JSW Project: ଢିଙ୍କିଆରେ ପୋଲିସ-ଗ୍ରାମବାସୀ ମୁହାଁମୁହିଁ

author img

By

Published : Jan 14, 2022, 3:43 PM IST

Updated : Jan 14, 2022, 4:07 PM IST

Tension At Dhinkia After Cops & Villagers Faceoff During Eviction Of pan baraj

ଏରସମା ବ୍ଲକ ଅନ୍ତର୍ଗତ ପ୍ରସ୍ତାବିତ JSW ପ୍ରକଳ୍ପ ଅଞ୍ଚଳ ଢ଼ିଙ୍କିଆରେ ଉତ୍ତେଜନା । ପୁଣିଥିରେ ପୋଲିସ ଓ ଗ୍ରାମବାସୀ ମୁହାଁମୁହିଁ । ଅଧିକ ପଢନ୍ତୁ

ଢିଙ୍କିଆ(ଜଗତସିଂହପୁର): ଏରସମା ବ୍ଲକ ଅନ୍ତର୍ଗତ ପ୍ରସ୍ତାବିତ JSW ପ୍ରକଳ୍ପ ଅଞ୍ଚଳ ଢ଼ିଙ୍କିଆରେ ପୁଣି ଉତ୍ତେଜନା । ଜିଲ୍ଲା ପ୍ରଶାସନ ଜୋର ଜବରଦସ୍ତ ପାନ ବରଜ ଭାଙ୍ଗୁଥିବା ଗ୍ରାମବାସୀମାନେ ଅଭିଯୋଗ କରିବା ସହ ବିରୋଧ କରିଛନ୍ତି । ଏହାକୁ ନେଇ ପୁଣିଥିରେ ପୋଲିସ ଓ ଗ୍ରାମବାସୀ ମୁହାଁମୁହିଁ ହୋଇଛନ୍ତି । ତେବେ ପୋଲିସ ଲାଠିମାଡ କରିଥିବା ସୂଚନା ରହିଛି ।

JSW Project: ଢିଙ୍କିଆରେ ପୋଲିସ-ଗ୍ରାମବାସୀ ମୁହାଁମୁହିଁ

ଏହାମଧ୍ୟ ପଢନ୍ତୁ: ପାନ ବରଜ ଭଙ୍ଗାକୁ ନେଇ ପୁଣି ଢ଼ିଙ୍କିଆରେ ଉତ୍ତେଜନା

ଗ୍ରାମବାସୀମାନେ କରିଥିବା ଅସ୍ଥାୟୀ ଶିବିରକୁ ପୋଲିସ ଭାଙ୍ଗିଦେଇଥିବା ଅଭିଯୋଗ ହୋଇଛି । ଏଥିସହିତ ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସକୁ ଲାଠି ଚାଳନା କରିବାକୁ ପଡିଛି । ଲାଠି ମାଡରେ କିଛି ଗ୍ରାମବାସୀ ଆହତ ହୋଇଥିବା ଖବର ମଧ୍ୟ ସାମ୍ନାକୁ ଆସୁଛି । ସ୍ଥାନୀୟ ଅଞ୍ଚଳରେ ବର୍ତ୍ତମାନ ସୁଦ୍ଧା ପୋଲିସ ଜଗି ରହିଥିବାବେଳେ, ଚାପା ଉତ୍ତେଜନା ଲାଗି ରହିଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

Last Updated :Jan 14, 2022, 4:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.