ରାଜ୍ୟସ୍ତରୀୟ ମହିଳା ହ୍ୟାଣ୍ଡବଲ ପ୍ରତିଯୋଗିତା ଉଦଯାପିତ
ରାଜ୍ୟସ୍ତରୀୟ ମହିଳା ହ୍ୟାଣ୍ଡବଲ ପ୍ରତିଯୋଗିତା ଉଦଯାପିତ
ଜଗତସିଂହପୁର ସ୍ଥିତ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମରେ ୩୬ ତମ ମହିଳା ହ୍ୟାଣ୍ଡବଲ ପ୍ରତିଯୋଗିତା ଗତ ଶନିବାର ଠାରୁ ଆରମ୍ଭ ହୋଇ ଗତକାଲି(ରବିବାର) ଉଦଯାପିତ ହୋଇଯାଇଛି । ପ୍ରତିଯୋଗୀତାରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୧୨ଟି ଦଳ ଅଂଶ ଗ୍ରହଣ କରିଥିଲେ । ଅଧିକ ପଢନ୍ତୁ
ଜଗତସିଂହପୁର: ରାଜ୍ୟସ୍ତରୀୟ କଞ୍ଚାନ ସ୍ମାରକୀ ମହିଳା ହ୍ୟାଣ୍ଡବଲ ପ୍ରତିଯୋଗିତା ଉଦଯାପିତ । ଜଗତସିଂହପୁର ସ୍ଥିତ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମରେ ୩୬ ତମ ମହିଳା ହ୍ୟାଣ୍ଡବଲ ପ୍ରତିଯୋଗିତା ଗତ ଶନିବାର ଠାରୁ ଆରମ୍ଭ ହୋଇ ଗତକାଲି(ରବିବାର) ଉଦଯାପିତ ହୋଇଛି । ଏହି ପ୍ରତିଯୋଗୀତାରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୧୨ଟି ଦଳ ଅଂଶ ଗ୍ରହଣ କରିଥିଲେ । ତେବେ ରାଜ୍ୟ ହ୍ୟାଣ୍ଡବଲ ଆସୋସିଏସନର ସଭାପତି ବିପ୍ଳବ ଚୌଧୁରୀଙ୍କ ସଭାପତିତ୍ୱ ଏହି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା ।
ଦିବାରାତ୍ର ଏହି ମ୍ୟାଚରେ ରବିବାର ଦିନ ୧୨ଟି ଦଳ ମଧ୍ୟରୁ ଯାଜପୁର ମହିଳା ଦଳ ଗଞ୍ଜାମ ମହିଳା ଦଳକୁ ଭେଟିଥିଲା । ରାତ୍ରିକାଳୀନ ଏହି ମ୍ୟାଚରେ ଯାଜପୁର ମହିଳା ଦଳ ଗଞ୍ଜାମ ମହିଳା ଦଳକୁ ୧୩ ୮ ଗୋଲରେ ପରାସ୍ତ କରି ଚମ୍ପିୟାନ ଟ୍ରଫି ହାସଲ କରିଥିଲା । ବର୍ଷା ସତ୍ତ୍ବେ ଏହି ମ୍ୟାଚ ଦେଖିବା ପାଇଁ ଷ୍ଟାଡିୟମରେ ଖଚାଖଚ ଭଡି ଦେଖିବାକୁ ମିଳିଥିଲା । ରାଜ୍ୟ ସ୍ତରୀୟ ମହିଳା ହ୍ୟାଣ୍ଡ ବଲ ପ୍ରତିଯୋଗିତା ଜଗତସିଂହପୁରରେ ଆୟୋଜନ କରାଯାଇ ଥିବାରୁ ଜିଲ୍ଲାର କ୍ରୀଡାବିତ ମାନଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି । ଯଦି ଏହିଭଳି ଜଗତସିଂହପୁର ଜିଲ୍ଲାରେ ବିଭିନ୍ନ କ୍ରୀଡା ପ୍ରତିଯୋଗିତାର ଆୟୋଜନ କରାଯିବ ତେବେ କ୍ରୀଡାବିତ ମାନଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଉତ୍ସାହ ବଢିବ ବୋଲି ମତବ୍ୟକ୍ତ କରିଛନ୍ତି ।
ତେବେ ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ଜିଲ୍ଲାପାଳ ପାରୂଲ ପଟୱାରୀ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଚିନ୍ମୟୀ ବିଶ୍ୱାଳ, ଜିଲ୍ଲା କ୍ରୀଡା ଅଧିକାରୀ ବିଶ୍ବବିଜୟିନୀ ପଟ୍ଟନାୟକ, ରାଜ୍ୟ ଆସୋସିଏସନ ର ସମ୍ପାଦକ ମାନସ ସିଂ ପ୍ରମୁଖ ଯୋଗ ଦେଇଥିଲେ । ସେହିପରି ମହିଳା ଖେଳାଳିଙ୍କ ଦ୍ଵାରା ହ୍ୟାଣ୍ଡବଲ ପ୍ରତିଯୋଗିତା ର ଆୟୋଜନ କରାଯିବା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି ମତବ୍ୟକ୍ତ କରିଥିଲେ । ଏହିଭଳି ପ୍ରତିଯୋଗିତା ହେଲେ ମହିଳା ଖେଳାଳି ମାନେ ଉତ୍ସାହିତ ହେବା ସହିତ ସଫଳତାର ଶୀର୍ଷକୁ ଯାଇ ପାରିବେ ବୋଲି ଜିଲ୍ଲାପାଳ କହିଥିଲେ।
ରାଜ୍ୟ ହ୍ୟାଣ୍ଡବଲ ଆସୋସିଏସନର ସଭାପତି ବିପ୍ଳବ ଚୌଧୁରୀ କହିଛନ୍ତି ଯେ," ରାଜ୍ୟ ସ୍ତରୀୟ କଞ୍ଚାନ ସ୍ମାରକୀ ମହିଳା ହ୍ୟାଣ୍ଡବଲ ପ୍ରତିଯୋଗିତା ଜଗତସିଂହପୁର ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା । ଯାହାର ଗତକାଲି ଉଦଯାପିତ ହୋଇଯାଇଛି । ଜଗତସିଂହପୁର ଜିଲ୍ଲାପାଳ ଟୁର୍ଣ୍ଣାମେଣ୍ଟକୁ ଉଦ୍ଘାଟନ କରିଥିବା ବେଳେ ବିଶିଷ୍ଟ ସମାଜସେବୀ ପ୍ରଦୀପ ଶତପଥୀ ଏହାକୁ ଉଦଯାପିତ କରିଛନ୍ତି । ଏହି ମ୍ୟାଚରେ ଯାଜପୁର ମହିଳା ଦଳ ଗଞ୍ଜାମକୁ ୧୩ ୮ ଗୋଲରେ ପରାସ୍ତ କରି ଜିତିଛି । ଏହି ପ୍ରତିଯୋଗୀତାରେ ବିଭିନ୍ନ ଜିଲ୍ଲାରୁ ୧୨ ଦଳ ଅଂଶଗ୍ରହଣ କରିଥିଲେ । "
ଇଟିଭି ଭାରତ, ଜଗତସିଂହପୁର
