ବସ୍‌ ଧକ୍କାରେ ଯୁବକ ମୃତ, କ୍ଷତିପୂରଣ ଦାବିରେ ରାସ୍ତାରୋକ୍

author img

By

Published : Nov 25, 2022, 10:09 AM IST

ସଡକ ଦୁର୍ଘଟଣା

ନାଉଗାଁ ଥାନା ଅନ୍ତର୍ଗତ ମୁଣ୍ଡାଳ ସ୍ଥିତ ପଲିଟେକନିକ ଛକରେ ସଡକ ଦୁର୍ଘଟଣା । ଏହି ଦୁର୍ଘଟଣାରେ 25 ବର୍ଷୀୟ ଯୁବକଙ୍କ ମୃତ୍ୟୁ । କ୍ଷତିପୂରଣ ଦାବିରେ ସ୍ଥାନୀୟଲୋକଙ୍କ ରାସ୍ତା ଅବରୋଧ । ଅଧିକ ପଢନ୍ତୁ

ଜଗତସିଂହପୁର: ଜିଲ୍ଲାରେ ସଡକ ଦୁର୍ଘଟଣା । ମୋଟର ସାଇକେଲକୁ ଧକ୍କା ଦେଲା ବସ । ଏହି ଦୁର୍ଘଟଣାରେ 25 ବର୍ଷୀୟ ଯୁବକଙ୍କ ମୃତ୍ୟୁ । ନାଉଗାଁ ଥାନା ଅନ୍ତର୍ଗତ ମୁଣ୍ଡାଳ ସ୍ଥିତ ପଲିଟେକନିକ ଛକ ନିକଟରେ ଘଟିଛି ଏହି ସଡ଼କ ଦୁର୍ଘଟଣା । ମୃତକ ଜଣକ ହେଲେ ସ୍ଥାନୀୟ ଖଇରା ଗାଁର ବ୍ରିଜେଶ ରୋଶନ ରାୟ ।

ସଡକ ଦୁର୍ଘଟଣା

ସୂଚନା ମୁତାବକ, ଗୁରୁବାର ମଧ୍ୟାହ୍ନ ସମୟରେ ବ୍ରିଜେଶ ମୁଣ୍ଡାଳ ଛକରୁ ନିଜ ଘର ଖଇରାକୁ ଏକ ମୋଟର ସାଇକେଲ ଯୋଗେ ଫେରୁଥିବା ସମୟରେ ଅଭିରାମ ନାମକ ଏକ ଘରୋଇ ଯାତ୍ରୀବାହୀ ବସ ତାଙ୍କୁ ଧକ୍କା ଦେଇଥିଲା । ତେବେ ଘଟଣା ସ୍ଥଳରେ ବ୍ରିଜେଶଙ୍କ ମୃତ୍ୟୁ ହୋଇଯାଇଥିଲା । ଅନ୍ୟପଟେ ବସରୁ ଦୁର୍ଘଟଣା ଘଟାଇ ନାଉଗାଁ ଥାନାରେ ହାଜର ହୋଇଯାଇଛି । ଦୁର୍ଘଟଣାର ଖବର ପାଇ ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ଜଗତସିଂହପୁର-ନାଉଗାଁ ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ । ଘଟଣା ସ୍ଥଳରେ ନାଉଗାଁ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ମୃତକର ପରିବାରକୁ ଦଶ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ ଦାବି କରି ରାସ୍ତା ଅବରୋଧକୁ କାଏମ ରଖିଛନ୍ତି ସ୍ଥାନୀୟ ଲୋକେ ।

ଏହା ମଧ୍ୟ ପଢନ୍ତୁ: Winter Session of Assembly: ଆରମ୍ଭରୁ ସରଗରମ ବିଧାନସଭା, ପଞ୍ଚାୟତରାଜ ମନ୍ତ୍ରୀ ଆଗତ କଲେ ଅତିରିକ୍ତ ବଜେଟ

ପ୍ରକାଶ ଥାଉକି, ଗତ ୨୦୧୫ ମସିହାରେ ମୃତକ ବ୍ରିଜେଶର ବାପା ରାଜେନ୍ଦ୍ର କୁମାର ରାୟ ମଧ୍ୟ ଏଭଳି ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ତେବେ ପ୍ରଶାସନ ପକ୍ଷରୁ ଦାବି ପୂରଣ କରିବାର ପ୍ରତିଶୃତି ଦିଆଯିବା ପରେ ରାସ୍ତାରୋକକୁ ହଟାଯିବ ବୋଲି କହିଛନ୍ତି ସ୍ଥାନୀୟ ଲୋକେ ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.