ଶ୍ବଶୁର ଘରେ ଜ୍ବାଇଁର ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାରବର୍ଗ

author img

By

Published : Sep 20, 2021, 7:12 PM IST

ଶ୍ବଶୁର ଘରେ ଜ୍ବାଇଁର ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାରବର୍ଗ

ଶ୍ବଶୁର ଘରେ ଜ୍ବାଇଁର ମୃତଦେହ ଉଦ୍ଧାର । ଏ ନେଇ ମୃତକଙ୍କ ସାନଭାଇ କୁଜଙ୍ଗ ଥାନାରେ ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ...

ଜଗତସିଂହପୁର: ଶ୍ବଶୁର ଘରେ ଜ୍ବାଇଁର ଆତ୍ମହତ୍ୟା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ କନିମୂଳ ଗ୍ରାମରେ । ଶ୍ବଶୁର ଘର ଲୋକେ ହତ୍ୟା କରିଥିବା ଅଭିଯୋଗରେ ମୃତକଙ୍କ ସାନ ଭାଇ କୁଜଙ୍ଗ ଥାନାରେ ଏତଲା ଦେଇଛନ୍ତି ।

ଶ୍ବଶୁର ଘରେ ଜ୍ବାଇଁର ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାରବର୍ଗ

ପୋଲିସ ପକ୍ଷରୁ ମିଳିଥିବା ସୂଚନାନୁସାରେ ତିର୍ତ୍ତୋଲ ଥାନା ଅନ୍ତର୍ଗତ ଭରାଲୋ ଅଞ୍ଚଳର ଚିତ୍ତରଞ୍ଜନ ଦାସ ଶ୍ବଶୁର ଘର କନିମୂଳ ଗ୍ରାମକୁ ଯାଇଥିଲେ । କିଛିଦିନ ରହିବା ପରେ ଆଜି (ସୋମବାର) ଚିତ୍ତରଞ୍ଜନଙ୍କ ମୃତ୍ୟୁ ହୋଇଥିବା ନେଇ ଶ୍ବଶୁର ଘର ପକ୍ଷରୁ ତାଙ୍କ ପରିବାରକୁ ସୂଚନା ଦିଆଯାଇଥିଲା ।

ତେବେ ଖବର ପାଇ ଚିତ୍ତରଞ୍ଜନଙ୍କ ସାନ ଭାଇ ଘଟଣାସ୍ଥଳରେ ପହଞ୍ଚି ଫ୍ୟାନରେ ଭାଇଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ପାଇଥିଲେ । ଆଉ ଏହି ଘଟଣାର ପାରିପାର୍ଶ୍ବିକ ସ୍ଥିତିକୁ ଦେଖି ଏହା ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ସେ ଥାନାରେ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ଶ୍ବଶୁର ଘର ଲୋକଙ୍କୁ ପଚରାଉଚରା ଜାରି ରଖିଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.