କୋର୍ଟ ପରିସରରୁ କଏଦୀ ଚମ୍ପଟ, ଖୋଜୁଛି ପୋଲିସ୍‌

author img

By

Published : Nov 18, 2022, 9:01 PM IST

କୋର୍ଟ ପରିସରରୁ କଏଦୀ ଫେରାର, ଖୋଜୁଛି ପୋଲିସ୍‌

କୋର୍ଟ ପରିସରରୁ କଏଦୀ ଫେରାର । ଜଗତସିଂହପୁର ଜିଲ୍ଲା କୋର୍ଟ ପରିସରରୁ ପରିସ୍ରା ଯିବା ବାହାନା କରି କଏଦୀ ଫେରାର । କଏଦୀକୁ ଧରିବା ପାଇଁ ଜଗତସିଂହପୁର ଓ ବାଲିକୁଦା ପୋଲିସ ମିଳିତ ଭାବେ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛନ୍ତି । ଅଧିକ ପଢ଼ନ୍ତୁ

ଜଗତସିଂହପୁର: କୋର୍ଟ ପରିସରରୁ କଏଦୀ ଫେରାର । କୋର୍ଟ ପରିସରରୁ ପରିସ୍ରା ଯିବା ବାହାନା କରି ଫେରାର ହୋଇଗଲା କଏଦୀ । ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ଦଶବାଟିଆ ଅଞ୍ଚଳ ବିଚାରାଧୀନ କଏଦୀ ଜିତେନ୍ଦ୍ର ବେହେରାକୁ କଡା ସୁରକ୍ଷା ବଳୟ ଭିତରେ ଜଗତସିଂହପୁର ଜିଲ୍ଲା କୋର୍ଟକୁ ନିଆଯାଇଥିବାବେଳେ ସେଠାରୁ ସେ ଖସି ପଳାଇଥିବା ଜଣାପଡ଼ିଛି । ଏହାପରେ ଜଗତସିଂହପୁର ଓ ବାଲିକୁଦା ପୋଲିସ ମିଳିତ ଭାବେ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଶୁକ୍ରବାର ଅପରାହ୍ନ ୪ଟା ସମୟରେ ଆଳିପିଙ୍ଗଳ ସବ୍‌ଜେଲ ମଧ୍ୟରୁ ହତ୍ୟା ମାମଲାରେ ବିଚରାଧୀନ କଏଦୀ ଭାବେ ଥିବା ଜିତେନ୍ଦ୍ର ବେହେରାକୁ ଜଗତସିଂହପୁର ଜିଲ୍ଲା କୋର୍ଟରେ ହାଜର ପାଇଁ ନିଆଯାଇଥିଲା । ତେବେ କୋର୍ଟ ପରିସରରେ ସେ ପରିସ୍ରା ଯିବାକୁ ପୋଲିସ କର୍ମଚାରୀଙ୍କୁ କହିଥିଲା । ପୋଲିସ କର୍ମଚାରୀମାନେ ଏଥିରେ ରାଜି ହୋଇ ତାଙ୍କୁ କୋର୍ଟ ପରିସରରେ ଥିବା ପରିସ୍ରାଗାରକୁ ନେଇଥିଲେ ।

ପରିସ୍ରାଗାର ବାହାରେ ପୋଲିସ କର୍ମଚାରୀମାନେ ଜଗି ରହିଥିବା ବେଳେ ଅଭିଯୁକ୍ତ ଜଣଙ୍କ ପୋଲିସ ଆଖିରେ ଧୂଳିଦେଇ ଖସି ପଳାଇ ଯାଇଥିଲା । ଏହି ଘଟଣା ଜଣାପଡିବା ପରେ ପୋଲିସ କର୍ମଚାରୀମାନେ ଥାନା ଅଧିକାରୀଙ୍କୁ ଜଣାଇଥିଲେ । ଏନେଇ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି । ତେବେ ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତର କୌଣସି ଖୋଜଖବର ମିଳିପାରିନାହିଁ ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.