ବିଦ୍ୟୁତ୍‌ ମିଟରରେ ତ୍ରୁଟିପୂର୍ଣ୍ଣ ରିଡିଙ୍ଗ, ଜଗତସିଂହପୁରରେ ତେଜୁଛି ଅସନ୍ତୋଷ

author img

By

Published : Oct 9, 2021, 10:27 AM IST

ବିଦ୍ୟୁତ ମିଟରରେ ତ୍ରୁଟିପୂର୍ଣ୍ଣ ରିଡିଙ୍ଗକୁ ନେଇ ଜନ ଅସନ୍ତୋଷ

ଜଗତସିଂହପୁର ଜିଲ୍ଲାରେ ଦେଖାଦେଇଛି ବିଦ୍ୟୁତ ବିତରକ କମ୍ପାନୀ ଟାଟା ପାୱାର ବିରୋଧରେ ଜନ ଅସନ୍ତୋଷ । ବିଭିନ୍ନ ବାଟରେ କମ୍ପାନୀ ଉପଭୋକ୍ତାମାନଙ୍କୁ ଶୋଷଣ କରୁଥିବା ଲୋକେ ଅଭିଯୋଗ କରିଛନ୍ତି। ଅଧିକ ପଢନ୍ତୁ...

ଜଗତସିଂହପୁର: ଜିଲ୍ଲାରେ ଦେଖାଦେଇଛି ବିଦ୍ୟୁତ ବିତରକ କମ୍ପାନୀ ଟାଟା ପାୱାର ବିରୋଧରେ ଜନ ଅସନ୍ତୋଷ । ବିଭିନ୍ନ ବାଟରେ କମ୍ପାନୀ ଉପଭୋକ୍ତାମାନଙ୍କୁ ଶୋଷଣ କରୁଥିବା ଲୋକେ ଅଭିଯୋଗ କରିଛନ୍ତି । ବିଶେଷ ଭାବରେ ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକେ ଜୁଲମର ଶିକାର ହେଉଥିବା ବିଭିନ୍ନ ସମୟରେ ଅଭିଯୋଗ ହେଉଛି । କମ୍ପାନୀ ପ୍ରଥମ 50 ୟୁନିଟ ପର୍ଯ୍ୟନ୍ତ 3 ଟଙ୍କା ନେଉଥିବା ବେଳେ 50 ୟୁନିଟ ପରେ 4 ଟଙ୍କା 80 ପଇସା ଓ 100 ୟୁନିଟ ପରେ 5 ଟଙ୍କା 80 ପଇସା ବର୍ଦ୍ଧିତ ଦର ନେଉଛି । କିନ୍ତୁ କମ୍ପାନୀ ପକ୍ଷରୁ ମିଟର ରିଡିଙ୍ଗ 30 ଦିନ ମଧ୍ୟରେ ନ ନିଆଯାଇ 40 ରୁ 45 ଦିନରେ ରିଡିଙ୍ଗ ନିଆଯାଉଛି। ଫଳରେ ସିଧାସଳଖ ବିଦ୍ୟୁତ ଉପଭୋକ୍ତା ୟୁନିଟ୍‌ ପିଛି ଅଧିକ ଟଙ୍କା ଦେବାକୁ ବାଧ୍ୟ ହେଉଛି।

ବିଦ୍ୟୁତ ମିଟରରେ ତ୍ରୁଟିପୂର୍ଣ୍ଣ ରିଡିଙ୍ଗକୁ ନେଇ ଜନ ଅସନ୍ତୋଷ

ଅନ୍ୟ ପକ୍ଷରେ ଟାଟା କମ୍ପାନୀ ବିଭିନ୍ନ ସ୍ଥାନରେ ଏବେ ସ୍ମାର୍ଟ ମିଟର ଲଗାଇବା ଆରମ୍ଭ କରିଛି । ଯାହାର ସ୍ବଚ୍ଛତା ନେଇ ଲୋକେ ଉଠାଇଛନ୍ତି ପ୍ରଶ୍ନ। ପୂର୍ବରୁ ବିଦ୍ୟୁତ୍‌ ମିଟରଗୁଡିକ ଟେଷ୍ଟିଂ କରାଯାଇ ରିପୋର୍ଟ ଉପଭୋକ୍ତାଙ୍କୁ ପ୍ରଦାନ କରାଯାଉଥିଲା। କିନ୍ତୁ ବର୍ତ୍ତମାନ ଟାଟା କମ୍ପାନୀ ଟେଷ୍ଟିଂ ରିପୋର୍ଟ ନ ଦେଇ ଉପଭୋଗଙ୍କ ଘରେ ମିଟର ବସାଇବା ସହ ମିଟର ବାବଦରେ ମାସିକ 50 ଟଙ୍କା ଲେଖାଏଁ ଅତିରିକ୍ତ ଦେୟ ପାଞ୍ଚବର୍ଷ ପର୍ଯନ୍ତ ଆଦାୟ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ମିଟରର ସ୍ବଚ୍ଛତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଉପଭୋକ୍ତା। ଯାହାକି ଆଗାମୀ ଦିନରେ ଏହା ଏକ ଜନ ଆନ୍ଦୋଳନର ରୂପ ନେବ, ଏଥିରେ ସନ୍ଦେହ ନାହିଁ ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.