‘ଘରଘର ବୁଲି ପିଲାଙ୍କ ପାଠପଢା ତଦାରଖ କରିବେ ଶିକ୍ଷକ’

author img

By

Published : Sep 22, 2021, 2:32 PM IST

ଘରକୁ ଘର ଯାଇ ଛାତ୍ରଛାତ୍ରୀଙ୍କ ପାଠପଢାର ତଦାରଖ କରିବେ ଶିକ୍ଷକ: ଜିଲ୍ଲାପାଳ

ସଦଭାବନା ଗୃହରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଶିକ୍ଷାଧିକାରୀଙ୍କୁ ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷକ ଛାତ୍ରଛାତ୍ରୀଙ୍କ ପାଖକୁ ଯାଇ ପାଠପଢ଼ା ତଦାରଖ କରିବା ସହ ରାଷ୍ଟ୍ରପତି ପୁରସ୍କାର ପାଇଁ ଶିକ୍ଷକ ମାନଙ୍କୁ ପ୍ରସ୍ତୁତ କରାଇବାକୁ ସେ ସମସ୍ତ ବ୍ଲକ ଶିକ୍ଷାଧିକାରୀଙ୍କୁ ଦେଲେ ନିର୍ଦ୍ଦେଶ । ଅଧିକ ପଢନ୍ତୁ

ଜଗତସିଂହପୁର: ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଶିକ୍ଷାଧିକାରୀଙ୍କୁ ନେଇ ହୋଇଛି ଏକ ସମୀକ୍ଷା ବୈଠକ । ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନ ଓ ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷା ପରାମର୍ଶଦାତା ଉପେନ୍ଦ୍ର କୁମାର ତ୍ରିପାଠୀ, ଜଗତସିଂହପୁର ଜିଲ୍ଲା ଗ୍ରସ୍ଥ କରିବା ସହ ଶାଳଜଙ୍ଗ ଆଦର୍ଶ ବିଦ୍ୟାଳୟ ଓ ପ୍ରଫୁଲ୍ଲ ପାଠାଗାର ପରିଦର୍ଶନ କରିଛନ୍ତି । ପରେ ଜିଲ୍ଲାପାଳଙ୍କ ସଦଦ୍ଭାବନା ସଭାଗୃହରେ ଜିଲ୍ଲାପାଳଙ୍କ ସମେତ ଜିଲ୍ଲା ଶିକ୍ଷାଧିକାରୀ ଓ ଜିଲ୍ଲାର ସମସ୍ତ ବ୍ଲକ ଶିକ୍ଷାଧିକାରୀଙ୍କ ଦ୍ବାରା ଏହି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଘରକୁ ଘର ଯାଇ ଛାତ୍ରଛାତ୍ରୀଙ୍କ ପାଠପଢାର ତଦାରଖ କରିବେ ଶିକ୍ଷକ: ଜିଲ୍ଲାପାଳ

ତେବେ ଜିଲ୍ଲାର ସମସ୍ତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଭାସି ଏକାଡେମୀର ଉପଲବ୍ଧ ତଥା ଆକାଂକ୍ଷିତ ବିଦ୍ୟାଳୟ ଇ-ପାଠାଗାର ଉପଲବ୍ଧ କରାଇବାକୁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଛନ୍ତି । ତେବେ ଜିଲ୍ଲାରେ ଶିକ୍ଷାର ମାନ ବୃଦ୍ଧି ପାଇଁ ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ ମାନେ ଅତି କମରେ ୫ଜଣ ଛାତ୍ରଛାତ୍ରୀଙ୍କୁ ରାଷ୍ଟ୍ରୀୟ ମେଧାବୃତ୍ତି ପାଇଁ ଯୋଗ୍ୟତା ହାସଲ ଦିଗରେ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

ସେପଟେ ଜିଲ୍ଲାରେ ସମସ୍ତ ଶିକ୍ଷକ ଛାତ୍ରଛାତ୍ରୀଙ୍କ ପାଖକୁ ଯାଇ ପାଠପଢ଼ା ତଦାରଖ କରିବା ଓ ରାଷ୍ଟ୍ରପତି ପୁରସ୍କାର ପାଇଁ ଶିକ୍ଷକ ମାନଙ୍କୁ ପ୍ରସ୍ତୁତ କରାଇବାକୁ ସେ ସମସ୍ତ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.