ପାନ ବରଜ ଭଙ୍ଗାକୁ ନେଇ ପୁଣି ଢ଼ିଙ୍କିଆରେ ଉତ୍ତେଜନା

author img

By

Published : Jan 13, 2022, 10:34 PM IST

ପାନ ବରଜ ଭଙ୍ଗାକୁ ନେଇ ପୁଣି ଢ଼ିଙ୍କିଆରେ ଉତ୍ତେଜନା

ଥମୁନି ଜଗତସିଂହପୁରରେ ଢ଼ିଙ୍କିଆ ଗ୍ରାମରେ ପାନ ବରଜ ଭଙ୍ଗାକୁ ନେଇ ଉତ୍ତେଜନା । ଅଧିକ ପଢନ୍ତୁ

ଜଗତସିଂହପୁର: ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ଢ଼ିଙ୍କିଆ ଗ୍ରାମରେ ଆଜି ପୁଣି ଉତ୍ତେଜନା ଦେଖାଦେଇଛି । ପାନ ବରଜ ଭାଙ୍ଗିବା ବେଳେ ପୋଲିସ ଗ୍ରାମବାସୀ ମୁହାଁମୁହିଁ ହୋଇଛନ୍ତି ।

ପାନ ବରଜ ଭଙ୍ଗାକୁ ନେଇ ପୁଣି ଢ଼ିଙ୍କିଆରେ ଉତ୍ତେଜନା

ଆଜି ଅପରାହ୍ନରେ ପାନ ବରଜ ଅଧିଗ୍ରହଣ କାର୍ଯ୍ୟ କରୁଥିବା କର୍ମଚାରୀ କେତେକ ପାନ ବରଜ ଭାଙ୍ଗୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ଫଳରେ ଗ୍ରାମବାସୀ ସେମାନଙ୍କୁ ବିରୋଧ କରିବା ସହ ସେମାନଙ୍କ ସହ ହାତାହାତି ହୋଇଛନ୍ତି । ଗ୍ରାମବାସୀ ଖୋଳିଥିବା ରାସ୍ତାକୁ ପୋଲିସ ଜେସିବି ଲଗାଇ ପୋତିଥିବା ଦେଖିବାକୁ ମିଳିଛି । ଗ୍ରାମର ଶତାଧିକ ପୁରୁଷ ଓ ମହିଳା ଏକାଠି ହୋଇ ଧାରଣାରେ ବସିବା ସହ ପୋଲିସ ବିରୋଧୀ ସ୍ଲୋଗାନ ଦେଇଥିଲେ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.