ଆରମ୍ଭରୁ ଦେଇଥିବା ପ୍ରତିଶୃତି ପାଳନ କରୁନି NRL, ବସ୍ତି ବାସିନ୍ଦାଙ୍କ ବିକ୍ଷୋଭ

author img

By

Published : Dec 5, 2022, 9:11 PM IST

ଆରମ୍ଭରୁ ଦେଇଥିବା ପ୍ରତିଶ୍ରୁତି ପାଳନ କରୁନି NRL, ବସ୍ତି ବାସିନ୍ଦାଙ୍କ ବିକ୍ଷୋଭ

ପାରାଦ୍ବୀପ ଷଣ୍ଢକୁଦ ବସ୍ତି ଅଞ୍ଚଳରେ ଘରୋଇ କମ୍ପାନୀ NRL (Numaligarh Refinery Ltd) ବିରୋଧରେ ବିକ୍ଷୋଭ । ନିର୍ମାଣ ଆରମ୍ଭ ହେବା ପୂର୍ବରୁ କମ୍ପାନୀ ଦେଇଥିବା ପ୍ରତିଶୃତି ପାଳନ କରୁନଥିବା ଅଭିଯୋଗ । ଅଧିକ ପଢ଼ନ୍ତୁ

ପାରାଦ୍ବୀପ: ସହର ଉପକଣ୍ଠ ଷଣ୍ଡକୂଦ ବସ୍ତି ଅଞ୍ଚଳରେ ଘରୋଇ କମ୍ପାନୀ NRL ବିରୋଧରେ ଆନ୍ଦୋଳନ ତୀବ୍ରତର ହୋଇଛି । ଏହି ବସ୍ତିର ୧୮ ନମ୍ବର ୱାର୍ଡ଼ରେ ଆଜି କମ୍ପାନୀକୁ ବିରୋଧ କରି ଷଣ୍ଢକୁଦ ଗ୍ରାମ୍ୟ କମିଟି ପକ୍ଷରୁ ବିଶାଳ ରାଲି କରାଯିବା ସହିତ କମ୍ପାନୀ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ବସ୍ତି ବାସିନ୍ଦା । ତେବେ ଏହି ଆନ୍ଦୋଳନକୁ ଦଳମତ ନିର୍ବିଶେଷରେ ସମସ୍ତ ରାଜନୈତିକ ଦଳ ତରଫରୁ ମଧ୍ୟ ସମର୍ଥନ ମିଳିଥିବା ଦେଖିବାକୁ ମିଳିଛି ।

ଆରମ୍ଭରୁ ଦେଇଥିବା ପ୍ରତିଶୃତି ପାଳନ କରୁନି NRL

ସୂଚନାଯୋଗ୍ୟ ଯେ, ପାରାଦ୍ବୀପ ଉପକଣ୍ଠ ଷଣ୍ଢକୁଦ ବସ୍ତିରେ ନିର୍ମାଣାଧିନ NRL (Numaligarh Refinery Ltd) ପ୍ରକଳ୍ପରେ ସ୍ଥାନୀୟ ବେକାର ଯୁବକ ଯୁବତୀଙ୍କ ନିଯୁକ୍ତିକୁ ନେଇ ବସ୍ତି ବାସିନ୍ଦା ଦାବି କରିଆସୁଥିଲେ । କିନ୍ତୁ କମ୍ପାନୀ କର୍ତ୍ତୃପକ୍ଷ ଏହାକୁ ନେଇ ପ୍ରକଳ୍ପ ଆରମ୍ଭରୁ ପ୍ରତିଶୃତି ଦେଇଥିଲେ ମଧ୍ୟ, ପର ମୁହୂର୍ତ୍ତରେ ଏଥିରୁ ଓହରି ଯିବାରୁ ବସ୍ତି ବାସିନ୍ଦାଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଯାହାକୁ ନେଇ ସୋମବାର ଆନ୍ଦୋଳନକୁ ଓହ୍ଲାଇଛନ୍ତି ବସ୍ତି ବାସିନ୍ଦା ।

ଆଜି ଏହି ସଭାରେ ପାରାଦ୍ବୀପ ପୌରାଧ୍ୟକ୍ଷ ବସନ୍ତ କୁମାର ବିଶ୍ବାଳ ଓ ପୌର ଉପାଧ୍ୟକ୍ଷ ଛବିଲତା ରାଉତ ଯୋଗଦେଇ ବସ୍ତି ବାସିନ୍ଦାଙ୍କ ସହ ସେମାନେ ଥିବା କହିଛନ୍ତି । ପୌରାଧ୍ୟକ୍ଷ ବସନ୍ତ କୁମାର ବିଶ୍ବାଳ କହିଛନ୍ତି, "କମ୍ପାନୀ କର୍ତ୍ତୃପକ୍ଷ କାମ ଆରମ୍ଭ କରିବା ପୂର୍ବରୁ ଯେଉଁ ପ୍ରତିଶୃତି ଦେଇଥିଲେ ତାହାକୁ ପାଳନ କରିବା ଉଚିତ । କମ୍ପାନୀ ଯେଉଁ ଲିଖିତ ପ୍ରତିଶୃତି ଦେଇଥିଲା ତାକୁ ନେଇ କାମ ଆରମ୍ଭ ହୋଇଛି । ନିଯୁକ୍ତି କ୍ଷେତ୍ରରେ ଯଦି କମ୍ପାନୀ ଅବହେଳା ପ୍ରଦର୍ଶନ କରେ ତେବେ ବସ୍ତି ବାସିନ୍ଦାଙ୍କ ହକ୍‌ ପାଇଁ ଲଢେଇ ଜୋରଦାର କରାଯିବ ।"

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.