ଗୋରଖନାଥ ରେଳଷ୍ଟେସନରେ ରେଳରୋକ

author img

By

Published : Oct 18, 2021, 7:28 PM IST

ଗୋରଖନାଥ ରେଳଷ୍ଟେସନରେ ରେଳରୋକ

ଜଗତସିଂହପୁର ଜିଲ୍ଲାର ଗୋରଖନାଥ ଷ୍ଟେସନରେ ଆଜି ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ରେଳ ରୋକ କରାଯାଇଛି। ଅଧିକ ପଢନ୍ତୁ…

ଜଗତସିଂହପୁର: ଗୋରଖନାଥ ଷ୍ଟେସନରେ ଆଜି ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ରେଳରୋକ କରାଯାଇଛି। ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ କୁହାଯାଇଛି ଯେ ରାଜ୍ୟ ଓ କେନ୍ଦ୍ର ସରକାର ଚାଷୀ ମାରଣ ନୀତି ଯୋଗୁଁ ଚାଷୀ ଆତ୍ମହତ୍ୟା କରିବା ସହ ଶୋଷଣର ଶିକାର ହେଉଛନ୍ତି।

ଗୋରଖନାଥ ରେଳଷ୍ଟେସନରେ ରେଳରୋକ


2020 କେନ୍ଦ୍ର କୃଷି ଆଇନ ପ୍ରତ୍ୟାହାର କରିବା ପାଇଁ ଦେଶର ବିଭିନ୍ନ କୃଷକ ସଙ୍ଗଠନ ଗୁଡିକ ଦିଲ୍ଲୀ ରାଜରାସ୍ତାରେ ଆନ୍ଦୋଳନ ଜାରି ରହିଛି। ଉତ୍ତରପ୍ରଦେଶର କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଗାଡି ମଡାଇ ଚାଷୀ ମାନଙ୍କୁ ହତ୍ୟା କରିଛନ୍ତି। କିନ୍ତୁ ସରକାର ନିରବ ଦ୍ରଷ୍ଟା ସାଜିଥିବା ସଂଗଠନ ଅଭିଯୋଗ କରିଛି। ଏହି ଘଟଣାକୁ ଭିତ୍ତିକରି କୃଷକ ସଙ୍ଗଠନ ପକ୍ଷରୁ ଦିନ 12 ଟା ଠାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ କଟକରୁ ପାରାଦ୍ବୀପ ସଂଯୋଗ କରୁଥିବା ରେଳ ଲାଇନର ଗୋରେଖନାଥ ଷ୍ଟେସନ ଠାରେ ରେଳରୋକ କରାଯାଇଥିଲା। ଫଳରେ ପାରାଦ୍ବୀପକୁ ମାଲ ପରିବହନ ବାଧାପ୍ରାପ୍ତ ହୋଇଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.