ପ୍ରତିଶ୍ରୁତି ନାଁରେ ପ୍ରତାରଣା, ବସ୍ତି ସୁରକ୍ଷା ପାଇଁ ସେଣ୍ଡକୁଦ ସୁରକ୍ଷା ସମିତିର ଆନ୍ଦୋଳନ

author img

By

Published : Dec 3, 2022, 10:06 AM IST

ପ୍ରତିଶ୍ରୁତି ନାଁରେ ପ୍ରତାରଣା

ଘରୋଇ କମ୍ପାନୀ ପ୍ରତିଷ୍ଠାକୁ ନେଇ ବିବାଦ । ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କଲେ ପାରାଦ୍ୱୀପ ଉପକଣ୍ଠ ସେଣ୍ଡକୁଦ ବସ୍ତି ବାସିନ୍ଦା । ଅଧିକ ପଢନ୍ତୁ

ଜଗତସିଂହପୁର: ପ୍ରତିଶ୍ରୁତି ନାଁରେ ପ୍ରତାରଣା, ଶିଳ୍ପ ପ୍ରତିଷ୍ଠା ନାଁରେ ଜମି ଅଧିଗ୍ରହଣ କରି ଲୋକଙ୍କୁ ଠକି ଦେଲା ଘରୋଇ କମ୍ପାନୀ । ଯାହାକୁ ନେଇ ଏବେ ରାସ୍ତାକୁ ଓହ୍ଲାଇଛନ୍ତି ପାରାଦ୍ୱୀପ ଉପକଣ୍ଠ ସେଣ୍ଡକୁଦ ବସ୍ତି ବାସିନ୍ଦା । ସେଣ୍ଡକୁଦ ଅଞ୍ଚଳରେ ଶିଳ୍ପ ପ୍ରତିଷ୍ଠା ପାଇଁ ଏକ ଘରୋଇ କମ୍ପାନୀ ଜମି ଅଧିଗ୍ରହଣ କରିଲୋକଙ୍କୁ ସାହାଯ୍ୟ ସହଯୋଗର ପ୍ରତିଶ୍ରୁତି ଦେଇଥିଲା । କିନ୍ତୁ ପ୍ରତିଶ୍ରୁତି ପୂରଣ ନହେବାରୁ ଗତ ଗୁରୁବାର ଓ ଶୁକ୍ରବାର କମ୍ପାନୀ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଥିଲା ସେଣ୍ଡକୁଦ ସୁରକ୍ଷା ସମିତି ।

ବସ୍ତି ସୁରକ୍ଷା ପାଇଁ ସେଣ୍ଡକୁଦ ସୁରକ୍ଷା ସମିତିର ଆନ୍ଦୋଳନ

ମିଳିଥିବା ସୂଚନା ଅନୁୟାୟୀ, ଏକ ଘରୋଇ କମ୍ପାନୀ ସେଣ୍ଡକୁଦ ଅଞ୍ଚଳରେ ଶିଳ୍ପ ପ୍ରତିଷ୍ଠା ପାଇଁ ଜମି ଅଧିଗ୍ରହଣ କରିଥିଲା । ଏହି ସମୟରେ ସ୍ଥାନୀୟ ଅଞ୍ଚଳର ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି,ରାସ୍ତାଘାଟ ଓ ଗମନାଗମନର ସୁବିଧା, ବସ୍ତି ଅଞ୍ଚଳରୁ ଜଳ ନିଷ୍କାସନ, ଯୋଗ୍ୟତା ଭିତ୍ତିକ ନିଯୁକ୍ତି ପ୍ରତିଶ୍ରୁତି ଦେଇଥିଲା କମ୍ପାନୀ । କିନ୍ତୁ କମ୍ପାନୀ ବର୍ତ୍ତମାନ ଏହାକୁ ଅଣଦେଖା କରୁଥିବା ବସ୍ତି ବାସିନ୍ଦା ଅଭିଯୋଗ କରିଛନ୍ତି । ଯଦି କୌଣସି ଲୋକେ ଏହାକୁ ନେଇ କମ୍ପାନୀ କର୍ତ୍ତୃପକ୍ଷଙ୍କ ନିକଟକୁ ଯାଉଛନ୍ତି ତେବେ ତାଙ୍କୁ କମ୍ପାନୀ ପକ୍ଷରୁ ଧମକ ଚମକ ଦିଆଯାଉଥିବା ଅଭିଯୋଗ ହୋଇଛି । ଏହାକୁ ବିରୋଧ କରି ଗତ ଗୁରୁବାର ଓ ଶୁକ୍ରବାର ସେଣ୍ଡକୁଦ ସୁରକ୍ଷା ସମିତି ପକ୍ଷରୁ ଧାରଣା ଦିଆଯାଇଛି । ଧାରଣା ସ୍ଥଳରେ ଜଟାଧାରୀ ଥାନା ଅଧିକାରୀ ପହଞ୍ଚି ଧାରଣରତ ଓ କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ । ପୂର୍ବରୁ ଏହି ଘଟଣାକୁ ନେଇ ବିଭିନ୍ନ ରାଜନୈତିକ ଦଳର କର୍ମୀମାନେ ମଧ୍ୟ ବିରୋଧ କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ଖୁବଶୀଘ୍ର ସରିବ ସ୍ୱାଧୀନତା ସଂଗ୍ରାମୀ ଗ୍ୟାଲେରୀ କାର୍ଯ୍ୟ: ACS

ଏନେଇ ସେଣ୍ଡକୁଦ ସୁରକ୍ଷା ସମିତିର ଜଣେ ସଦସ୍ୟ କହିଛନ୍ତି ଯେ, ''ଗତ ୨୦୨୦ ମସିହାରେ ଏନଆରଏଲ ପାଇଁ ଯେତେବେଳେ ଡ୍ରେଜିଂ କାମ ଆରମ୍ଭ ହେଲା, ସେହି ସମୟରେ ଆମେ ଆନ୍ଦୋଳନ କରିଥିଲେ, ଆନ୍ଦୋଳନ ପରେ ଏନଆରଏଲ କର୍ତ୍ତୃପକ୍ଷ ଓ ପାରାଦ୍ବୀପ ପୋର୍ଟର ଡେପୁଟି ସେକ୍ରେଟାରୀ ଓ ଅଧିକାରୀ ମାନେ ଆମକୁ ଏକ ଚୁକ୍ତି ପ୍ରଦାନ କରିଥିଲେ । କମ୍ପାନୀରେ ଯୁବକ ଯୁବତୀଙ୍କୁ ନିଯୁକ୍ତି , ଗ୍ରାମର ବିକାଶ ,ଡ୍ରେନେଜ ବ୍ୟବସ୍ଥା ଓ ରାସ୍ତାଘାଟ ନିର୍ମାଣ ନେଇ ଆମକୁ ପ୍ରତିଶ୍ରୁତି ଦିଆଯାଇଥିଲା । ଏହାପରେ କମ୍ପାନୀର କାମ ଆରମ୍ଭ ହେଲାଣି, ଆମେ ବାରମ୍ବାର କର୍ତ୍ତୃପକ୍ଷଙ୍କୁ ଦେଖାକରିଛୁ, କିନ୍ତୁ ସେ ଆମ ପ୍ରତି ଅବହେଳା କରୁଛନ୍ତି, ଯାହାକୁ ନେଇ ଆମେ ଧାରଣାକୁ ଓହ୍ଲାଇଛୁ ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.