Cyclone Jawad Aftermath: ସ୍ୱାଭାବିକ ହେଲା Paradip Port କାର୍ଯ୍ୟ

author img

By

Published : Dec 7, 2021, 10:00 PM IST

Paradip port work returned to normal after cyclone 'Jawad'

ବାତ୍ୟା 'ଜୱାଦ' ପ୍ରଭାବରେ ପାରାଦୀପ ବନ୍ଦରରେ ବନ୍ଦ ଥିବା ଜାହାଜ ଚଳାଚଳ ସ୍ବାଭାବିକ ହୋଇଛି । ଗଭୀର ସମୁଦ୍ର ମଧ୍ୟରେ ଅଟକି ରହିଥିବା ଜାହାଜ ଗୁଡିକ ମଙ୍ଗଳବାର ବନ୍ଦର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ଅଧିକ ପଢନ୍ତୁ

ଜଗତସିଂହପୁର: ବାତ୍ୟା 'ଜୱାଦ' ପ୍ରଭାବରେ ପାରାଦୀପ ବନ୍ଦରରେ ବନ୍ଦ ଥିବା ଜାହାଜ ଚଳାଚଳ ସ୍ବାଭାବିକ ହୋଇଛି । ଗଭୀର ସମୁଦ୍ର ମଧ୍ୟରେ ଅଟକି ରହିଥିବା ଜାହାଜ ଗୁଡିକ ମଙ୍ଗଳବାର ବନ୍ଦର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ସେହିପରି ବନ୍ଦର ମଧ୍ୟରେ ଆଶ୍ରୟ ନେଇଥିବା ବାହାର ରାଜ୍ୟର ମାଛଧରା ଟ୍ରଲର ଗୁଡିକ ଆଜି ମଧ୍ୟ ସମୁଦ୍ର ମଧ୍ୟକୁ ଫେରିଯାଇ ଯାଇଛନ୍ତି । ଅନ୍ୟପଟେ ବନ୍ଦରର ପଣ୍ୟ ପରିବହନ ସ୍ବାଭାବିକ ହୋଇଛି ।

ସ୍ୱାଭାବିକ ହେଲା Paradip port କାର୍ଯ୍ୟ, ବାତ୍ୟା ଜୱାଦ ଯୋଗୁଁ ବନ୍ଦଥିଲା

ଏହାମଧ୍ୟ ପଢନ୍ତୁ: Cyclone Jawad Effect: ଉଜୁଡିଲା ଫସଲ, ହତାଶ ଚାଷୀ

ଗତ 3 ତାରିଖ ଠାରୁ ପାରାଦୀପ ବନ୍ଦରକୁ ବିଦେଶରୁ ଆସୁଥିବା ଜାହାଜକୁ ବାରଣ କରାଯାଇଥିଲା । ସେହିପରି ବନ୍ଦର ମଧ୍ୟରେ ଅଟକି ରହିଥିବା ପଣ୍ୟବାହୀ ଜାହାଜ ଗୁଡିକୁ ଗଭୀର ସମୁଦ୍ରକୁ ପଠାଇ ଦିଆଯାଇଥିଲା । ବାତ୍ୟା ସ୍ଥିତି ସ୍ବାଭାବିକ ହେବାପରେ ପୁନର୍ବାର ବନ୍ଦର କାର୍ଯ୍ୟକ୍ଷମ ହୋଇଛି ।

ବାତ୍ୟା ଜୱାଦର ପ୍ରଭାବ ହେତୁ ଆନ୍ଧ୍ର ପ୍ରଦେଶର 700ଶହ ମାଛଧରା ଟ୍ରଲର ବନ୍ଦରରେ ଆଶ୍ରୟ ନେଇଥିଲେ । ଆଜି (ମଙ୍ଗଳବାର) ସେମାନେ ସମୁଦ୍ରକୁ ପୁନଃ ଫେରି ଯାଇଛନ୍ତି । ବାତ୍ୟା ପ୍ରଭାବରେ ପାରାଦୀପ ବନ୍ଦରର କୌଣସି କ୍ଷୟ କ୍ଷତି ହୋଇ ନଥିବା ବନ୍ଦର କତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.