ଜାନୁଆରୀ ୬ରୁ ଜଗତସିଂହପୁରରେ ଧାନ କିଣା ଆରମ୍ଭ

author img

By

Published : Nov 20, 2022, 10:01 AM IST

ଜାନୁଆରୀ ୬ରୁ ଜଗତସିଂହପୁରରେ ଧାନ କିଣା ଆରମ୍ଭ

ଜାନୁଆରୀ ୬ରୁ ଜଗତସିଂହପୁରରେ ଧାନ କିଣା ଆରମ୍ଭ । ଏନେଇ ଏକ ବୈଠକ ଜିଲ୍ଲାପାଳଙ୍କ ସଦଦ୍ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି ।

ଜଗତସିଂହପୁର: ଜିଲ୍ଲାରେ ଚଳିତ 2022-23 ଖରିଫ ଋତୁ ନିମନ୍ତେ ଧାନ ସଂଗ୍ରହ ନିମନ୍ତେ ଏକ ବୈଠକ ଜିଲ୍ଲାପାଳଙ୍କ ସଦଦ୍ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାପାଳ ପାରୁଲ ପଟୱାରୀ ଯୋଗଦେଇ ଜିଲ୍ଲାରେ 2022-23 ଖରିଫ ଋତୁରେ ଯେପରି ବିନା ସମସ୍ୟାରେ ଜିଲ୍ଲାର ଚାଷୀମାନେ ସେମାନଙ୍କ ଧାନ ମଣ୍ଡିରେ ଦେଇ ପାରିବେ ସେନେଇ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଜାନୁଆରୀ ୬ରୁ ଜଗତସିଂହପୁରରେ ଧାନ କିଣା ଆରମ୍ଭ

ଆସନ୍ତା ଜାନୁୟାରୀ 6 ତାରିଖରେ ରଘୁନାଥପୁର, ତିର୍ତ୍ତୋଲ ଓ କୁଜଙ୍ଗରେ ଧାନ ମଣ୍ଡି ଖୋଲିବାକୁ ନିଷ୍ପତ୍ତି ହୋଇଛି । ସେହିପରି ଜଗତସିଂହପୁର, ବିରିଡି, ନାଉଗାଁ, ଏରସମା, ଓ ବାଲିକୁଦା ବ୍ଲକରେ ଜାନୁଆରୀ 13 ତାରିଖରେ ଧାନ ମଣ୍ଡି ଖୋଲାଯିବ । ସେହିପରି ଧାନ ସଂଗ୍ରହ ସମୟରେ ଯେଉଁ ସମସ୍ୟା ଉପୁଜିଥିଲା ସେଥିପାଇଁ ମିଲରମାନେ ଆଗୁଆ ପଦକ୍ଷେପ ନେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ଜିଲ୍ଲାରେ ଚଳିତ 2022-23 ବର୍ଷରେ 90897058 ମେଟ୍ରିକ ଟନ ଧାନ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖାଯାଇଛି । ଜିଲ୍ଲାରେ ମୋଟ 105ଟି ପ୍ରାଥମିକ କୃଷି ସମବାୟ ସମିତି ମାଧ୍ୟମରେ ଧାନ ସଂଗ୍ରହ କରାଯିବ । ସେହିପରି ଚଳିତ ବର୍ଷ 6ଟି ମହିଳା ସ୍ବଂୟସହାୟିକା ଗୋଷ୍ଠୀଙ୍କୁ ଧାନ ସଂଗ୍ରହ ପାଇଁ ନିୟୋଜିତ କରାଯାଇଛି ।

ଚଳିତ ବର୍ଷ ଜିଲ୍ଲାରେ ମୋଟ 46317 ଜଣ ଚାଷୀଙ୍କୁ ରେଜେଷ୍ଟ୍ରି ଭୁକ୍ତ କରାଯାଇଛି । ସେହିପରି ସାଧାରଣ ଧାନର ମୂଲ୍ୟ କୁଇଣ୍ଟାଲ 2ହଜାର 40ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ ଗ୍ରେଡ-ଏ ଧାନର ମୂଲ୍ୟ କୁଇଣ୍ଟାଲ ପ୍ରତି 20,60 ଟଙ୍କା ଧାର୍ଯ୍ୟ କରାଯାଇଛି । ଧାନ ସଂଗ୍ରହ ନିମନ୍ତେ ସ୍ବଚ୍ଛତା ଅବଲମ୍ବନ ସହ ଚାଷୀମାନେ ଯେପରି ଉପଯୁକ୍ତ ପ୍ରାପ୍ୟ ପାଇବେ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ ।

ଏଥି ନିମନ୍ତେ ସମ୍ପୃକ୍ତ ସମବାୟ ଅଞ୍ଚଳରେ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ କହିଛନ୍ତି । ପ୍ରତ୍ୟେକ ଧାନ ମଣ୍ତିରେ ଗୁଣାତ୍ମକମାନ ଯାଞ୍ଚ କରିବା ପାଇଁ ବ୍ୟବସ୍ଥା କରାଯିବ । ଏଥିନିମନ୍ତେ ରେଜିଷ୍ଟର ରଖାଯାଇ ମାନଯାଞ୍ଚ ତଥ୍ୟ ଓ କୃଷକମାନଙ୍କ ନାମ ଉଲ୍ଲେଖ ରହିବ । ଏଥିନିମନ୍ତେ ପ୍ରାଥମିକ କୃଷି ସମବାୟ ସମିତି ଓ ନିୟନ୍ତ୍ରଣ ବଜାର କମିଟି ସମ୍ପାଦକ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବେ । ସେହିପରି ଅସାଧୁ ବ୍ୟକ୍ତି ଯେପରି ଧାନ ସଂଗ୍ରହ ପ୍ରକ୍ରିୟାରେ ହସ୍ତକ୍ଷେପ ନକରନ୍ତି ଏଥିପ୍ରତି ଧ୍ୟାନ ଦିଆଯିବ ।

ସମସ୍ତ ମଣ୍ତିରେ ଆବଶ୍ୟକୀୟ ପଲିଥିନ ବ୍ୟବସ୍ଥା କରିବାକୁ ମଧ୍ୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ପଞ୍ଜିକୃତ ହୋଇଥିବା ଚାଷୀଙ୍କଠୁ ଧାନ କିଣାଯିବ । ମଣ୍ଡିରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ସୂଚାରୁ ରୁପେ ପରିଚାଳନା କରିବା ପାଇଁ ଆବଶ୍ୟକ ଆନୁଷଙ୍ଗିକ ସମସ୍ତ ବ୍ୟବସ୍ଥା କରାଯିବ । ଯେପରି କୌଣସି ଯୋଗ୍ୟ ଚାଷୀ ଯେପରି ଏଥିରୁ ବଞ୍ଚିତ ନହୁଅନ୍ତି ।

ଇଟିଭି ଭାରତ,ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.