ଆମ ଗାଁ ଆମ ବିକାଶ ଯୋଜନାରେ ଚଞ୍ଚକତା, ଅବସରପ୍ରାପ୍ତ ସହକାରୀ ଯନ୍ତ୍ରୀ ଗିରଫ

author img

By

Published : Dec 4, 2022, 8:51 AM IST

retired assistant engineer arrests for corruption in ama gan ama vikash yojna in jagatsinghpur

ଆମ ଗାଁ ଆମ ବିକାଶ ଯୋଜନାରେ ଚଞ୍ଚକତା କରି ବନ୍ଧାହେଲେ ଅବସରପ୍ରାପ୍ତ ସହକାରୀ ଯନ୍ତ୍ରୀ । ଅଧିକ ପଢ଼ନ୍ତୁ

ଜଗତସିଂହପୁର: ବନ୍ଧାହେଲେ ଅବସର ପ୍ରାପ୍ତ ସରକାରୀ ବାବୁ । 'ଆମ ଗାଁ ଆମ ବିକାଶ' ଯୋଜନାରେ 10 ଲକ୍ଷରୁ ଅଧିକ ଟଙ୍କା ଘଟାଲାରେ ଛନ୍ଦିହୋଇ ଗିରଫ ହୋଇଛନ୍ତି । ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକର ଅବସରପ୍ରାପ୍ତ ସହକାରୀ ଯନ୍ତ୍ରୀ ଅମୀୟ ଚାନ୍ଦ ମଲ୍ଲିକଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ ବଳରେ ରଘୁନାଥପୁର ଥାନା ପୋଲିସ ଗିରଫ କରିଛି ।

ଆମ ଗାଁ ଆମ ବିକାଶ ଯୋଜନାରେ ଚଞ୍ଚକତା

ଅଭିଯୋଗ ଅନୁସାରେ, ଅବସରପ୍ରାପ୍ତ ସହକାରୀ ଯନ୍ତ୍ରୀ ଅମୀୟ ଚାନ୍ଦ ମଲ୍ଲିକ 'ଆମ ଗାଁ ଆମ ବିକାଶ ଯୋଜନାରେ ଆସିଥିବା ଅର୍ଥକୁ ଜାଲ କାଗଜ ପତ୍ର ମାଧ୍ୟମରେ ବାଟ ମାରଣା କରିଥିଲେ । ଯାହାକୁ ନେଇ ସାମାଜିକ କର୍ମୀ ଗୋବିନ୍ଦ ଓଝା ଏହା ଉପରେ ଅଭିଯୋଗ ଆଣିବା ସହ ଏହି ଦୁର୍ନୀତିକୁ ନେଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କୋର୍ଟଙ୍କ ନିର୍ଦ୍ଦେଶରେ ରଘୁନାଥପୁର ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ପରେ ଜାଲ ଦସ୍ତଖତରେ ଶେଷ ବିଲ ହୋଇଥିବା ଜଣା ପଡିବା ପରେ ତାଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ରଘୁନାଥପୁର ଥାନା ଅଧିକାରୀ କହିଛନ୍ତି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.