, 11:42 AM IST

ପାଣି ଘେରରେ ପାରାଦ୍ୱୀପ ମୂଷାଢ଼ିହି ଗ୍ରାମର ଗ୍ରାମବାସୀ

ଲଗାଣ ବର୍ଷା ଫଳରେ କୁଜଙ୍ଗ ବ୍ଲକ ମୂଷାଡିହା ଗ୍ରାମର 800 ରୁ ଅଧିକ ପରିବାର ଏବେବି ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି । ଅଧିକ ପଢନ୍ତୁ...

ପାରାଦ୍ୱୀପ: ବର୍ଷା କମିଛି ହେଲେ ଦୁର୍ଦ୍ଦଶା ବଢ଼ିଛି। ଲଗାଣ ବର୍ଷା ଫଳରେ କୁଜଙ୍ଗ ବ୍ଲକ ମୂଷାଡିହା ଗ୍ରାମର 800ରୁ ଅଧିକ ପରିବାର ଏବେବି ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଜନିତ ଲଗାଣ ବର୍ଷା ହେତୁ ଅଣନିଶ୍ୱାସୀ ହୋଇପଡିଛନ୍ତି କୁଜଙ୍ଗ ବ୍ଲକ ନୂଆଗଡ ଗ୍ରାମପଞ୍ଚାୟତ ମୂଷାଡିହା ଗ୍ରାମର ପାଖାପାଖି 800 ପରିବାର । ଚାରି ଦିନ ହେବ ଜଳବନ୍ଦୀ ଅବସ୍ଥାରେ ରହିଥିବା ବେଳେ, ଗ୍ରାମବାସୀ ମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କ ଘରେ ଚୁଲି ଜଳି ନ ଥିବା ସ୍ଥାନୀୟ ବାସିନ୍ଦା ପ୍ରକାଶ କରିଛନ୍ତି ।

ପାଣି ଘେରରେ ପାରାଦ୍ୱୀପ ମୂଷାଢ଼ିହି ଗ୍ରାମର ଗ୍ରାମବାସୀ

ଏହି ଗ୍ରାମର ନିକଟରେ ଥିବା ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ କମ୍ପାନୀ ପରିସରରୁ ଆସୁଥିବା ବର୍ଷା ଜଳ ଏହି ଗ୍ରାମ ଦେଇ ନିଷ୍କାସିତ ହୋଇଥାଏ, ଫଳରେ ଏହି ଗ୍ରାମରେ କୁତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି ବୋଲି ସ୍ଥାନୀୟ ଗ୍ରାମବାସୀ ପ୍ରକାଶ କରିଛନ୍ତି । ଗ୍ରାମବାସୀ ମାନେ ଚାରିଦିନ ଧରି ଜଳବନ୍ଦୀ ଅବସ୍ଥାରେ ରହିଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ କି ଜନ ପ୍ରତିନିଧି କାହାର ବି ଦେଖା ନଥିବା ମୂଷାଡିହା ଗ୍ରାମବାସୀ ପ୍ରକାଶ କରିଛନ୍ତି । ତୁରନ୍ତ ଏହି ଗ୍ରାମର ଲୋକଙ୍କୁ ଉଦ୍ଧାର କରିବାକୁ ଗ୍ରାମବାସୀ ନିବେଦନ କରିଛନ୍ତି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.